ଭୁବନେଶ୍ୱର ୬/୬: ରାଜ୍ୟରେ ପୁଣି ଚିହ୍ନଟ ହେଲେ ୬ ନୂଆ କରୋନା ପଜିଟିଭ୍। ଏଥି ସହ ଓଡ଼ିଶାରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୦ କୁ ବୃଦ୍ଧି ପାଇଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬ ଜଣ ରହିଛନ୍ତି । ସେହିପରି କଟକରେ ୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପୁରୀ, ଜଗତସିଂହପୁର, କେନ୍ଦୁଝର, ସୁନ୍ଦରଗଡ଼ ଓ ବାଲେଶ୍ବରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି । ସେପଟେ କରୋନାର ବର୍ଦ୍ଧିତ ସଂଖ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଖୁବ୍‌ଶୀଘ୍ର କରୋନା ମାର୍ଗଦର୍ଶିକା ଆଣିବେ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ଼ଃ ନୀଳକଣ୍ଠ ମିଶ୍ର। ‘ରାଜ୍ୟରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ସେ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ସେ କହିଛନ୍ତି।