ନୂଆଦିଲ୍ଲୀ,୧୬/୦୬; ଆସନ୍ତା ସେପ୍ଟେମ୍ବର ୨୧ରୁ ଆରମ୍ଭ ହେବ ବିଗ୍‌ ବସ୍‌-୨୦ର ସୁଟିଂ । ଏଥର ବି ଶୋ’ର ହୋଷ୍ଟ ହେବେ ଦବଙ୍ଗ ସଲମାନ ଖାନ୍‌ । ଚଳିତ ସିଜନ୍‌ରେ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସରଙ୍କଠୁ ବଡ଼ ଟିଭି ଷ୍ଟାର୍‌ ମୁଖ୍ୟ ଆକର୍ଷଣ ହେବେ । ଶୋ’କୁ ଅଧିକ ଦମ୍‌ଦାର କରିବା ପାଇଁ ନିର୍ମାତା କିଛି ହଟ୍‌କେ କରିବେ । ‘ଖତ୍‌ରୋଁ କେ ଖିଲାଡ଼ି’ ଭଳି ଏହାର ଥିମ୍‌ ଓଲ୍ଡ ଭର୍ସସ୍‌ ନ୍ୟୁ ହୋଇପାରେ । ବିଗ୍‌ ବସ୍‌ ଘରେ ନୂଆ ଚେହେରାଙ୍କ ସହ ଗତ ସିଜନ୍‌ର କିଛି ପୁରୁଣା ଓ ବିବାଦୀୟ ଚେହେରାଙ୍କୁ ବି ଦେଖିବାକୁ ମିଳିପାରେ । 

ତେବେ ନିର୍ମାତା ଅଦ୍ୟାବଧି ପ୍ରତିଯୋଗୀଙ୍କ ନାଁ ଘୋଷଣା କରିନାହାନ୍ତି । କିନ୍ତୁ ସୋସିଆଲ ମିଡିଆରେ କିଛି ନାଁ ଚର୍ଚ୍ଚାର ବିଷୟ ହୋଇଛି । ଚର୍ଚ୍ଚା ହେଉଛି, ଏମ୍‌ଟିଭି ସ୍ପ୍ଲିଟ୍‌ସଭିଲ୍ଲା-୧୬ର ବିଜେତା କୁଶଲ ତନୱରଙ୍କୁ ବିଗ୍‌-ବସ୍‌-୨୦ ପାଇଁ ଆମନ୍ତ୍ରଣ କରାଯାଇଛି । ରିଦ୍ଧିମା ଗୁପ୍ତାଙ୍କ ନାଁ ବି ଚର୍ଚ୍ଚାରେ ଅଛି । ମିଷ୍ଟର ଫୈଜୁ ଓ ଅଞ୍ଜଲି ଅରୋରାଙ୍କୁ ଶୋ’ରେ ଦେଖାଯାଇପାରେ । ଦୁହେଁ ଡିଜିଟାଲ ଦୁନିଆର ଚର୍ଚ୍ଚିତ ଚେହେରା । ଏମାନଙ୍କ ସହିତ ଅସିମ ରିୟାଜ, ଶହନାଜ ଗିଲ ଓ ପାରସ ଛାବରାଙ୍କୁ ମଧ୍ୟ ଶୋ’ରେ ସାମିଲ କରାଯାଇପାରେ । ବଡ଼ ଖବର ହେଉଛି ଏ ବର୍ଷ ବିଗ୍‌-ବସ୍‌ ଓଟିଟିରେ ଆସିବନି । ସେପ୍ଟେମ୍ବର ଶେଷ ସପ୍ତାହ କିମ୍ବା ଅକ୍ଟୋବର ଆରମ୍ଭରେ କଲର୍ସ ଟିଭି ଓ ଜିଓ ସିନେମାରେ ଏହା ପ୍ରସାରିତ ହୋଇପାରେ ।

ଏହା ବି ପଢନ୍ତୁ...Sanchita Ugale Death : ସଞ୍ଚିତା ଉଗଲେଙ୍କ ମୃତ୍ୟୁ ଓ ସୁଶାନ୍ତ ସିଂହ ରାଜପୁତଙ୍କ ମଧ୍ୟରେ ସମ୍ପର୍କ , ଅଭିନେତ୍ରୀଙ୍କ ଭାଇଙ୍କର ଆସିଲା ପ୍ରଥମ ପ୍ରତିକ୍ରିୟା