ପ୍ରମୂଖ ଖବର
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ବନ୍ଦ ଘରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର

Published By : Suraj Kumar | March 4, 2025 4:38 PM

ଉମରକୋଟ,୪।୩ : ନବରଙ୍ଗପୁରରେ ଚାଞ୍ଚଲ୍ୟ । ନିଜ ଘରୁ ସନ୍ଦେହ ଜନକ ଭାବେ ଦମ୍ପତିଙ୍କ ମୃତଦେହ ଉଦ୍ଧାର । ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ଅନ୍ତର୍ଗତ ଆମାପାରା ଗ୍ରାମରେ ଦେଖା ଦେଇଛି ଏଭଳି ଅଭାବନୀୟ ଘଟଣା । ନିଜ ଘରରୁ ଦମ୍ପତିଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି ପୋଲିସ। ଏହି ଦମ୍ପତି ହେଲେ ପତି ଦୁର୍ଜନ ଗଣ୍ଡ ଓ ପତ୍ନୀ ବିଜବାଇ। ଏହି ଦମ୍ପତି ଗତ ଶନିବାର ଠାରୁ ନିଖୋଜ ଥିଲେ ବୋଲି ମୃତ ଦୁର୍ଜନ ଗଣ୍ଡଙ୍କ ମା’  ସୋମବାର କୁନ୍ଦେଇ ଥାନାରେ ଏତଲା ଦେଇଥିଲେ।

ଶନିବାର ମୃତ ଦୁର୍ଜନଙ୍କ ମା’ ଛତିଶଗଡ଼କୁ ଯାଇଥିଲେ । ତେବେ ସୋମବାର ଘରକୁ ଫେରି ଦେଖିବା ବେଳକୁ ତାଙ୍କ ଘର ଭିତର ପଟୁ ବନ୍ଦ ଥିବା ଦେଖି  ପୁଅ ବୋହୂ ଙ୍କ ନିଖୋଜ ନେଇ କୁନ୍ଦେଇ ଥାନାରେ ଏକ  ମାମଲା ଦାଏର କରିଥିଲେ।  ମଙ୍ଗଳବାର ସକାଳୁ ସେଇ ଘର ଭିତରରୁ ହିଁ ଦୁର୍ଗନ୍ଧ  ହେବା ଯୋଗୁଁ ଗ୍ରାମବାସୀ କୁନ୍ଦେଇ ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଂଚି ଶବ ଜବତ କରି ଅଧିକ ତଦନ୍ତ କରୁଛନ୍ତି। ମୃତ୍ୟୁର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଦୁଇଟି ଶବ ବେକରେ ଗାମୁଛା  ରହିଥିବା ସହ ଶରୀର ରୁ ପ୍ରଚୁର ରକ୍ତତ୍ସାବ ହୋଇଛି । ତେବେ ମୃତ୍ୟ କାରଣ ଅସ୍ପଷ୍ଟ ଥିବା ବେଳେ  ହତ୍ୟା ନା ଆତ୍ମହତ୍ୟା ଜଣା ପଡି ନାହିଁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.