PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ଇଣ୍ଡଷ୍ଟ୍ରିଆଲ୍‌ କୋଟିଙ୍ଗ୍‌ ଜାତୀୟ ସମ୍ମିଳନୀ ଆରମ୍ଭ: ୨୦୨୧ ସୁଦ୍ଧା ୧୨ ଲକ୍ଷ କୋଟିର କୋଟିଙ୍ଗ୍‌ ବଜାର

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ଶିଳ୍ପାୟନ କଳଙ୍କି ଓ ଅବକ୍ଷୟ ସବୁବେଳେ ଚିନ୍ତାର କାରଣ ହୋଇଛି । ସରଫେସ୍‌ ଇଞ୍ଜିନିୟରିଂ (ସାଧାରଣତଃ ଭାବେ ଇଣ୍ଡଷ୍ଟ୍ରିଆଲ୍‌ କୋଟିଙ୍ଗ୍‌ ଭାବେ ଜଣାଶୁଣା) ହିଁ ଏ ସମସ୍ୟାର ଏକମାତ୍ର ସମାଧାନ । ଏବେ ବିଶ୍ୱର ଏ କୋଟିଙ୍ଗ୍‌ ଶିଳ୍ପ ୧୪,୨୦୦ କୋଟି ଡଲାର ବା ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା ରହିଛି । କିନ୍ତୁ ଯେଉଁ ହାରରେ ଇଣ୍ଡଷ୍ଟ୍ରିଆଲ କୋଟିଙ୍ଗ୍‌ ଶିଳ୍ପ ବଢ଼ିଚାଲିଛି, ୨୦୨୧ ସୁଦ୍ଧା ଏହା ୧୬,୫୦୦ କୋଟି ଡଲାର ବା ପ୍ରାୟ ୧୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ । ଭାରୀ ଜଳ ବୋର୍ଡ ଅଧ୍ୟକ୍ଷ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ବିଶିଷ୍ଟ ବୈଜ୍ଞାନିକ ଡ. ୟୁ କାମାଚି ମୁଦଲି ଏହି ସୂଚନା ଦେଇଛନ୍ତି ।
ସିଏସ୍‌ଆଇଆର୍‌-ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମିନେରାଲ୍‌ସ ଆଣ୍ଡ ମ୍ୟାଟେରିଆଲ୍‌ସ ଟେକ୍ନୋଲୋଜି (ଆଇଏମ୍‌ଏମ୍‌ଟି), ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ୨ ଦିନିଆ ଇଣ୍ଡଷ୍ଟ୍ରିଆଲ୍‌ କୋଟିଙ୍ଗ୍‌ ଜାତୀୟ ସମ୍ମିଳନୀ (ଏନ୍‌ସିଆଇସି)କୁ ଉଦ୍‌ଘାଟନ କରି ଡ. ମୁଦଲି କହିଛନ୍ତି, ବିଶ୍ୱର ଇଣ୍ଡଷ୍ଟ୍ରିଆଲ୍‌ କୋଟିଙ୍ଗ୍‌ ବଜାରରେ ଏସିଆ ପ୍ରଶାନ୍ତମହାସାଗରୀୟ ଅଞ୍ଚଳ ଏକାକୀ ୪୨% ଅଂଶୀଦାର । ଅର୍ଥାତ୍‌ ବିଶ୍ୱର ୧୪,୨୦୦କୋଟି ଡଲାରର କୋଟିଙ୍ଗ୍‌ ବଜାରରେ ଏ କ୍ଷେତ୍ର ୬,୦୦୦ କୋଟି ଡଲାର ଅବଦାନ ରଖୁଛି । ସେହିଭଳି ଏସିଆ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସର୍‌ଫେସ୍‌ ଇଞ୍ଜିନିୟରିଂ ବଜାରରେ ଚୀନ୍‌ ଓ ଭାରତ ସର୍ବବୃହତ ଅଂଶୀଦାର ।
ଜାନୁଆରୀ ୨୫ ଯାଏଁ ଚାଲିବାକୁ ଥିବା ଏହି ସମ୍ମିଳନୀରେ ବିଭିନ୍ନ ଶିଳ୍ପସଂସ୍ଥା, ଗବେଷଣା ସଂସ୍ଥା, ଶିକ୍ଷାନୁଷ୍ଠାନରୁ ୧୦୦ରୁ ଅଧିକ ପ୍ରତିନିଧି ଭାଗ ନେଇଥିଲେ । ଟେକ୍ନୋଲୋଜି ବ୍ୟବହାର କରି କିଭଳି କୋଟିଙ୍ଗ୍‌ ଶିଳ୍ପରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ କରାଯାଇପାରିବ, ଏଥିରେ ବିସ୍ତୃତ ଭାବେ ଆଲୋଚନା ହେବ । ଏ ଅବସରରେ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ନିର୍ଦ୍ଦେଶକ ପ୍ରଫେସର ଶୁଦ୍ଧସତ୍ତ୍ୱ ବାସୁ, ଏନ୍‌ସିଆଇସି ଆବାହକ ଡ. ବିମଳ ପି. ସିହ, ଏମ୍‌ସି ବିଭାଗ ମୁଖ୍ୟ ଡ. ଏଲ୍‌ ବିସ୍ରା ପ୍ରମୁଖ ଉପସ୍ଥିତ ଥିଲେ ।