ବ୍ୟୁରୋ ୧୧/୦୭: ବିଶ୍ୱର ଅଧିକାଂଶ ଦେଶରେ ଡିଜିଟାଲ ପେମେଣ୍ଟର ବ୍ୟବହାର ଦ୍ରୁତ ଗତିରେ ବଢ଼ୁଛି। ଭାରତରେ UPI ଭଳି ବ୍ୟବସ୍ଥା ନଗଦ କାରବାରକୁ ବହୁତ କମାଇ ଦେଇଛି। କିନ୍ତୁ ଆପଣ କେବେ ଏମିତି ଏକ ଦେଶ ବିଷୟରେ ଶୁଣିଛନ୍ତି କି, ଯେଉଁଠାରେ ନୋଟ୍ ଏତେ ଅଧିକ ଥାଏ ଯେ ଲୋକମାନେ ଟଙ୍କା ବୋହିବା ପାଇଁ ବ୍ୟାଗ ବ୍ୟବହାର କରନ୍ତି ? କେବଳ ବ୍ୟାଗ୍ ନୁହେଁ ଟ୍ରକର ମଧ୍ୟ ବ୍ୟବହାର କରାଯାଏ । ତେବେ ଆସନ୍ତୁ ଜାଣିବା "ନୋଟ୍ ବଜାର" ବିଷୟରେ …

ଏହି ଅଜବ ଦୃଶ୍ୟ ଦେଖିବାକୁ ମିଳେ ଉତ୍ତର ଆଫ୍ରିକାର ଏକ ଅଞ୍ଚଳ ସୋମାଲିଲ୍ୟାଣ୍ଡରେ । ଏଠାରେ ବଜାରରେ ଫଳ ଓ ପନିପରିବା ଅପେକ୍ଷା ଅଧିକ ଦେଖାଯାଏ ନୋଟର ଗଦା। ଛୋଟ ଛୋଟ ଜିନିଷ କିଣିବା ପାଇଁ ମଧ୍ୟ ଲୋକଙ୍କୁ ହଜାର ହଜାର ନୋଟ୍ ନେଇ ବଜାରକୁ ଯିବାକୁ ପଡ଼େ।

ନୋଟର ମୂଲ୍ୟ ବଡ଼ ସମସ୍ୟା

ସୋମାଲିଲ୍ୟାଣ୍ଡ ଆଡେନ୍ ଉପସାଗର ନିକଟରେ ଅବସ୍ଥିତ। ୧୯୯୧ ମସିହାରେ ଏହି ଅଞ୍ଚଳ ସୋମାଲିଆରୁ ନିଜକୁ ସ୍ୱାଧୀନ ଘୋଷଣା କରିଥିଲା। ତେବେ ଆଜି ପର୍ଯ୍ୟନ୍ତ ଜାତିସଂଘ ସମେତ ଅଧିକାଂଶ ଦେଶ ଏହାକୁ ସ୍ୱତନ୍ତ୍ର ରାଷ୍ଟ୍ର ଭାବେ ସ୍ୱୀକୃତି ଦେଇନାହାନ୍ତି। ପ୍ରାୟ ୪ ନିୟୁତ ଲୋକସଂଖ୍ୟା ଥିବା ଏହି ଅଞ୍ଚଳ ନିଜର ସରକାର ଓ ପ୍ରଶାସନ ଚଳାଉଛି । ସୋମାଲିଲ୍ୟାଣ୍ଡର ସରକାରୀ ମୁଦ୍ରା ହେଉଛିସୋମାଲିଲ୍ୟାଣ୍ଡ ସିଲିଙ୍ଗ୍କିନ୍ତୁ ଏହାର ମୂଲ୍ୟ ଏତେ ହ୍ରାସ ପାଇଛି ଯେ ୧ ଆମେରିକୀୟ ଡଲାର ପାଇଁ ପ୍ରାୟ ୯୦୦୦ ସିଲିଙ୍ଗ୍ ଆବଶ୍ୟକ ହୁଏ। ଏଠାରେ ୫୦୦ ଓ ୧୦୦୦ ସିଲିଙ୍ଗ୍ ନୋଟ୍ ସବୁଠାରୁ ଅଧିକ ଚଳନଶୀଳ।

ଆହୁରି ପଢନ୍ତୁ :- Donald Trump : ନିଜର ହତ୍ୟା ପୋଷ୍ଟର ଦେଖି ଚିହିଁକି ଉଠିଲେ ଟ୍ରମ୍ପ, କହିଲେ ୧୦୦୦ ମିଶାଇଲ୍ ରଖିଛୁ, ଛାଡ଼ିଦେବୁ...

ଏହି କାରଣରୁ ଦୈନନ୍ଦିନ ଜିନିଷ କିଣିବା ପାଇଁ ମଧ୍ୟ ଲୋକଙ୍କୁ ନୋଟର ବଡ଼ ବଣ୍ଡଲ୍ ନେଇ ଯିବାକୁ ପଡ଼ିଥାଏ। ଗୋଟିଏ ସିଗାରେଟ୍ କିଣିବାକୁ ମଧ୍ୟ ଅନେକ ନୋଟ୍ ଦେବାକୁ ପଡ଼େ। ପନିପରିବା ଭର୍ତ୍ତି ଏକ ବ୍ୟାଗ କିଣିବାକୁ ଯେତିକି ଟଙ୍କା ଲାଗେ, ସେତିକି ନୋଟ୍ ବୋହିବା ପାଇଁ ଆଉ ଏକ ବ୍ୟାଗ ଆବଶ୍ୟକ ହୋଇପାରେ । ବଡ଼ କ୍ରୟ କରିବା ସମୟରେ ପରିସ୍ଥିତି ଆହୁରି ଆଶ୍ଚର୍ଯ୍ୟଜନକ। ମହଙ୍ଗା ଜିନିଷ କିଣିବା ପାଇଁ କେତେକ ସମୟରେ ନୋଟର ବଣ୍ଡଲ୍ ଟ୍ରକ୍ କିମ୍ବା ବଡ଼ ଯାନରେ ନେବାକୁ ପଡ଼ିପାରେ।

ଟଙ୍କା ଏଠାରେ ସମ୍ପତ୍ତି ନୁହେଁ, ବରଂ ଭାର !

ଏହି ସମସ୍ୟାର ସମାଧାନ ଭାବେ ସୋମାଲିଲ୍ୟାଣ୍ଡରେ ମୋବାଇଲ୍ ପେମେଣ୍ଟ ଓ ଡିଜିଟାଲ କାରବାର ଦ୍ରୁତ ଗତିରେ ବଢ଼ିଛି। ଲୋକମାନେ ଛୋଟ କ୍ରୟରୁ ଆରମ୍ଭ କରି ବଡ଼ ଟଙ୍କା ଲେନଦେନ ପର୍ଯ୍ୟନ୍ତ ମୋବାଇଲ୍ ମାଧ୍ୟମରେ କରିବାକୁ ପସନ୍ଦ କରୁଛନ୍ତି। ଏପରିକି କେତେକ ଭିକାରୀ ମଧ୍ୟ ନଗଦ ପରିବର୍ତ୍ତେ ମୋବାଇଲ୍ ପେମେଣ୍ଟ ଗ୍ରହଣ କରୁଛନ୍ତି । ଅର୍ଥାତ୍, ଯେଉଁଠାରେ ନୋଟ୍ର ଅଭାବ ନାହିଁ, ସେଠାରେ ଲୋକମାନେ ନୋଟ୍କୁ ଛାଡ଼ି ଡିଜିଟାଲ ଟଙ୍କା ଉପରେ ନିର୍ଭର କରୁଛନ୍ତି।

ସୋମାଲିଲ୍ୟାଣ୍ଡର ପ୍ରାୟ ଅଧା ଅଞ୍ଚଳ ମରୁଭୂମି। ବାକି ଅଞ୍ଚଳ ମଧ୍ୟ ଅନେକ ସମୟରେ ମରୁଡ଼ିର ପ୍ରଭାବରେ ରହେ। କୃଷି ସୁଯୋଗ ସୀମିତ ଓ ନିଯୁକ୍ତି ସୁଯୋଗ କମ୍। ଓଟ୍ ହେଉଛି ଏହି ଅଞ୍ଚଳର ପ୍ରମୁଖ ରପ୍ତାନି ଉତ୍ପାଦ। ଏଠାର ଅର୍ଥନୀତି ମୁଖ୍ୟତଃ ପଶୁପାଳନ, ମାଛ ଧରିବା ଓ ଛୋଟ ବ୍ୟବସାୟ ଉପରେ ନିର୍ଭର କରେ। ଏହା ସତ୍ତ୍ୱେ ଏହାର ଅର୍ଥନୀତିକୁ ଏପର୍ଯ୍ୟନ୍ତ ଦୁର୍ବଳ ବୋଲି ବିବେଚନା କରାଯାଏ।

ସୋମାଲିଲ୍ୟାଣ୍ଡର ଅର୍ଥନୀତି ମଧ୍ୟ ପର୍ଯ୍ୟଟନ ଉପରେ ବହୁତ ନିର୍ଭର କରେ। ଏହାର ବେଳାଭୂମି, ରହସ୍ୟମୟ ଗୁମ୍ଫା ଏବଂ ପ୍ରାକୃତିକ ଅଞ୍ଚଳ ଗବେଷକ ଏବଂ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। ଇତିହାସ, ଭୂଗୋଳ ଏବଂ ପ୍ରତ୍ନତତ୍ତ୍ୱ ବିଶେଷଜ୍ଞମାନେ ମଧ୍ୟ ଗବେଷଣା ପାଇଁ ଏହି ଦେଶକୁ ପରିଦର୍ଶନ କରନ୍ତି ।