ପ୍ରମୂଖ ଖବର
  • ପାରାଦୀପ ବନ୍ଦରରେ ସିବିଆଇ ଚଢ଼ାଉ, ପୋର୍ଟ ପ୍ରଶାସନ ବିଲ୍ଡିଂରେ ୪ ଜିଣିଆ ଟିମ୍‌ର ଖୋଳତାଡ
  • ||
  • କଟକ : ମହାନଦୀ ପଠାରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ର ବିଜାପୁରରେ ଏନ୍‌କାଉଣ୍ଟର, ସୁରକ୍ଷାବାହିନୀ ଗୁଳିରେ ୨୨ ନକ୍ସଲ ସଫା, ଜଣେ ଯବାନ ସହିଦ୍
  • ||
  • ନୟାଗଡ଼ରେ ଅଭାବନୀୟ ଘଟଣା, ଶୌଚାଳୟରେ ପ୍ରସବ କଲେ ଯୁକ୍ତ ୩ ଛାତ୍ରୀ
  • ||
  • ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ହୋହାଲ୍ଲା, ୧୨ଟା ଯାଏଁ ଗୃହ ମୁଲତବୀ
  • ||
  • ଗଜପତି: ଦୁଇ ବ୍ୟବସାୟୀଙ୍କ ଭାଇଙ୍କ ଘରେ ଆଇଟି ଚଢ଼ାଊ, ଆୟକର ବିଭାଗ ୧୨ ଅଧିକାରୀ ସାମିଲ୍
  • ||
  • ସମ୍ବଲପୁର: ପିଲାଙ୍କ ଭବିଷ୍ୟତ ସହିତ ସାଙ୍ଘାତିକ ଖେଳ, ପରୀକ୍ଷା ପୂର୍ବରୁ ୟୁଟ୍ୟୁବରେ ଘୂରି ବୁଲୁଛି ୭ମ ଏବଂ ୮ମ ପ୍ରଶ୍ନପତ୍ର
  • ||
  • ବୌଦ୍ଧ : ୧୨ କ୍ଵିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
  • ||
  • ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିର ଆର୍ଥିକ ଅନିୟମିତତା ମାମଲା : ରାଜା ଚକ୍ରଙ୍କ ସହଯୋଗୀ ସମୀର ଜେନା
  • ||
  • ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍‌ ଇଣ୍ଡିଆର ଏଟିଏମ୍‌ ତାଡି ନେଲେ ଦୁର୍ବୃତ୍ତ, ଜେସିବି ମାଲିକ ଅଟକ
  • ||
  • ତାତିରେ ବ୍ରେକ୍ ଲଗାଇବ କାଳବୈଶାଖୀ, ଆଜି ୬ ଜିଲ୍ଲାରେ ବର୍ଷା, ପବନ ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି
  • ||

ତୀର୍ଥଯାତ୍ରୀ ବସ୍‌କୁ ପଛରୁ ପିଟିଲା କଣ୍ଟେନର୍‌, ୧୦ରୁ ଉର୍ଦ୍ଧ୍ୱ ଆହତ

Published By : Harapriya Sethi | March 1, 2025 7:31 AM

ଭୁବନେଶ୍ୱର,୦୧/୦୩: ଟାଟାରୁ ପୁରୀ ଯାଉଥିଲା ତୀର୍ଥଯାତ୍ରୀ ବସ୍‌ । ରାସ୍ତାରେ ଟାୟାର୍‌ ବଦଳାଇବାକୁ ରହିଥିବା ବେଳେ ବସ୍‌କୁ ପଛରୁ ପିଟିଲା କଣ୍ଟେନର୍‌ । ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ । ଭଦ୍ରକ ଜିଲ୍ଲା ୧୬ ନମ୍ୱର୍ ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଛତାବର ନିକଟରେ ଏଭଳି ଦୁର୍ଘଟଣା ଘଟିଛି । 

ସୂଚନା ମୁତାବକ, ଏକ ତୀର୍ଥଯାତ୍ରୀ ବସ୍‌ ଟାଟାରୁ ପୁରୀ ଯାଉଥିଲା । ଉକ୍ତ ତୀର୍ଥଯାତ୍ରୀ ବସ୍‌ଟି ଛତାବର ନିକଟରେ ଟାୟାର୍‌ ବଦଳାଇବା ପାଇଁ ରହିଥିଲା । ଏହି ସମୟରେ ଘଟିଗଲା ଦୁର୍ଘଟଣା । ତୀର୍ଥଯାତ୍ରୀ ବସ୍‌କୁ ପଛପଟୁ ଏକ କଣ୍ଟେନର ଦୃତ ଗତିରେ ଆସି ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚିଛି । ସେଠାରେ ପହଞ୍ଚି ସମସ୍ତ ଆହତଙ୍କୁ ପ୍ରଥମେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛି ଭଣ୍ଡାରିପୋଖରୀ ପୋଲିସ । ଏହା ସହ ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତ ଚଳାଇଛି ପୋଲିସ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.