ପ୍ରମୂଖ ଖବର
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ; ଆତ୍ମହତ୍ୟାର କାରଣ ଅସ୍ପଷ୍ଟ

Published By : Bijay Swain | June 4, 2025 5:11 PM

ରାୟଗଡ଼ା, ୪/୬(ଆପ୍ର): ଗଛରେ ଝୁଲନ୍ତା ଅବସ୍ଥାରେ ନବ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ରାୟଗଡା ଜିଲ୍ଲା ଅଣ୍ଡିରାକଞ୍ଚ ଥାନା ଅନ୍ତର୍ଗତ ପାଇକକୁପାଖାଲ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଅଣ୍ଡିରାକଞ୍ଚ ଥାନା ପୁଲିସ ଦୁଇ ମୃତ ଦେହକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁଇ ମୃତକ ଅଭି ଝୋଡିଆ ଓ ତାଙ୍କ ସ୍ତ୍ରୀ ଅମିତା ଝୋଡିଆ ବୋଲି ଜଣାପଡିଛି। 

ସୂଚନା ମୁତାବକ, ଗତ ଦେଢ ମାସ ତଳେ ଉଭୟେ ପ୍ରେମ ବିବାହ କରିଥିଲେ। ଦେଢ ମାସ ତଳେ ପ୍ରେମ ବିବାହ କରିଥିବାରୁ ପୁଲିସର ନାନା ସନ୍ଦେହ ଜାରି ହୋଇଛି । ଘଟଣାରୁ ପ୍ରକାଶ ଯେ ଗତ ଦେଢ ମାସ ତଳେ ଗ୍ରାମର କାମଦେବ ଝୋଡିଆଙ୍କ ପୁଅ ଅଭି ଝୋଡିଆ ଓ ଶୁଆଧର ଝୋଡିଆଙ୍କ ଝିଅ ଅମୀତା ଝୋଡିଆ ପରିବାରର ସହମତିରେ ପ୍ରେମ ବିବାହ କରିଥିଲେ। ତେବେ କେଉଁ କାରଣ ଯୋଗୁଁ ଉଭୟଙ୍କୁ ଆଜି ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କରାଯାଇଛି ତାହା ଜଣାପଡିପାରିନାହିଁ। 

ତେବେ ଉଭୟଙ୍କ ମୃତ୍ୟୁ ପଛରେ କେହି ଦାୟୀ ନୁହନ୍ତି ବୋଲି ଉଭୟଙ୍କ ପରିବାର ପୁଲିସକୁ ଲିଖିତ ଆକାରରେ ଅବଗତ ମଧ୍ୟ କରାଇଛନ୍ତି। ତେବେ ପୂର୍ବରୁ ହିଁ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଥିବ ତେଣୁ ସେମାନେ ଆତ୍ମହତ୍ୟା କରିଥିବା ନେଇ ଗ୍ରାମବାସୀ ଆଶଙ୍କା କରୁଛି। ଏନେଇ ପୁଲିସ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.