ମୁମ୍ୱାଇ : ‘ସାଜନ ଘର’ , ‘କୁମକୁମ ଭାଗ୍ୟ’ , ଏବଂ ‘ଦିଲୱାଲେ ଦୁଲହନିଆ ଲେ ଜାଏଙ୍ଗେ’ ଭଳି ଶୋ'ରେ କାମ କରିଥିବା ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟାକୁ ନେଇ ତାଙ୍କର ପରିବାର ଖୁବ୍ ଦୁଃଖରେ। ଏହି ସମୟରେ, ସଞ୍ଚିତାଙ୍କ ଭାଇ ଆକାଶ ସତୀଶ ଉଗଲେ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି। ସେ ତାଙ୍କ ଭଉଣୀଙ୍କ ମୃତ୍ୟୁ ଏବଂ ୨୦୨୦ ମସିହାରେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମଧ୍ୟରେ ଏକ ସମ୍ପର୍କ ଥିବା ଅଭିଯୋଗ କରିଛନ୍ତି। ସେ ଦାବି କରିଛନ୍ତି ଯେ , ତାଙ୍କ ଭଉଣୀ ଏବଂ ସୁଶାନ୍ତ, ଉଭୟ ଇଣ୍ଡଷ୍ଟ୍ରୀର ଚାପ ଯୋଗୁଁ ଦୁନିଆରୁ ଚାଲିଗଲେ। ସେ ଏହା ମଧ୍ୟ କହିଛନ୍ତି , ଉଭୟଙ୍କ ମୃତ୍ୟୁ ସମାନ ତାରିଖରେ ହୋଇଛି, କେବଳ ଛଅ ବର୍ଷର ବ୍ୟବଧାନ।

ଆକାଶ ଏହା ମଧ୍ଯ କହିଛନ୍ତି ଯେ, ସଞ୍ଚିତା ଉଗଲେଙ୍କ ସୋସିଆଲ ମିଡିଆରେ ଶେଷ ପୋଷ୍ଟ ସୁଶାନ୍ତ ସିଂହ ରାଜପୁତଙ୍କ ସହ ଜଡିତ ଥିଲା। ଅଭିନେତ୍ରୀ ରବିବାର ସୁଶାନ୍ତଙ୍କ ମୃତ୍ୟୁ ବାର୍ଷିକୀରେ ତାଙ୍କୁ ମନେପକାଇ ଏକ ଇନଷ୍ଟାଗ୍ରାମ ରିଲ୍ ପୋଷ୍ଟ କରିଥିଲେ, ଯେଉଁଥିରେ ଲେଖିଥିଲେ , ପୁଣି ଥରେ ୧୪ ଜୁନ ଆସି ଗଲା।

ETimes ମୁତାବିକ, ସଞ୍ଚିତାଙ୍କ ଭାଇ IANS କୁ କହିଛନ୍ତି, ସୁଶାନ୍ତ ସିଂହ ରାଜପୁତ ୧୪ ଜୁନ୍, ୨୦୨୦ ରେ ଆତ୍ମହତ୍ୟା କରି ଥିଲେ। କାହିଁକି ? କାରଣ ବଲିଉଡ୍, ଅର୍ଥାତ୍ ଏହି ଇଣ୍ଡଷ୍ଟ୍ରୀ, ତାଙ୍କ ଉପରେ ବହୁତ ଚାପ ପକାଇ ଥିଲା, ଏବଂ ସେହି ଚାପ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ଯ କରିଥିଲା I ସେହିପରି, ଗତକାଲି ମୋ ଭଉଣୀ ଆତ୍ମହତ୍ୟା କରିଥିଲେ, ମୁଁ ଏହା କହୁଛି।

ଆକାଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ତାଙ୍କ ଭଉଣୀଙ୍କ ମୃତ୍ୟୁ ମାମଲାରେ ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, "ମୁଁ ମୋ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୋ ରାଜ୍ୟର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ସୁନେତ୍ର ପାୱାରଙ୍କୁ ଅନୁରୋଧ କରୁଛି ଯେ, ଦୟାକରି ଏହି ଘଟଣାରେ ଧ୍ୟାନ ଦିଅନ୍ତୁ।

ଆହୁରି ମଧ୍ୟ ପଢନ୍ତୁ : ମୁଁ ଭାବୁ ନାହିଁ ସେ ଆତ୍ମହତ୍ୟା କରିଥିବେ ... ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ଅଭିନେତା ଶିଶିର ଶର୍ମାଙ୍କ ପ୍ରତିକ୍ରିୟା

ଅନ୍ୟପଟେ , ପୁଲିସ ଏହାକୁ ଏକ ଆକ୍ସିଡେଣ୍ଟଲ ଡେଥ୍ ରିପୋର୍ଟ (ADR) ପଞ୍ଜିକୃତ କରିଛି। ସେମାନେ ବର୍ତ୍ତମାନ ଘଟଣାର କାରଣରୁ ଯାଞ୍ଚ କରୁଛନ୍ତି। ପୁଲିସ ଅଧିକାରୀଙ୍କ ଅନୁସାରେ, ସଞ୍ଚିତା ମୁମ୍ବାଇର ନାଲାସୋପାରା ଅଞ୍ଚଳରେ ତାଙ୍କ ବାପା ମାଆ ଏବଂ ଭଉଣୀଙ୍କ ସହିତ ରହୁ ଥିଲେ। ଘଟଣା ସମୟରେ ସଞ୍ଚିତା ଘରେ ଏକୁଟିଆ ଥିଲେ। ଯେତେବେଳେ ତାଙ୍କ ବାପାମାଆ ଓ ଭଉଣୀ ଘରକୁ ଫେରିଲେ , ସେମାନେ ତାଙ୍କୁ (ସଞ୍ଚିତା) ତାଙ୍କ ଶୋଇବା ଘରେ ସିଲିଂ ଫ୍ୟାନରେ ଝୁଲୁ ଥିବାର ଦେଖିଲେ । ସଞ୍ଚିତାଙ୍କ ବୟସ ମାତ୍ର ୨୨ ବର୍ଷ ଥିଲା।

ଆହୁରି ମଧ୍ୟ ପଢନ୍ତୁ : Casting couch in TV industry: ‘ନ ଶୋଇଲେ, ବଦଳେଇ ଦେବୁ’ : ସଞ୍ଚିତାଙ୍କ ଆତ୍ମହତ୍ୟା ଘଟଣାରେ ଏମିତି କାହିଁକି କହିଲେ ଆଞ୍ଚଲ