ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

୧୮ ବର୍ଷ ପରେ ଦୋଷୀକୁ ଦିନିକିଆ ଦଣ୍ଡ, ଦିନସାରା ଅଦାଲତରେ ବସିରହିଲା ଦୋଷୀ

କୋଲକାତା,୧୮/୧୧: ୧୮ ବର୍ଷ ପରେ ସଜ୍ଜା ଘୋଷଣା । ଅସଦାଚରଣର ଦଣ୍ଡସ୍ୱରୂପ ଗୋଟିଏ ଦିନ ଦିନସାରା କୋର୍ଟ ପରିସରରେ ବସିରହିବ ଦୋଷୀ । ସମସ୍ତେ ତାଙ୍କୁ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ କୋର୍ଟ ପରିସରରେ ବସିଥିବା ଦେଖିବେ । ଅସଦାଚରଣ ଅଭିଯୋଗରେ ୧୮ ବର୍ଷ ପରେ ବାଙ୍କଶାଲ ଅଦାଲତ ଅଭିଯୁକ୍ତଙ୍କୁ ଏହି ସଜ୍ଜା ଦେଇଛନ୍ତି । ପୁଲିସ ଏବଂ କୋର୍ଟ ସୂତ୍ର ଅନୁଯାୟୀ ଅଭିଯୁକ୍ତଙ୍କ ନାମ ଶେଖ ସହିଦ କୁରେଶି । ବୁଧବାର ଅଦାଲତ ତା'ର ଦଣ୍ଡ ଘୋଷଣା କରିଥିବା ବେଳେ ଆଜି ସେ ଦିନସାରା ଅଦାଲତରେ ବସି ରହିଥିଲା ।

ସୂଚନାନୁଯାୟୀ, ୨୦୦୪ ମସିହା ଡିସେମ୍ବର ୬ରେ ସହିଦ କୁରେଶୀ ଅସଦାଚରଣ କରିଥିବା ସେଣ୍ଟ୍ରାଲ କୋଲକାତାର ହେୟାର ଷ୍ଟ୍ରିଟ୍‌ ଥାନାରେ ଜଣେ ଯୁବତୀ ଅଭିଯୋଗ କରିଥିଲେ । ଯୁବତୀଙ୍କ ଅଭିଯୋଗକୁ ଭିତ୍ତିକରି ହେୟାର ଷ୍ଟ୍ରିଟ୍‌ ଥାନା ତଦନ୍ତ ଆରମ୍ଭ କରି କୁରେଶୀଙ୍କୁ ଗିରଫ କରାଯାଇଥିଲା । ପରେ ସେ ଜାମିନ ପାଇଥିଲେ । ତେବେ ହେୟାର ଷ୍ଟ୍ରିଟ୍‌ ଥାନା ଅଭିଯୁକ୍ତ କୁରେଶୀଙ୍କ ବିରୋଧରେ ଠିକ୍‌ ସମୟରେ ଚାର୍ଜସିଟ ଦାଖଲ କରିଥିଲା । ପରେ ମାମଲା ଆରମ୍ଭ ହୋଇଥିଲା ।

ପୁଲିସ ନିର୍ଯାତନା ଘଟଣାକୁ ଗୁରୁତ୍ୱ ଦେବା ସହ ନେଇ ସାକ୍ଷୀମାନଙ୍କୁ ଏକତ୍ର କରିଥିଲା । ଇତି ମଧ୍ୟରେ ୧୮ ବର୍ଷ ବିତିଯାଇଛି । ସେହି ଯୁବତୀଙ୍କ ବୟସ ବଢ଼ିଛି । ଅଭିଯୁକ୍ତ ଯୁବକ ମଧ୍ୟ ପ୍ରାୟ ମଧ୍ୟ ବୟସରେ ଉପନୀତ ହୋଇଛନ୍ତି । ଶେଷରେ ବାଙ୍କଶାଲ କୋର୍ଟ କୁରେଶୀଙ୍କୁ ଦୋଷୀ ସାବ୍ୟସ୍ତ କରି ଗୋଟିଏ ଦିନ ଦଣ୍ଡିତ କରିଛନ୍ତି । ଏହି ମାମଲାରେ ମୃର୍ଣ୍ଣୟ ମିତ୍ର ସରକାରୀ ଓକିଲ ଥିଲେ । ଦୋଷୀଙ୍କୁ ଦୁଇ ହଜାର ଟଙ୍କା ଜରିମାନା ଦେବା ସହ ଗୋଟିଏ ଦିନ କୋର୍ଟ ପରିସରରେ ବସି ରହିବାକୁ ବୁଧବାର କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ଦୋଷୀ କୁରେଶୀ ଗୁରୁବାର ସକାଳଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଅଦାଲତରେ ବସିରହିଥିଲା । ଏପରିକି ଅଦାଲତର କାର୍ଯ୍ୟ ସମାପ୍ତ ପର୍ଯ୍ୟନ୍ତ କୁରେଶୀଙ୍କୁ ସେଠାରେ ବସା ଯାଇଥିଲା ।

Copyright © 2022 - Summa Real Media Private Limited. All Rights Reserved.