ପ୍ରମୁଖ ଖବର
  • ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କର ଅଧ୍ୟକ୍ଷ ପଦରୁ ବିଜୟ ଶେଖର ଶର୍ମାଙ୍କ ଇସ୍ତଫା
  • ||
  • ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି: ୫୫୪ଟି ଅମୃତ ଭାରତ ଷ୍ଟେସନ୍ ଶିଳାନ୍ୟାସ
  • ||
  • ଭୁବନେଶ୍ଵର : ୨୮ରେ ଓଡ଼ିଶା ଆସିବେ ବିଲ୍ ଗେଟ୍ସ, ପରିଦର୍ଶନ କରିବେ କୃଷି ଭବନ
  • ||
  • ପାରାଦୀପ ବନ୍ଦରରୁ କଂଟେନର୍ ଏକ୍‌ଜିମ୍‌ ସେବା ଆରମ୍ଭ, ପଣ୍ୟ ପରିବହନ କ୍ଷେତ୍ରରେ ଯୁଗାନ୍ତକାରୀ ପଦକ୍ଷେପ
  • ||
  • କେନ୍ଦୁଝର ପାଟଣା ଗଣିତ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ, ସୋସିଆଲ ମିଡିଆ​‌ରେ ଭାଇରାଲ
  • ||
  • କପି ଚେକିଂ ଆଳରେ ଅସଦାଚରଣ ଅଭିଯୋଗ, ଥାନାରେ ମାଟ୍ରିକ ପରୀକ୍ଷାର୍ଥୀ
  • ||
  • ଲୋକସେବା ଭବନ ଘେରିବ କଂଗ୍ରେସ, ବିଶାଳ ଶୋଭାଯାତ୍ରାରେ ସାମିଲ ହେବେ ହଜାର ହଜାର କଂଗ୍ରେସ କର୍ମୀ
  • ||
  • ଆଜି ଓଡ଼ିଶାର ୨୧ ଅମୃତ ଭାରତ ରେଳ ଷ୍ଟେସନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
  • ||
  • ଗର୍ଭବତୀଙ୍କ ପେଟକୁ ନର୍ସ ଖୁନ୍ଦା ମାରିଥିବା ଅଭିଯୋଗ, ଚାଲିଗଲା ମା ଓ ଛୁଆଙ୍କ ଜୀବନ
  • ||
  • ଓଡ଼ିଶା ଗଞ୍ଜେଇ ଚକୋଲେଟ୍‌ରେ ଝୁମୁଛି ହାଇଦ୍ରାବାଦ: ବାଲେଶ୍ୱରରେ ତିଆରି, ଦାଦନଙ୍କ ମାଧ୍ୟମରେ ହେଉଛି ଚାଲାଣ
  • ||
  • ଓସ୍ତପୁର ହଳଦିଢ଼ିଅ ନିକଟ ଗଛକୁ ପିଟିଲା ବୋଲେରୋ: ୩ ମୃତ, ୪ ଗୁରୁତର
  • ||
  • ଆଜି ୫-ଟି ଅଧ୍ୟକ୍ଷଙ୍କ ଅନୁଗୁଳ ଗସ୍ତ, ଛାତ୍ରବୃତ୍ତି ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ରାଜ୍ୟରେ ଆହୁରି ତିନି ଦିନ ବର୍ଷା: ଉପକୂଳରେ ଅଧିକ ବର୍ଷିବା ସମ୍ଭାବନା, ୨୮ ଯାଏ କୋହଲା ପାଗ
  • ||

ମୃତ୍ୟୁ ଭାଇରସ୍‌ର ଭିତିରି କଥା, ବୁହାନର ଲ୍ୟାବ୍‌ରୁ କ'ଣ ଲିକ୍‌ ହୋଇଥିଲା କରୋନା ? ପଢନ୍ତୁ ସମ୍ପୂର୍ଣ୍ଣ ବିବରଣୀ


ନୂଆଦିଲ୍ଲୀ ଏପ୍ରିଲ ୨୧- ସାରା ଦୁନିଆରେ ଏପରି କୌଣସି ମହାମାରୀ ଆସିନି ଯାହା ସମଗ୍ର ବିଶ୍ୱର ଜନସାଧାରଣ ଓ ଅଧିକାଂଶ ଦେଶକୁ ପ୍ରଭାବିତ କରିଛି । ଆଗରୁ ସ୍ପେନିସ୍‌ ଫ୍ଲୁ ହୋଇଥିଲା ମାତ୍ର ତାହା ଏପରି ଭୟଙ୍କର ହୋଇ ନଥିଲା । ଏବେ କିନ୍ତୁ କରୋନାର କରାଳ ଗ୍ରାସରେ ସାରା ବିଶ୍ୱ । ଚୀନ୍‌ର ବୁହାନରୁ ଏହା ଆରମ୍ଭ ହୋଇଛି । ଏହାକୁ ନେଇ ଅନେକ ଆରୋପ ପ୍ରତ୍ୟାରୋପ କରାଯାଉଛି । ବୁହାନ୍‌ରେ ଚୀନ୍‌ର ନ୍ୟାସନାଲ୍‌ ଭାଇରୋଲୋଜି ଇନଷ୍ଟିଟ୍ୟୁଟ୍‌ ଥିବାରୁ ଓ ସେଠାରେ ବାୟୋ ଓ୍ୱିପନ୍‌କୁ ନେଇ ଅନେକ ଗବେଷଣା ହେଉଥିବାରୁ , ଚୀନ୍‌ ଏହି ଭାଇରସ୍‌କୁ ଗବେଷଣାଗାରରେ ତିଆରି କରିଥିବା ନେଇ ଅଭିଯୋଗ ହେଉଛି । ସେହିପରି ଏହି ମହାମାରୀ ୨୦୧୯ ମସିହା ନଭେମ୍ବର ମାସରେ ବୁହାନ୍‌ ରେ ବ୍ୟାପିଥିବା ବେଳେ ଚୀନ୍‌ ଏହାକୁ ବିଶ୍ୱ ସମୁଦାୟକୁ ଲୁଚାଇଥିବା ପ୍ରଥମେ ଆମେରିକାର ଓ୍ୱାଂଶିଟନ ପୋଷ୍ଟରେ ଏ ବିଷୟରେ ଖବର ପ୍ରକାଶିତ ହେବାପରେ ଜାନୁଆରୀ ମାସରେ ଏ ବିଷୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଜଣାଇଥିଲା ।

କେବଳ ସେତିକି ନୁହେଁ ବୁହାନ୍‌ରେ କରୋନା ବିଷୟରେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଥିବା ୩ ଜଣ ସାମ୍ବାଦିକଙ୍କର ପତ୍ତା ମିଳୁନାହିଁ । ଚଳିତ ବର୍ଷ ଫେବ୍ରୁଆରୀ ମାସରୁ ସେମାନଙ୍କ ବିଷୟରେ ତାଙ୍କ ପରିବାର ଲୋକ ବି କୌଣସି ଖବର ପାଇ ନାହାନ୍ତି । ଚୀନ୍‌ର ସିକ୍ରେଟ ପୋଲିସ୍ ସେମାନଙ୍କୁ ନେଇ ଯାଇଥିବା କିମ୍ବା ହତ୍ୟା କରିଥିବା ଅଭିଯୋଗ ହେଉଛି । କରୋନା ସବୁଠାରୁ ଅଧିକ ପ୍ରକୋପ ଇଟାଲୀ, ସ୍ପେନ୍‌ରେ ଦେଖାଇବା ପରେ ଏବେ ଆମେରିକାରେ ବ୍ୟାପିବାରେ ଲାଗିଛି । ଏହାର ଚିକିତ୍ସା ପାଇଁ କୌଣସି ନିର୍ଦିଷ୍ଟ ଔଷଧ କିମ୍ବା ଟୀକା ବା ଭାକ୍‌ସିନ୍‌ ନାହିଁ । ଆମେରିକାରେ ଏହା ଯେପରି ବ୍ୟାପିଛି ଚୀନ୍‌ରେ ସେହି ପରିମାଣରେ ବ୍ୟାପି ନ ଥିଲା ।

କରୋନା ବାଦୁଡି ଠାରୁ ବ୍ୟାପିଥିବା କିଛିଟା ଗବେଷକ ପ୍ରକାଶ କରିଛନ୍ତି । ଏହା ବାଦୁଡି ଓ ବଜ୍ରକାପ୍ତା ନିକଟରେ ମିଳିଥାଏ । ମାତ୍ର ଚୀନ୍‌ର ବୁହାନ୍‌ର ସି ଫୁଡ୍‌ ବା ସାମୁଦ୍ରିକ ମାଛ ମାର୍କେଟରୁ ଏହା ବ୍ୟାପିଥିଲା ବୋଲି ଚୀନ୍‌ ଦାବି କରିଛି । ଏହାର ରହସ୍ୟ ଆଜିଯାଏଁ ଅନେକ ପାଇ ନାହାନ୍ତି। ଚୀନ୍‌ର ବୁହାନ୍‌ରୁ କରୋନା ଆରମ୍ଭ ହୋଇଥିବାରୁ ସମସ୍ତଙ୍କର ସନ୍ଦେହ ହେବା ସ୍ୱାଭାବିକ । ଏବେ ଚୀନ୍‌ରେ କରୋନା ସଂକ୍ରମଣ ନିୟନ୍ତ୍ରଣ ଭିତରକୁ ଆସିଥିବା ବେଳେ ସାରା ବିଶ୍ୱରେ ଏହା ଅତଙ୍କ ସୃଷ୍ଟି କରିଛି । ଏବେ ଚୀନ୍‌ ସାରି ବିଶ୍ୱକୁ ମାସ୍କ, ଭେଣ୍ଟିଲେଟର, ରାପିଡ୍‌ ଟେଷ୍ଟିଂ କିଟ୍‌ ବିକ୍ରି କରୁଛି । ସାରା ବିଶ୍ୱର ଅର୍ଥ ବ୍ୟବସ୍ଥା ଉପରେ ଏହା ଅତି ଖରାପ ପ୍ରଭାବ ପକାଇଛି । ଚୀନ୍‌କୁ ସନ୍ଦେହ ଦୃଷ୍ଟିରେ ଅନେକ ଦେଶ ଦେଖୁଛନ୍ତି। ଜର୍ମାନ ଚୀନ୍‌ଠାରୁ ଜୋରିମାନା ଆଦାୟ ପାଇଁ ପ୍ରସ୍ତାବ ଦେଇଛି । ଗ୍ରେଟ୍‌ ବ୍ରିଟେନ୍‌ କରୋନାବିଷୟରେ ସବିଶେଷ ତଥ୍ୟ ଦାବି କରିଛି । ଏହାର ତଦନ୍ତ ହେବା ଆବଶ୍ୟକ ବୋଲି ଆମେରିକା କହିଛି ।

କରୋନା ଭାଇରସ୍‌ ମଣିଷଙ୍କ ଠାରୁ ମଣିଷଙ୍କୁ ଆସିଛି ବାଦୁଡି ଠାରୁ ନୁହେଁ ବୋଲି ଆମେରିକାର ଖବର ପ୍ରସାରଣ ସଂସ୍ଥା ଫକ୍ସ ନ୍ୟୁଜ ପକ୍ଷରୁ କୁହାଯାଇଛି । ଏହାକୁ ଚୀନ୍‌ର ବୁହାନ୍‌ରେ ଥିବା ବୁହାନ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ଭାଇରୋଲୋଜିରେ ଗବେଷଣା କରାଯାଇଥିଲା । ଲାବ୍‌ରେ କାମ କରୁଥିବା ଇଣ୍ଟର୍ନଙ୍କ ଭୁଲ୍‌ ଯୋଗୁଁ ଏହା ଲାବ୍‌ ବାହାରକୁ ଆସିବା ସହ ଇନ୍‌ଷ୍ଟିଟ୍ୟୁଟ୍‌ ନିକଟରେ ଥିବା ସି ଫୁଡ୍‌ ମାର୍କେଟର ଲୋକଙ୍କୁ ପ୍ରଥମେ ସଂକ୍ରମିତ କରିଥିଲା ବୋଲି ଏହି ରିପୋର୍ଟରେ ଦାବି କରାଯାଇଛି ।

ଏହି ଭାଇରୋଲଜି ଇନ୍‌ଷ୍ଟିଟ୍ୟୁଟ୍‌ର ଯେଉଁ ସ୍ଥାନରେ ଭାଇର୍‌ସ୍‌ ତିଆରି କରି ରଖାଯାଏ ସେହି ସ୍ଥାନରେ ଥିବ ଷ୍ଟୋର ରୁମ୍‌ର କଭର୍‌କୁ ଭଙ୍ଗା ଯାଇ ଭାଇରସ୍‌ ନିଆଯାଇଛି ବୋଲି ଅନ୍ୟ ଏକ ଖବର ପ୍ରକାଶିତ ହୋଇଛି ।

ବୁହାନ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ଭାଇରୋଲୋଜିରେ କାହିଁକି ଚୀନ୍‌ ଭାଇରସ୍‌ ତିଆରି କରେ ,ସେ ବିଷୟରେ ପ୍ରଥମେ ଜାଣନ୍ତୁ ।

ବୁହାନ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ଭାଇରୋଲୋଜି ବିଶ୍ୱର P4 ସ୍ତରର ଲାବ୍‌ । ଏଥିରେ ବିଭିନ୍ନ ଭାଇରସ୍‌ର ଷ୍ଟ୍ରେନ୍‌ ରଖାଯାଏ । ବାଦୁଡି, ବଜ୍ରକାପ୍ତା, ମୂଷା, ମାଙ୍କଡଙ୍କ ସହ ଅନ୍ୟ ଶହ ଶହ ଜୀବ ଜନ୍ତୁଙ୍କ ଶରୀରରୁ ଭାଇରସ୍‌ କଢାଯାଇ ଏଠାରେ ପରୀକ୍ଷା ନୀରିକ୍ଷା କରାଯାଏ । ଏହା ସେମାନଙ୍କ ନିକଟରେ ବିଭିନ୍ନ ପରୀକ୍ଷା କରାଯାଇଥାଏ । ଏହା ଗବେଷଣାର ଏକ ବିଶ୍ୱ ସ୍ତରୀୟ ଲାବୋରେଟୋରୀ ।

କରୋନା ବାୟୋ ଓ୍ୱିପନ ନୁହେଁ ବୋଲି ଅନେକ ଗବେଷକ ମତ ପ୍ରକାଶ କରିଛନ୍ତି । ବାଦୁଡିଙ୍କ ଠାରେ ସ୍ୱାଭାବିକ ଭାବେ ସୃଷ୍ଟି ହୋଇ ଥାଇ ପାରେ ବୋଲି କୁହାଯାଉଛି । ୧୦୦୦ ବର୍ଷ ମଧ୍ୟରେ ଅନେକ ଭାଇରସ୍‌ ନିଜର ଷ୍ଟ୍ରେନ୍‌ ପରିବର୍ତ୍ତନ କରନ୍ତି। ବାଦୁଡିମାନଙ୍କ ଠାରେ ଗବେଷଣା ବେଳେ ଏହି ଭାଇରସ୍‌ ବୁହାନ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ଭାଇରୋଲୋଜିର ଇଣ୍ଟର୍ନଙ୍କୁ ପ୍ରଥମେ ସଂକ୍ରମଣ ହୋଇଥିଲା ବୋଲି କୁହାଯାଉଛି । ମାତ୍ର ମାଛ ମାର୍କେଟ ଯେଉଁ ମହିଳାଙ୍କୁ ପ୍ରଥମେ ଚୀନ୍‌ରେ କରୋନା ହୋଇଥିଲା ବୋଲି ଚୀନ୍‌ ଦାବି କରିଥିଲା ତାହା ସତ ନୁହେଁ ପ୍ରଥମେ ଲାବୋରେଟୋରୀରେ କାମ କରୁଥିବା ଇଣ୍ଟର୍ନ ଓ ପରେ ତାଙ୍କ ବୟଫ୍ରେଣ୍ଡ ଏବଂ ପରିବାର ଲୋକ, ମାଛ ମାର୍କେଟକୁ ସେ ଯାଉଥିବାରୁ ସେଠାରୁ ଅନ୍ୟ ମଣିଷଙ୍କୁ ତାଙ୍କ ଠାରୁ ସଂକ୍ରମଣ ହୋଇଥିଲା ବୋଲି ଏବେ ଦାବି କରାଯାଉଛି । ପ୍ରଥମେ ବାଦୁ଼ଡି ମାଂସ ବୁହାନ୍‌ର ସି ଫୁଡ୍‌ ମାର୍କେଟ୍‌ରେ ବିକ୍ରି ହେଉଥିବାରୁ ସେଠାରେ ଲୋକଙ୍କୁ ବ୍ୟାପିଥିବା କଥା କୁହାଯାଉଥିଲା । ମାତ୍ର ଏକ ରିପୋର୍ଟ ଅନୁସାରେ ବୁହାନ ସି ଫୁଡ୍‌ ମାର୍କେଟରେ କେବଳ ସାମୁଦ୍ରିକ ଜୀବ ମାଛ, ଚିଙ୍ଗୁଡି କଙ୍କଡା ବିକ୍ରି ହୁଏ ବୋଲି କୁହାଯାଇଛି । ସେଠାରେ ବାଦୁଡି ମାଂସ ବିକ୍ରି ହୁଏ ନାହିଁ । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ବି ଏହି ଦାବି କରିଛନ୍ତି ।

ଆମେରିକାର ଗୁପ୍ତଚର ବିଭାଗ ମଧ୍ୟ ଏହି ଭାଇରସ୍‌ର ଉତ୍ପତି ବିଷୟରେ ଅନୁସନ୍ଧାନ କରୁଛି ।ଏବେ ଏହି ମହାମାରୀ ଚୀନ୍‌ରେ କିପରି ସୃଷ୍ଟି ହେଲା . ଯଦି ଗବେଷଣାଗାରରୁ ଲିକ୍‌ ହେଲା କାହିଁ କି ବିଶ୍ୱ ସମୁଦାୟ ପ୍ରଥମକୁ ଜଣା ଗଲା ନାହିଁ ସେ ବିଷୟରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆମେରିକା ଏହାର ତଦନ୍ତ ଦାବି କରିଛି । ଚୀନ୍‌ ଆମେରିକା ସହ ସମାନ୍‌ ବୋଲି ଦାବି କରିବା ପାଇଁ ଭାଇରସ୍‌ ଉପରେ ଗବେଷଣା କରୁଥିଲା । ଏହି ଦେଖାଇ ହେବା ଗୁଣ ଯୋଗୁଁ ଭାଇରସ୍‌ର ଉତ୍ପତି କି ଭୁଲ୍‌ରେ ଲିକ୍‌ ହୋଇଛି କିମ୍ବା ଜାଣିଶୁଣି ଏହାକୁ ଛଡାଯାଇଛି । ଏ ସବୁ ପ୍ରମାଣ ହେବା ଏବେ ବାକି ରହିଛି । ଏହି ରିପୋର୍ଟ ଆମେରିକାର ଖବର ପ୍ରସାରଣ ସଂସ୍ଥା ଦି ଫକ୍ସ ନ୍ୟୁଜ୍‌ରେ ପ୍ରକାଶ ପାଇଛି ।
.
କରୋନା ଭାଇରସ୍‌ ପ୍ରାକୃତିକ ହୋଇ ଥାଇ ପାରେ ବୋଲି ଫକ୍ସ ନ୍ୟୁଜ୍‌ରେ କୁହାଯାଇଛି । ମାତ୍ର ଏହା ବୁହାନ୍‌ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ଭାଇରୋଲଜିରେ ଗବେଷଣା ବେଳେ ପ୍ରଥମେ ସେଠାରେ କାମ ଶିଖୁଥିବା ଇଣ୍ଟର୍ଣ୍ଣକୁ ବ୍ୟାପିଥିଲା । ଇଣ୍ଟର୍ଣ୍ଣ ଜଣଙ୍କ ଜଣେ ଯୁବତୀ ଥିଲା । ତା ଠାରୁ ତାଙ୍କର ବୟ ଫ୍ରେଣ୍ଡ ଓ ପରିବାର ଲୋକଙ୍କୁ ବ୍ୟାପିଥିଲା । ପରେ ବୟ ଫ୍ରେଣ୍ଡର ଘର ଲୋକ ଏହି ଖତରନାକ ଭାଇରସ୍‌ ଦ୍ୱରା ସଂକ୍ରମିତ ହୋଇଥିଲେ । ଏହା ବଢି ବଢି ଇନ୍‌ଷ୍ଟିଟ୍ୟୁଟ୍‌ ନିକଟରେ ଥିବା ଫିସ୍‌ ମାର୍କେଟ ଓ ପରେ ସାରା ବୁହାନ ମହାନଗରକୁ ବ୍ୟାପିଯାଇଥିଲା ବୋଲି ଏହି ସ୍ୱତନ୍ତ୍ର ରିପୋର୍ଟରେ ଦାବି କରାଯାଇଛି ।

ଏବେ ଚୀନ୍‌ ଫସୁଥିବା ଦେଖି ନିଜ ଦୋଷ ଝାଡି ସମସ୍ତ ରିପୋର୍ଟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHOକୁ ଦେଇଥିବା କଥା କହିଛି । ତେବେ ଅନେକ ୟୁରୋପୀୟ ଦେଶ ଓ ଆମେରିକା ଏବେ କରୋନା ଭାଇରସ୍‌ ବିଷୟରେ ତଦନ୍ତ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.