ଭୁବନେଶ୍ୱର, ୧୬/୦୫ : ଏଣିକି ଡାକ୍ତରୀ ପ୍ରେସକ୍ରିପ୍ସନ ନଥିଲେ କଫସିରପ୍ ମନା। କଫସିରପ୍ ବିକ୍ରି ଉପରେ କଟକଣା ଲଗାଇଲେ କେନ୍ଦ୍ର ସରକାର। କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଔଷଧ ନିୟମ ୧୯୪୫ରେ ବଡ଼ ପରିବର୍ତ୍ତନ ହୋଇଛି। ନିଶା କାରବାର ଓ କଫସିରପ୍ ଜନିତ ମୃତ୍ୟୁ ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
ଗତ ବର୍ଷ ଅକ୍ଟୋବରରେ, ମଧ୍ୟପ୍ରଦେଶର ଛିନ୍ଦୱାଡା ଏବଂ ରାଜସ୍ଥାନରେ କଫସିରପ୍ ଜନିତ ମୃତ୍ୟୁ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ଔଷଧ ଖାଇବା ପରେ ଅନେକ ପିଲାଙ୍କ କିଡନୀ ଫେଲ ହୋଇ ମୃତ୍ୟୁମୁଖରେ ପଡିଥିଲେ। ପରୀକ୍ଷଣରେ ସିରପରେ ଡାୟଥିଲିନ୍ ଗ୍ଲାଇକଲ୍ (DEG) ମାତ୍ରା ୪୮%ରୁ ଅଧିକ ଥିବା ଜଣାପଡ଼ିଥିଲା। ଏହାପରେ DGHS ପିଲାମାନଙ୍କ ଚିକିତ୍ସା ପାଇଁ ବ୍ୟବହୃତ କଫସିରପର ବ୍ୟବହାର ଉପରେ ସତର୍କତା ଜାରି କରିଥିଲା। କେନ୍ଦ୍ର ସରକାର ଏବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସରକାର ଔଷଧ ନିୟମ-୧୯୪୫ ସଂଶୋଧନ ଅନୁଯାୟୀ, ସିଡ୍ୟୁଲ୍ K ରେ ଥିବା ମୁକ୍ତ ଔଷଧ ତାଲିକାରୁ ସିରପଗୁଡ଼ିକୁ ବାଦ ଦିଆଯାଇଛି।
Union Ministry of Health and Family Welfare issues notification which brings into effect that all 'Syrups', including cough syrups will no longer be available over the counter. A prescription by a doctor will be required for the purchase of 'Syrups'. pic.twitter.com/k0jsP25EqJ
— ANI (@ANI) June 16, 2026
ଆହୁରି ପଢନ୍ତୁ- ୧ ଲିଟର ଇଥାନଲ ପାଇଁ ଦରକାର ୧୦ ହଜାର ଲିଟର ପାଣି, କେଉଁଠୁ ଆସିବ ଏତେ ଜଳ...