ନୂଆଦିଲ୍ଲୀ,୦୪/୧୦: ଦୁଇବର୍ଷରୁ କମ୍ ବୟସର ପିଲାମାନଙ୍କୁ କଫ୍ ସିରଫ ନ ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଷାକ୍ତ କଫ ସିରପ ପିଇ ୧୧ ଶିଶୁଙ୍କ ମୃତ୍ୟୁ ଘଟିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟମାନଙ୍କୁ ଏହି ଆଡଭାଇଜରି ଜାରି କରାଯାଇଥିଲା । ଏହି ଆଧାରରେ ମଧ୍ୟପ୍ରଦେଶ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ରାଜ୍ୟରେ ୯ ଜଣ ଶିଶୁଙ୍କ ମୃତ୍ୟୁ ହେବା ପରେ କଫ୍ ସିରପ ବିକ୍ରି ଉପରେ ରୋକ ଲାଗିଛି । ଦୋଷୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ।
ମଧ୍ୟପ୍ରଦେଶରେ ୯ ଜଣ ଶିଶୁଙ୍କ ମୃତ୍ୟୁ ପରେ ରାଜ୍ୟରେ କୋଲଡ୍ରିଫ୍ କଫ୍ ସିରପ୍ ବିକ୍ରୟ ଉପରେ ପ୍ରତିବନ୍ଧକ ଲାଗିଛି । ମୁଖ୍ୟମନ୍ତ୍ରୀ ମୋହନ ଯାଦବ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କଫ୍ ସିରପ ବ୍ୟାନ୍ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି, ''କୋଲଡ୍ରିଫ୍ ସିରପ ଯୋଗୁଁ ଛିନ୍ଦୱାଡ଼ାରେ ପିଲାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦ । ଏହି ସିରପ ବିକ୍ରୟ ସମଗ୍ର ମଧ୍ୟପ୍ରଦେଶରେ ନିଷେଧ କରାଯାଇଛି । ସିରପ ତିଆରି କରୁଥିବା କମ୍ପାନୀର ଅନ୍ୟାନ୍ୟ ଉତ୍ପାଦ ବିକ୍ରୟ ମଧ୍ୟ ନିଷେଧ କରାଯାଇଛି । ସିରପ କାରଖାନା କାଞ୍ଚିପୁରମରେ ଥିବାରୁ, ଘଟଣା ସମ୍ପର୍କରେ ଜାଣିବା ପରେ ରାଜ୍ୟ ସରକାର ତାମିଲନାଡୁ ସରକାରଙ୍କୁ ତଦନ୍ତ କରିବାକୁ କହିଥିଲେ । ତଦନ୍ତ ରିପୋର୍ଟ ଆଧାରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଘଟଣାର ତଦନ୍ତ ପାଇଁ ଏକ ଟିମ୍ ମଧ୍ୟ ଗଠନ କରାଯାଇଛି । ଦୋଷୀଙ୍କୁ କୌଣସି ମୂଲ୍ୟରେ ଛଡ଼ାଯିବ ନାହିଁ ।''
On quality concerns relating to Cough Syrup in Madhya Pradesh, Ministry of Health and Family Welfare says, "As part of the ongoing investigation, it is further informed that a total of six samples were collected by CDSCO, which were tested, and all 6 were found to be free of…
— ANI (@ANI) October 4, 2025
ଗତକାଲି (ଶୁକ୍ରବାର), ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନ ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ (ଡିଜିଏଚ୍ଏସ୍) ଜାରି କରିଥିବା ଆଡଭାଇଜରିରେ କହିଥିଲେ ଯେ, ''୨ ବର୍ଷରୁ କମ୍ ବୟସର ପିଲାଙ୍କୁ ଆଦୌ କଫ୍ ସିରପ ଦିଆଯିବା କଥା ନୁହେଁ । ୫ ବର୍ଷରୁ କମ୍ ବୟସର ପିଲାଙ୍କୁ କଫ ସିରପ ଦେବାରୁ ଦୂରେଇ ରହିବା ଭଲ । ୫ରୁ ଅଧିକ ବର୍ଷର ପିଲାଙ୍କୁ କଫ ସିରପ ଦିଆଗଲେ ସତର୍କତା ଅବଲମ୍ବନ କରିବାକୁ ହେବ । ଯାହାଙ୍କୁ କଫ ସିରପ ଦିଆଯିବ ତାଙ୍କ ଉପରେ କଡା ନଜର ରଖିବାକୁ ହେବ । ତାକୁ ଉପଯୁକ୍ତ ପରିମାଣର ଖୋରାକ ମଧ୍ୟ ଦିଆଯିବା ଆବଶ୍ୟକ । ଯଥାସମ୍ଭବ କମ୍ ସମୟ ପାଇଁ ଏହି ସିରପ ଦିଆଯିବା ଦରକାର ଏବଂ ସିରପ ସହିତ ଅନ୍ୟ କୌଣସି ଔଷଧ ଦିଆଯିବା ଉଚିତ ନୁହେଁ । ''