ମୁମ୍ୱାଇ : ହିନ୍ଦୀ ଫିଲ୍ମରେ ପ୍ରସିଦ୍ଧ ଲାଭ କରିଥିବା ଗାୟକଙ୍କ ମଧ୍ୟରେ କିଶୋର କୁମାର , ମହମ୍ମଦ ରଫି , ମୁକେଶଙ୍କ ଭଳି ସିଙ୍ଗରଙ୍କୁ ସ୍ମରଣ କରାଯାଏ। ସମୟ ଅନୁସାରେ ଟପ୍ ସିଙ୍ଗରଙ୍କ ତାଲିକା ମଧ୍ୟ ଅଲଗା ହୋଇଗଲା। ଗୋଟେ ସମୟ ଆସିଲା ଯେବେ ପ୍ରସିଦ୍ଧ ସିଙ୍ଗରଙ୍କ ସ୍ଥାନରେ ମଧ୍ୟ ନୂଆ ସିଙ୍ଗରମାନେ ଆସିଲେ। କିନ୍ତୁ ଏମିତି ଜଣେ ସିଙ୍ଗର ଯିଏ ଇଣ୍ଡଷ୍ଟ୍ରୀରେ ଭଲ କାମ କରିବା ପରେ ମଧ୍ୟ ସର୍ବଦା ଅପରିଚିତ ରହିଗଲେ। ତାଙ୍କ ମନରେ ଗୋଟେ ଦୁଃଖ ରହିଗଲା ଯେ, ସେ ଟପ୍ ସିଙ୍ଗରଙ୍କ ତାଲିକାରେ ଗଣାହୋଇ ପାରିଲେ ନାହିଁ। ସମୟାନୁସାରେ କାମ ମିଳିବା ବନ୍ଦ ହୋଇ ଗଲା। ପୁରସ୍କାର ଫଙ୍କସନକୁ ଡକାଗଲା ନାହିଁ ଏବଂ ଶେଷରେ କୌଣସି ବଡ଼ ଷ୍ଟାରମାନେ ତାଙ୍କୁ ମନେପକାଇଲେ ନାହିଁ। ଏହି ମହାନ ସିଙ୍ଗର ଜଣଙ୍କ ଥିଲେ ମହମ୍ମଦ ଅଜିଜ। ମହମ୍ମଦ ରଫିଙ୍କ ମୃତ୍ୟୁ ପରେ ଚମକି ଥିଲା ତାଙ୍କର ଭାଗ୍ୟ।
ଯେବେ ମହମ୍ମଦ ରଫି ନିଜର ଯାଦୁକରୀ କଣ୍ଠସ୍ୱରରେ ଚମକାଉ ଥିଲେ, ଏହି ସମୟରେ ଆଉ ଜଣେ ସିଙ୍ଗରଙ୍କ ଜନ୍ମ ହୋଇ ଥିଲା , ତାଙ୍କ ନାଁ ଥିଲା ସୟଦ ମହମ୍ମଦ ଅଜିଜ-ଉନ-ନବୀ। ଏହା ୧୯୫୪ ମସିହାର କଥା। ଘରେ ତାଙ୍କ ଶ୍ରଦ୍ଧାରେ ମୁନ୍ନା ଡାକୁ ଥିଲେ। ମହମ୍ମଦ ଅଜିଜ ପିଲାଦିନ ମହମ୍ମଦ ରଫିଙ୍କ ଗୀତ ଖୁବ୍ ଶୁଣୁ ଥିଲେ ଏବଂ ତାଙ୍କୁ କପି କରି ଗାଇ ନିଜ ଘର ଲୋକଙ୍କୁ ଖୁସି କରୁ ଥିଲେ। ସିଙ୍ଗରଙ୍କୁ ଶୁଣିବା ଓ ତାଙ୍କୁ କପି କରିବା କାରଣରୁ ତାଙ୍କର କଣ୍ଠସ୍ୱର ଏତେ ମଧୁର ହୋଇଗଲା ଯେ, ବଡ଼ ବଡ଼ ସଙ୍ଗିତକାର ମଧ୍ୟ ତାଙ୍କୁ ଶୁଣିବା ପରେ ପ୍ରଶଂସା କରୁଥିଲେ। ସେ ସାତ ସୁରରେ ସୁରନ୍ଧର ଥିଲେ। ଅଜିଜ ସାହେବ ଯେବେ ବଡ଼ ହେଲେ , କୋଲକାତାର ଗାଲିବ ରେଷ୍ଟୁରାଣ୍ଟରେ ଗୀତ ଗାଉଥିଲେ। ଏଠାରୁ ତାଙ୍କୁ ଜଣେ ଫିଲ୍ମମେକର ନୋଟିସ କଲେ ଏବଂ ପ୍ରଥମେ ଏକ ବଙ୍ଗଳା ଫିଲ୍ମରେ ଗୀତ ଗାଇବାକୁ ସୁଯୋଗ ଦେଲେ। ଏହାପରେ ଅଜିଜ ମୁମ୍ୱାଇ ଚାଲିଗଲେ। ସେଠାରେ ଅନେକ ଦିନ ଯାଏ ଆରମ୍ଭ କରିଦେଲେ ସଂଘର୍ଷ।
୧୯୮୪ ମସିହାରେ ଆସିଲା ଫିଲ୍ମ ‘ଅମ୍ୱର’। ଏଥିରେ ସେ ଗୀତ ଗାଇଲେ , ହେଲେ ସେତେ ପରିଚୟ ମିଳିଲା ନାହିଁ। ଏହି ସମୟରେ ତାଙ୍କର ବନ୍ଧୁତା ଅନୁ ମଲିକଙ୍କ ସହ ହେଲା। ସେ ମଧ୍ୟ ଇଣ୍ଡଷ୍ଟ୍ରୀରେ ଷ୍ଟ୍ରଗଲ କରୁଥିଲେ ଏବଂ ଅନେକ ସମୟରେ ଅଜିଜଙ୍କ ସହ ଗୀତ ଡବ୍ କରାଉ ଥିଲେ। ଏହି କାମ ବର୍ଷ ବର୍ଷ ଧରି ଚାଲିଲା। ଦିନେ ଜଣେ ଅଜଣା ବ୍ୟକ୍ତି ଅଜିଜ ସାହେବଙ୍କ ଘରେ ପହଞ୍ଚିଲେ ଏବଂ କହିଲେ, ଶୀଘ୍ର ଚାଲ ଆପଣଙ୍କୁ ଅମିତାଭ ବଚ୍ଚନଙ୍କ ପାଇଁ ଗୀତ ରେକର୍ଡ କରିବାର ଅଛି। ପ୍ରଥମେ ତ ସିଙ୍ଗରଙ୍କୁ ବିଶ୍ୱାସ ହେଲା ନି, ହେଲେ ପରେ ସେ କହିଲେ ଅନୁ ମଲିକ ଡାକିଛନ୍ତି। ଅଜିଜ ପ୍ରସ୍ତୁତ ହୋଇ ଷ୍ଟୁଡିଓରେ ପହଞ୍ଚିଲେ ଏବଂ ମନମୋହନ ଦେଶାଇଙ୍କ ଫିଲ୍ମ ମର୍ଦ ପାଇଁ ଗୀତ ରେକର୍ଡ କଲେ ...’ମୈ ହୁଁ ମର୍ଦ ଟାଙ୍ଗେ ୱାଲା’। ଉକ୍ତ ଗୀତକୁ ଅମିତାଭଙ୍କ ଉପରେ ସୁଟ୍ କରାଯାଇ ଥିଲା। ଏହାପରେ ଅଜିଜଙ୍କ ଗାଡ଼ି ଆଗକୁ ଆଗକୁ ମାଡ଼ି ଚାଲିଲା।
ମହମ୍ମଦ ଅଜିଜ ନିଜର ଫିଲ୍ମ କ୍ୟାରିୟରେ ଅମିତାଭ ବଚ୍ଚନ , ଗୋବିନ୍ଦା , ଅଜୟ ଦେବଗନ ,ସଲମାନ ଖାନ, ସନି ଦେଓଲଙ୍କ ସମେତ ଅନେକ ଅଭିନେତାଙ୍କ ପାଇଁ ଗୀତ ଗାଇଛନ୍ତି। ଫିଲ୍ମ ‘ଖୁଦା ଗବାହ’ର ଗୀତ ‘ ତୁ ମୁଝେ କୁବୁଲ ’ ଗୋବିନ୍ଦାଙ୍କ ପାଇଁ ‘କାଗଜ କଲମ ଦୱାତ’ ଭଳି ଗୀତ ଗାଇଛନ୍ତି। ଥରେ ତ ଆଶା ଭୋସଲେ ସିଙ୍ଗରଙ୍କ ପାଇଁ ନିଜର ପତି ଆରଡି ବର୍ମନଙ୍କ ସହ ଯୁକ୍ତି କରିଥିଲେ। ପରେ ସିଙ୍ଗର ଆଶା ତାଇଙ୍କ ସହ ଅନେକ ଗୀତ ରେକର୍ଡ କରିଥିଲେ। ଏତେ ବଡ଼ ଓ ଆକର୍ଷଣୀୟ କ୍ୟାରିୟର ପରେ ମଧ୍ୟ ତାଙ୍କର ଗଣତି କେବେ ଟପ୍ ସିଙ୍ଗରଙ୍କ ମଧ୍ୟରେ କରାଯାଉ ନଥିଲା। ନିଜର ଏକ ଇଣ୍ଟରଭ୍ୟୁରେ ଅଜିଜ ନିଜେ ମାନି ଥିଲେ ଯେ, ତାଙ୍କୁ ଇଣ୍ଡଷ୍ଟ୍ରୀରେ ପରିଚୟ ମିଳିଲା ନାହିଁ। ତାଙ୍କ କ୍ୟାରିୟର କେତେବେଳେ ବୁଡ଼ି ଗଲା , ସେ ଜାଣିପାରିଲେ ନାହିଁ। ତାଙ୍କୁ କେବେ କୌଣସି ପୁରସ୍କାର ଫଙ୍କସନକୁ ଡ଼କାଗଲା ନାହିଁ। କେଉଁଠି ବି ତାଙ୍କ ନାଁ ଶୁଣାଗଲା ନାହିଁ ଏବଂ ଯେବେ ତାଙ୍କର ଅନ୍ତିମ ସମୟ ଆସିଲା ତ ସଙ୍ଗିତ ଜଗତର ଖୁବ୍ କମ୍ ଲୋକ ତାଙ୍କୁ ଅନ୍ତିମ ବିଦାୟୀ ଦେବାକୁ ପହଞ୍ଚି ଥିଲେ।
୨୭ ନଭେମ୍ୱର ୨୦୧୮ରେ ମହମ୍ମଦ ଅଜିଜ କୋଲକାତାରୁ ମୁମ୍ୱାଇ ଆସୁଥିଲେ। ମୁମ୍ୱାଇ ଏୟାରପୋର୍ଟରେ ପହଞ୍ଚିବା କ୍ଷଣି ବେହୋସ ହୋଇଗଲେ। ତାଙ୍କୁ ତୁରନ୍ତ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଗଲା ଏବଂ ଏହି ଦିନ ହିଁ ସେ ଏହି ଦୁନିଆକୁ ଅଲବିଦା କହି ଦେଲେ। ତାଙ୍କର ଅନ୍ତିମ ସଂସ୍କାରରେ ସଙ୍ଗିତ ଜଗତରୁ ଉଦିତ ନାରାୟଣ , ସୁଖବିନ୍ଦର ସିଂହ , ଅଭିଜିତ ଭଟ୍ଟାଚାର୍ଯ୍ୟ, ସାଧନା ସରଗମ , ସୁରେଶ ୱାଡେକର , ଶ୍ରବଣ ରାଠୋରଙ୍କ ଭଳି ସିଙ୍ଗର ଉପସ୍ଥିତ ଥିଲେ। ଆକ୍ଟିଂ ଜଗତରୁ କୌଣସି ବଡ଼ ଆକ୍ଟର ନଜର ଆସି ନଥିଲେ। ଏହି କଥା ସୋନୁ ନିଗମ ମଧ୍ୟ ନିଜର ଏକ ଇଣ୍ଟରଭ୍ୟୁରେ ମାନି ଥିଲେ। ସେ କହିଥିଲେ , ଏତେ ବଡ଼ ସିଙ୍ଗର ଚାଲିଗଲେ , ଅତି କମରେ ତାଙ୍କ ଯିବାର ଅବଶୋଷ ତ କରାଯିବାର ଥିଲା।
ଏହାସହ ମଧ୍ୟ ପଢନ୍ତୁ : ଫିଲ୍ମ ‘ଲଗାନ’ର ଏହି ଗୀତକୁ ସୁଟ୍ କରିବାରେ ଲାଗି ଥିଲା ୫ ଦିନ , କାହାର ହୋଇଥିଲା ବାନ୍ତି ତ ଆଉ କିଏ ହରାଇ ଥିଲେ ଚେତା