ଭୁବନେଶ୍ବର, ୧୧।୭ :  ଷ୍ଟିଲ ହବ ହେବାକୁ ଯାଉଛି ଓଡିଶା । ଆସନ୍ତା ୪ ରୁ ୫ ବର୍ଷ ରେ ଓଡିଶା ଷ୍ଟିଲ ଉତ୍ପାଦନ ଦୁଇଗୁଣା ହେବ। ୫୦ ମିଲିୟନ ଟନ ରୁ ଅଧିକ ଉତ୍ପାଦନ ଲକ୍ଷ୍ୟ ରହିଛି। ଓଡିଶା ସରକାରଙ୍କ ସହଯୋଗ ପାଇଁ ରାଜ୍ୟ ଖୁବ ଶିଘ୍ର ଷ୍ଟିଲ ହବ ହେବ ।ଏପଟେ  ନିଜସ୍ୱ ଟେକ୍ନୋଲୋଜି କୁ ବ୍ୟବହାର କରିବା ପାଇଁ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଥିବା କହିଛନ୍ତି ସେଲ ସିଏମଡି। ଯୁଦ୍ଧର ପ୍ରଭାବ ମଧ୍ୟ ଷ୍ଟିଲ ଦରରେ ପଡିଛି। ଯୁଦ୍ଧ ବନ୍ଦ ହେଲେ କମିବ ଷ୍ଟିଲ ଦର।

ବର୍ତ୍ତମାନ ଓଡିଶା ରେ ୨୦ ରୁ ୨୫ ମିଲିୟନ ଟନ ଷ୍ଟିଲ ଉତ୍ପାଦନ ହେଉଥିବା ବେଳେ ଆସନ୍ତା ୪ ରୁ ୫ ବର୍ଷ ମଧ୍ୟ ରେ ଏହି ଉତ୍ପାଦନ ଦୁଇ ଗୁଣ ହେବ।  ୫୦ ମିଲିୟନ ଟନରୁ ଅଧିକ ଉତ୍ପାଦନ ହେବ ଷ୍ଟିଲ । ଏଥିପାଇଁ ପଦକ୍ଷେପ ନେବା ଆରମ୍ଭ ହୋଇଛି। କଳିଙ୍ଗ ନଗରରୁ ପାରାଦୀପ , ଅନୁଗୁଳ, ରାଉରକେଲାରେ ଷ୍ଟିଲ ଉତ୍ପାଦନ କ୍ଷମତା ବୃଦ୍ଧି କରିବା ପାଇଁ ସମସ୍ତ ଷ୍ଟିଲ କମ୍ପାନୀ  ଅଣ୍ଟା ଭିଡ଼ିଛି ବୋଲି କହିଛନ୍ତି ସେଲ ସିଏମଡି ଅଶୋକ କୁମାର ପଣ୍ଡା । ଭୁବନେଶ୍ୱର ସୋଆ ବିଶ୍ୱବିଦ୍ୟାଳୟରେ ଆଇଏନଏଇ ପକ୍ଷରୁ ଆୟୋଜିତ ଟେକ୍ନୋଲୋଜି କନକେଲଭରେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି ସେଲ ସିଏମଡି। ଆସନ୍ତା ୪ ରୁ ୫ ବର୍ଷ ମଧ୍ୟରେ  ଦେଶରେ ୩୦୦ ମିଲିୟନ ଟନ  ଷ୍ଟିଲ ଉତ୍ପାଦନ ଲକ୍ଷ୍ୟ ରହିଛି ବୋଲି ସେଲ ସିଏମସି ଅଶୋକ କୁମାର ପଣ୍ଡା କହିଛନ୍ତି।

ଦେଶର ବା ରାଜ୍ୟର ଅର୍ଥନୀତିର ବୃଦ୍ଧି ଷ୍ଟିଲ କମ୍ପାନୀର ବିକାଶ ଉପରେ ନିର୍ଭର ରହିଛି। ତେଣୁ ଏହାକୁ ବୃଦ୍ଧି କରିବା ସରକାର ନିଜ ପଲିସିକୁ ସରଳିକରଣ କରିଛନ୍ତି।  ଷ୍ଟିଲ ପ୍ଲାଣ୍ଟର ବିକାଶ ପରିବହନ ଓ ଲଜିଷ୍ଟିକ  ଉପରେ ମଧ୍ୟ ନିର୍ଭରଶୀଳ ରହିଛି। ସଡ଼କ, ରେଳ ଓ ଜଳ ମାର୍ଗର ଆଵଶ୍ୟକତା ରହିଛି। ଏହା ସହ ଷ୍ଟିଲ ଉତ୍ପାଦନ ପାଇଁ ନିଜସ୍ୱ ବୈଷୟିକ କୌଶଳ ନଥିବାରୁ ରୁ ଏହା ଏକ ବଡ଼ ଚ୍ୟାଲେଞ୍ଜ ଥିବା କହିଛନ୍ତି ବିଶେଷଜ୍ଞମାନେ । କେବଳ ଉତ୍ପାଦନ ନୁହେଁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ବିଶେଷ କରି କାର୍ବନଡାଇଅକ୍ସଏଡ଼କୁ ନିୟନ୍ତ୍ରଣ କରିବା ଏକ ବଡ଼ ଚ୍ୟାଲେଞ୍ଜ ଥିବା କହିଛନ୍ତି ଆଇଏନଏଇର ସଭାପତି । ଭାରତ ବର୍ତ୍ତମାନ ନିଜସ୍ୱ ଟେକ୍ନୋଲୋଜି ଏ ବାବଦରେ ନିର୍ମାଣ କରୁଛି। ଦେଶରେ ନିଜସ୍ୱ ଟେକ୍ନୋଲୋଜି ନଥିବାରୁ ଆମେ ଏବେବି ଅନ୍ୟ ଦେଶ ଉପରେ ନିର୍ଭର ରହିଛୁ। ନିଜସ୍ୱ ବୈଷୟିକ କୌଶଳ ବୃଦ୍ଧି କରିବାର ଆଵଶ୍ୟକତା ରହିଥିବା କହିଛନ୍ତି ଡାନିଏଲ ଇଣ୍ଡିଆର ଉପସଭାପତି ମନୋରଂଜନ ରାମ ।