ରାଇରଙ୍ଗପୁର, ୧୮।୨ : ଅନ୍ଧବିଶ୍ବାସର କରୁଣ ପରିଣତି । ଡାହାଣୀ ସନ୍ଦେହରେ ଦମ୍ପତିକୁ ହତ୍ୟା ।  କୁରାଢ଼ୀରେ ହାଣୀ ନୃଶଂସ ଭାବେ  ହତ୍ୟା କଲା ପଡୋଶୀ। ବିଶୋଇ ଥାନା କିତାବେଡା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି  । 

ଖବର ପାଇ ଘଟଣାସ୍ଥଳରେ ବିଶୋଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତ ପଡୋଶୀ ଅଜୟ ନାଏକ ଖସି ପଳାଉଥିବା ବେଳେ ବିଶୋଇ ପୋଲିସ ତାଙ୍କୁ  ଗିରଫ କରିଛି।