ମୁମ୍ବାଇ,୧୭/୫ : ଆଇପିଏଲ ୨୦୨୬ରେ ପଞ୍ଜାବ କିଙ୍ଗ୍ସ ପାଇଁ ଖେଳୁଥିବା ଅଷ୍ଟ୍ରେଲିୟ ବ୍ୟାଟର କୁପର୍ କୋନୋଲି ପ୍ରଥମ ସିଜନରେ ସବୁଠାରୁ ଅଧିକ ଛକା ଲଗାଇ ନିଜ ନାଁରେ ବିଶ୍ବ ରେକର୍ଡ଼ କରି ନେଇଛନ୍ତି । ଏହି ମାମଲାରେ ସେ ଶ୍ରୀଲଙ୍କାର ଭେଟରାନ ବ୍ୟାଟର ସନଥ ଜୟସୁର୍ୟାଙ୍କୁ ପଛରେ ପକାଇ ଦେଇଛନ୍ତି। ପ୍ରକାଶ ଯେ, ଏହା କୁପର୍ କୋନୋଲିଙ୍କ ପ୍ରଥମ IPL ସିଜିନ୍ ଅଟେ। ଏହି ଅଷ୍ଟ୍ରେଲିୟ ଖେଳାଳିଙ୍କୁ ପଞ୍ଜାବ ୨୦୨୬ ସିଜନ ଲାଗି ୩କୋଟି ଟଙ୍କାରେ କିଣିଥିଲା । ପ୍ରଥମ ସିଜନ୍ରେ କୋନୋଲି ୩୨ଟି ଛକା ମାରି ନିଜକୁ ସବୁଠାରୁ ଅଧିକ ଛକା ଲଗାଇବା ମାମଲାରେ ଟପରେ ରଖିଛନ୍ତି।

ଏହି ଲିଷ୍ଟରେ ଏବେ ସନଥ ଜୟସୁର୍ୟା ୩୧ଟି ଛକା ସହ ଦ୍ୱିତୀୟ ସ୍ଥାନକୁ ଖସି ଯାଇଛନ୍ତି। କୋନୋଲି ୧୯ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ଜ୍ୟାକ୍ ଫ୍ରେଚର ମ୍ୟାକଗର୍କ ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି।

ଆଇପିଏଲ ଡେବ୍ୟୁ ସିଜିନରେ ସର୍ବାଧିକ ଛକା

୨୦୨୬ରେ କୁପର କୋନୋଲି (ପଞ୍ଜାବ କିଙ୍ଗ୍ସ) : ୩୨*

୨୦୦୮ରେ ସନଥ ଜୟସୂର୍ୟା (ମୁମ୍ବାଇ ଇଣ୍ଡିଆନ୍ସ) : ୩୧

୨୦୦୪ରେ ଜ୍ୟାକ ଫ୍ରେଚର ମ୍ୟାକଗର୍ଗ (ଦିଲ୍ଲୀ କ୍ୟାପିଟାଲ୍ସ) : ୨୮

୨୦୦୬ରେ ଫିନ୍ ଏଲନ (କୋଲକାତା ନାଇଟ୍ ରାଇଡର୍ସ) : ୨୭*

୨୦୦୮ରେ ଶନ୍ ମାର୍ଶ (ପଞ୍ଜାବ କିଙ୍ଗ୍ସ) : ୨୬