ନୂଆଦିଲ୍ଲୀ, ୧୬।୩: ସୋସିଆଲ ମିଡିଆ ୟୁଜର୍ସଙ୍କ ପାଇଁ ବଡ଼ ଖବର । ଯଦି ଆପଣ ଫେସବୁକରେ ଅନ୍ୟର ଭିଡିଓ କପି କରି କିମ୍ବା ସାମାନ୍ୟ ଏଡିଟ୍ କରି ଟଙ୍କା ରୋଜଗାର କରୁଛନ୍ତି, ତେବେ ସାବଧାନ ! ମେଟା ଏବେ ଏହି କପି-ପେଷ୍ଟ କାରବାର ଉପରେ ରୋକ୍ ଲଗାଇବାକୁ ଯାଉଛି । ଅସଲି କ୍ରିଏଟରଙ୍କ ସ୍ୱାର୍ଥ ରକ୍ଷା ପାଇଁ କମ୍ପାନୀ କେତେକ ବଡ଼ ପରିବର୍ତ୍ତନ କରିଛି ।

ଅସଲି କ୍ରିଏଟରଙ୍କ ପାଇଁ ଖୁସି ଖବର: 

ଅନେକ ସମୟରେ ଦେଖାଯାଏ ଯେ ଜଣେ କ୍ରିଏଟର କଷ୍ଟ କରି ଭିଡିଓ ବନାନ୍ତି, କିନ୍ତୁ ଅନ୍ୟ କେହି ତାକୁ ଚୋରି କରି ନିଜ ପେଜ୍‌ରେ ଛାଡ଼ି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରନ୍ତି । ଏବେ ଏହାକୁ ରୋକିବା ପାଇଁ ମେଟା ନୂଆ ଟୁଲ୍ ଲଞ୍ଚ କରିଛି । ଏହାଦ୍ୱାରା କ୍ରିଏଟରମାନେ ସହଜରେ ଜାଣିପାରିବେ କିଏ ତାଙ୍କ ଭିଡିଓ ଚୋରି କରିଛି ଏବଂ ସେମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ । ନୂଆ ଅପଡେଟ୍ ଅନୁଯାୟୀ, କ୍ରିଏଟରମାନଙ୍କୁ ଏକ 'ସେଣ୍ଟ୍ରାଲାଇଜ୍‌ଡ ଡ୍ୟାସବୋର୍ଡ' ମିଳିବ । ଏଠାରେ ସେମାନେ ଦେଖିପାରିବେ କେଉଁ କେଉଁ ଆକାଉଣ୍ଟ ତାଙ୍କ କଣ୍ଟେଣ୍ଟକୁ କପି କରିଛନ୍ତି । ଗୋଟିଏ କ୍ଲିକରେ ସେହି ସବୁ ଆକାଉଣ୍ଟ ବିରୁଦ୍ଧରେ ଅଭିଯୋଗ କରାଯାଇପାରିବ ।

ଏହା ବି ପଢ଼ନ୍ତୁ... ଯୁଦ୍ଧ ଭିତରେ ଭୟଙ୍କର ଭାବେ ହ୍ରାସ ପାଇଲା ସୁନା ଦର, ମୁହଁ କାମୁଡି ପଡିଲା ରୂପା, ଜାଣନ୍ତି କାହିଁକି…

କେମିତି ଚିହ୍ନଟ ହେବ 'ଅରିଜିନାଲ୍ କଣ୍ଟେଣ୍ଟ' ?

ମେଟା ଏହାର ଗାଇଡ୍‌ଲାଇନରେ ପରିବର୍ତ୍ତନ କରିଛି । ଯେଉଁ ଭିଡିଓ କ୍ରିଏଟର ନିଜେ ସୁଟ୍ କରିଛନ୍ତି କିମ୍ବା ପ୍ରସ୍ତୁତ କରିଛନ୍ତି । ଯଦି କାହା ଭିଡିଓରେ ଆପଣ ନିଜର ବିଶ୍ଳେଷଣ କିମ୍ବା ନୂଆ ସୂଚନା ଯୋଡ଼ି ରିମିକ୍ସ କରୁଛନ୍ତି, ତେବେ ଫେସବୁକ୍ ତାହାକୁ ଅସଲି ବା ଅରିଜିନାଲ୍ କଣ୍ଟେଣ୍ଟ ବୋଲି ମାନିବ । କେବଳ ବର୍ଡର ଲଗାଇବା, କ୍ୟାପସନ୍ ବଦଳାଇବା କିମ୍ବା ସାମାନ୍ୟ ଏଡିଟ୍ କରି ପୁଣି ଅପଲୋଡ୍ କଲେ ତାହାକୁ ନକଲି ବୋଲି ଧରାଯିବ । ଏଭଳି ଭିଡିଓର ରିଚ୍ କମାଇ ଦିଆଯିବ ।

AI ସ୍ଲୋପ୍ ଏବଂ ଫେକ୍ ଆକାଉଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ:

ଫେସବୁକରେ ବଢ଼ୁଥିବା AI ଜେନେରେଟେଡ୍ ସ୍ପାମ୍ କଣ୍ଟେଣ୍ଟକୁ ରୋକିବା ପାଇଁ ମେଟା କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ୨୦୨୫ ମସିହାରେ କମ୍ପାନୀ ପାଖାପାଖି ୨ କୋଟି ନକଲି ଆକାଉଣ୍ଟ ହଟାଇଛି । ଏହା ସହିତ ୨୦୨୫ ଦ୍ୱିତୀୟାର୍ଦ୍ଧରେ ଅରିଜିନାଲ୍ ଭିଡିଓ ଦେଖିବା ସଂଖ୍ୟା ପୂର୍ବ ଅପେକ୍ଷା ଦୁଇଗୁଣ ବୃଦ୍ଧି ପାଇଥିବା କମ୍ପାନୀ ଦାବି କରିଛି ।