ଭୁବନେଶ୍ୱର,୦୭/୦୨:  ଶୁକ୍ରବାର ରାଜ୍ୟ କ୍ୟାବିନେଟ୍‌ ଓ  ମନ୍ତ୍ରୀ ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଲୋକସେବା ଭବନରେ ବସିବ । ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ମନ୍ତ୍ରୀ ପରିଷଦ ବୈଠକରେ ବିଧାନସଭାରେ ଉପସ୍ଥାପିତ ହେବାକୁ ଥିବା ୨୦୨୫-୨୬ ଆର୍ଥିକ ବର୍ଷର ବଜେଟକୁ  ଅନୁମୋଦନ ମିଳିବ ବୋଲି  ସୂଚନା ମିଳିଛି ।

ଏହାପରେ  କ୍ୟାବିନେଟ୍‌ ବୈଠକ ବସିବ ।  ରାଜ୍ୟ ସ୍ୱାର୍ଥ ସମ୍ବଳିତ କିଛି ପ୍ରସଙ୍ଗରେ ଆଲୋଚନା  ହେବା ପରେ କ୍ୟାବିନେଟ୍‌ ତାକୁ ଅନୁମୋଦନ କରିବ ।  ନିର୍ଦ୍ଦିଷ୍ଟ ଏଜେଣ୍ଡା ସମ୍ପର୍କରେ ସୂଚନା ମିଳିନି । ଅପରାହ୍ନ  ୫ଟାରେ ବୈଠକ ବସିବାକୁ ଧାର୍ଯ୍ୟ ହୋଇଛି।