ନୂଆଦିଲ୍ଲୀ,୦୨/୦୮: ବାଂଲାଦେଶର ନୂଆ ମାନଚିତ୍ରରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ,  ଆସାମ, ମେଘାଳୟ, ତ୍ରିପୁରା,  ବିହାର, ଝାଡ଼ଖଣ୍ଡର କେତେକ ଅଂଶକୁ ଦେଖାଯାଇଛି । ଏହାକୁ ନେଇ ବିବାଦ ଦେଖାଦେଇଥିବାବେଳେ  ଏହି ପ୍ରସଙ୍ଗ ସଂସଦରେ ଉଠିଛି ।  କଂଗ୍ରେସ ନେତା ରଣଦୀପ ସିଂ  ସୂର୍ଯେୱାଲା ରାଜ୍ୟସଭାରେ ଏହି ପ୍ରଶ୍ନ  ଉଠାଇଛନ୍ତି । 

ସୂର୍ଯେୱାଲା କହିଛନ୍ତି, ସରକାର ଏ ନେଇ କ’ଣ କରୁଛନ୍ତି । ଲିଖିତ ଜବାବରେ ବିଦେଶମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି, ଏହା ଉପରେ କଡ଼ା ନଜର ରଖାଯାଇଛି । ସରକାର ଏଭଳି ଉଦ୍ଦେଶ୍ୟମୂଳକ ଘଟଣାରେ ମୁକାବିଲା କରିବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ । 

ବିଦେଶ ମନ୍ତ୍ରଣାଳୟ ଅନୁସାରେ, ଏହି  ବିବାଦୀୟ ମାନଚିତ୍ର ଗତ ଏପ୍ରିଲ ୧୪ରେ ଢାକା ୟୁନିଭର୍ସିଟିରେ ଆୟୋଜିତ ଏକ  ପ୍ରଦର୍ଶନୀରେ ଲଗାଯାଇଥିଲା । ଢାକାରେ ଥିବା ଇସ୍‌ଲାମିକ ଗ୍ରୁପ୍‌ ‘ସଲ୍‌ତନତ୍‌ -ଏ-ବାଂଲା’ ତରଫରୁ ଏହି ଗ୍ରେଟର  ବାଂଲାଦେଶ ମାନଚିତ୍ର ପ୍ରସ୍ତୁତ କରାଯାଇଥିବା ଅଭିଯୋଗ ରହିଥିଲା ।