ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଇସ୍ରାଏଲ ଆକ୍ରମଣରେ ବେହାଲ ଗାଜା; ବେରୁଟରେ ୧୧ଜଣଙ୍କ ମୃତ୍ୟୁ

Published By : Bijay Swain | November 23, 2024 6:17 PM

image courtesy:- financialtimes

ନୂଆଦିଲ୍ଲୀ:- ସମଗ୍ର ବିଶ୍ବରେ ଏବେ ତୃତୀୟ ବିଶ୍ବଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହେଲାଣି । ଗୋଟିଏ ପଟେ ଋଷ-ୟୁକ୍ରେନ ଯୁଦ୍ଧ ଥମିବାର ନାଁ ନେଉ ନଥିଲା ବେଳେ ଅନ୍ୟପଟେ ଇସ୍ରାଏଲ ଗାଜା ଉପେର ଆକ୍ରମଣ ଜାରି ରଖିଛି । ଏହି ଆକ୍ରମଣ ଫଳରେ ମଧ୍ୟ-ପ୍ରାଚ୍ୟରେ ମଧ୍ୟ ଅସ୍ଥିରତା ଲାଗି ରହିଛି । ଯୁଦ୍ଧରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରି ହମାସ ଭଳି ଚରମପନ୍ଥୀ ଗୋଷ୍ଠୀ ଉପରେ ଆକ୍ରମଣ ଜାରି ରଖିଛି । 

ଇସ୍ରାଏଲ ପାଲେଷ୍ଟାଇନ ଅନ୍ତର୍ଗତ ଗାଜା ଓ ବେରୁଟରେ ନିଜର ଏୟାରଷ୍ଟ୍ରାଇକ ଜାରି ରଖିଛି । ଶନିବାର ମଧ୍ୟରାତ୍ରରେ ହୋଇଥିବା ଏୟାରଷ୍ଟ୍ରାଇକରେ ଗାଜାର ୧୯ ଜଣଙ୍କ ସହ ବେରୁଟରେ ୧୧ଜଣଙ୍କର ମୃତ୍ୟୁ ହୋଇଛି । ଗାଜାଷ୍ଟ୍ରିପରେ ଥିବା ଏକ ନାଗରିକ ପ୍ରତିରକ୍ଷା ଅନୁଷ୍ଠାନ ଏହି ଏୟାର ଷ୍ଟ୍ରାଇକରେ ୪୦ରୁ ଅଧିକ ଆହତ ହୋଇଥିବା ସୂଚନା ଦେଇଛି । 

ବେରୁଟର ବସ୍ତା ଅଲ-ଫାଓ୍ବକାରେ ଇସ୍ରାଏଲ କରିଥିବା ଏୟାରଷ୍ଟ୍ରାଇକରେ ୧୧ ଜଣଙ୍କର ମୃତ୍ୟୁ ଘଟିବା ସହିତ ବହୁ ଜଣଙ୍କ ଦେହାବଶେଷ ଠାବ ହୋଇଛି । ଡିଏନଏ ଟେଷ୍ଟ ସରିଲା ପରେ ମୋଟ କେତେଜଣଙ୍କ ମୃତ୍ୟୁ ଘଟିଛି ସେନେଇ ଆନୁଷ୍ଠାନିକ ଭାବେ କହିହେବ ବୋଲି ଲେବନାନର ସ୍ବାସ୍ଥ୍ୟ ବିଭାଗ ଘୋଷଣା କରିଛି । ମିଳିଥିବା ସୂଚନା ମୁତାବକ ଇସ୍ରାଏଲୀ ବାୟୁସେନା ବସ୍ତା ଅଞ୍ଚଳରେ ପ୍ରବେଶ କରି ଏକ ଆଠ ମହଲା ବିଶିଷ୍ଟ ଏକ ବିଲ୍ଡିଂକୁ ଟାର୍ଗେଟକରି ଏହି ଷ୍ଟ୍ରାଇକ କରିଥିଲା । ଏହି ଷ୍ଟ୍ରାଇକରେ ସମ୍ପୁର୍ଣ୍ଣ ବିଲ୍ଡିଂ ଧ୍ବଂସ ହୋଇଯିବା ସହ ଅନେକ ଲୋକ ମୃତାହାତ ହୋଇଥିଲେ । 

ଅକ୍ଟୋବର ୨୦୨୩ରୁ ଇସ୍ରାଏଲ, ହମାସ ଓ ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ହେଜବୁଲ୍ଲା ମଧ୍ୟରେ ସଂଘର୍ଷ ଲାଗି ରହିଛି । ଲେବାନନ ସୀମାରେ ଏକ ବର୍ଷର ଶାନ୍ତି ପରେ ଇସ୍ରାଏଲ ଗତ ସେପ୍ଟେମ୍ବର ମାସରେ ଲେବାନନ ଉପରେ ଏୟାର ଷ୍ଟ୍ରାଇକ କରିବା ସହ ନିଜ ସୈନ୍ୟବାହିନୀକୁ ହେଜବୁଲ୍ଲା ବିରୁଦ୍ଧରେ ଲଢିବା ପାଇଁ ଦକ୍ଷିଣ ଲେବାନନକୁ ପଠାଇଥିଲା । ଅନ୍ୟପଟେ ଗାଜା ଷ୍ଟ୍ରିପରେ ହେଉଥିବା ପ୍ରଚଣ୍ଡ ଆକ୍ରମଣ ଯୋଗୁଁ ଯୋଗାଣ ବ୍ୟବସ୍ଥା ଠପ ହୋଇଯାଇଛି । ଯାହା ଫଳରେ ଗାଜାରେ ଥିବା ଏକ ମାତ୍ର ଚିକିତ୍ସାଳୟ ଆଉ ମାତ୍ର ୨ଦିନ କାର୍ଯ୍ୟକ୍ଷମ ହୋଇପାରିବ ବୋଲି ପାଲେଷ୍ଟାଇନର ସ୍ବାସ୍ଥ୍ୟ ମନ୍ତ୍ରୀ ଘୋଷଣା କରିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.