ନୂଆଦିଲ୍ଲୀ,୪।୧୨: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଆଜିକାଲି ନିଜର ଦରମା ପାଇବା ପାଇଁ ଆଇନଗତ ଲଢେଇ ଲଢୁଛନ୍ତି। ଡେଲାଭେୟରଙ୍କ ଏକ କୋର୍ଟ ପୁଣିଥରେ ଟେସଲାର ସିଇଓଙ୍କ ୧୦୧.୪ ବିଲିୟନ ଡଲାର ସାଲାରୀ ପ୍ୟାକେଜକୁ ଖାରଜ କରିଦେଇଛନ୍ତି। ଉଲ୍ଲେଖନୀୟ ଯେ, ଏହି ପ୍ୟାକେଜ୍ ୨୦୧୮ରେ ଧାର୍ଯ୍ୟ ହୋଇଥିଲା। ଟେସଲାର ଷ୍ଟକ୍‌ରେ ଜୋରଦାର ବୃଦ୍ଧି କାରଣରୁ ଏହାର ଭ୍ୟାଲୁ ବହୁ ଗୁଣ ଅଧିକ ବଢି ଯାଇଛି। କୋର୍ଟଙ୍କ ରାୟ ପରେ ଏଲନ୍ ମସ୍କଙ୍କୁ ଏହି ପେ ପ୍ୟାକେଜ୍‌ ପର୍ଯ୍ୟନ୍ତ ପହଁଞ୍ଚିବାରୁ ରୋକ୍ ଲଗାଇ ଦିଆଯାଇଛି।

ଚାନ୍ସଲେର କ୍ୟାଥେଲିନ୍‌ ଏସ୍‌ଜେ ମ୍ୟାକ୍‌କାର୍ମିକ ନିଜର ୧୦୩ ପୃଷ୍ଠାର ରାୟରେ କହିଛନ୍ତି, ଟେସଲା ବୋର୍ଡ ୨୦୧୮ ରେ ଏହି ପ୍ୟାକେଜ୍‌ର ଘୋଷଣା ମସ୍କଙ୍କ ପ୍ରଭାବରେ ଆସି ମଞ୍ଜୁର କରିଥିଲା। ସେ ଟେସଲାର ଆଇନଗତ ଟିମ୍‌ର ତର୍କକୁ ଖାରଜ କରି ତାଙ୍କୁ ତ୍ରୁଟିପୂର୍ଣ୍ଣ ଓ ଭୁଲ ବୋଲି କହିଛନ୍ତି। ରାୟରେ ସେ କହିଛନ୍ତି, ବୋର୍ଡ ପାଖରେ ଏଲନ୍ ମସ୍କଙ୍କୁ ଉଚିତ ବେତନ ଦେବାର ବହୁ ବିକଳ୍ପ ଥିଲା,କିନ୍ତୁ ସେ ମସ୍କଙ୍କ ଆଇନ ଆଗରେ ନଇଁବାର ନିଷ୍ପତ୍ତି ନେଇଥିଲେ।’ କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ସେୟାର ଭୋଟ ଜରିଆରେ ଧାରକଙ୍କ କୌଣସି ନ୍ୟାୟିକ୍ ନିଷ୍ପତ୍ତିକୁ ବଦଳାଇ ହେବନି।

କୋର୍ଟ ସେୟାରହୋଳ୍ଡର ରିଚର୍ଡ ଟରନେଟୋଙ୍କ ଓକିଲଙ୍କୁ ୩୫୪ ମିଲିୟନ ଡଲାର କ୍ଷତିପୂରଣ ଦେଇଛନ୍ତି। ସେ ମସ୍କଙ୍କ ପେ ପ୍ୟାକେଜ୍‌କୁ ଚ୍ୟାଲେଞ୍ଜ ଦେଇଥିଲେ। ସେ ତାଙ୍କ ଓକିଲଙ୍କୁ ୧୦ ଡଲାର ମାଗିଥିଲେ। ଏଲନ୍ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପ୍ରତିକ୍ରିୟା ଦେଇ ଏହି ରାୟକୁ ସମ୍ପୂର୍ଣ୍ଣ ଭାବରେ ଭ୍ରଷ୍ଟାଚାରରେ ଲିପ୍ତ ବୋଲି କହିଛନ୍ତି। 

ଟେସଲା ବୋର୍ଡ ଏହି ରାୟକୁ ଡେଲାଭେୟାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ଦେବାର ଘୋଷଣା କରିଛି। ଅପିଲ ପକ୍ରିୟାରେ ବହୁ ମାସ ଲାଗିପାରେ, ଯାହାଫଳରେ ଅନ୍ତିମ ଫଳାଫଳ ଆସିବାରେ ବିଳମ୍ବ ହୋଇପାରେ। ୨୦୧୮ ରେ ପେ ପ୍ୟାକେଜ୍ ମସ୍କ ଟେସଲାର ଷ୍ଟାର ମୂଲ୍ୟ ସହ ଜଡିତ ଥିଲା। ମସ୍କଙ୍କୁ ୧୨ ଭାଗରେ ଷ୍ଟକ୍ ବିକଳ୍ପ ମିଳିପାରିଥାନ୍ତା, ଯେଉଁଥିରେ ପ୍ରତି କମ୍ପାନୀର ୧% ଷ୍ଟକ୍ ସମାନ ଥିଲା। ଟେସଲାର ମାର୍କେଟ କ୍ୟାପ୍‌ରେ ୫୦ ବିଲିୟନ ଡଲାର ବୃଦ୍ଧି, ରାଜସ୍ବରେ ବୃଦ୍ଧି ଓ EBITDA ଗ୍ରୋଥ୍ କାରଣରୁ ତାଙ୍କର ଦରମା ବଢାଇ ଦିଆଯାଇଥିଲା।