ହରଭଙ୍ଗା ୦୧/୧୦: ଏସ୍‌ଟିଏଫ ଟିମ୍‌କୁ ମିଳିଲାବଡ଼ ସଫଳତା। ଚିତାବାଘର ଛାଲ ଚୋରା ଚାଲାଣ ଏବଂ ୱାଇଲ୍ଡ ଲାଇଫ୍ ସୁରକ୍ଷା ଅଧିନିୟମ ଅନୁଯାୟୀ ନୂଆସାହି ଗ୍ରାମର ଗୌତମ ବେହେରାଙ୍କୁ ଦୋଷୀ ସାବ୍ୟସ୍ତ। ୩ବର୍ଷ ଜେଲ୍ ଦଣ୍ଡାଦେଶ ସହ ୧୦,୦୦୦ ଟଙ୍କା ଜୋରିମାନା ଦେବାକୁ ଶୁଣାଣି କଲେ ହରଭଙ୍ଗା ଜେଏମଏଫସି କୋର୍ଟ।

ସୂଚନା ଅନୁଯାୟୀ, ଗତ ଜାନୁଆରୀ ୨୦ରେ ସକାଳ ପ୍ରାୟ ୫.୧୫ ସମୟରେ ଫୁଲବାଣୀ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଏକ ଚିତାବାଘ ଛାଲ ଜବତ କରାଯାଇଥିଲା। ଏହି ସମୟରେ ହରଭଙ୍ଗା ନୂଆସାହି ଗ୍ରାମର ଗୌତମ ବେହେରା ଗ୍ରାହକୁ  ସେହି ଚିତାବାଘ ଛାଲ ଡେଲିଭର କରିବାକୁ ସେଠାରେ ଅପେକ୍ଷା କରିଥିଲା। ଯାହାପରେ ସେଠାରୁ ତାଙ୍କୁ ଏସ୍‌ଟିଏଫ ଟିମ୍‌ ଗିରଫ କରିଥିଲା। 

ସଫଳ ଅନୁସନ୍ଧାନ ପରେ, ଅଭିଯୁକ୍ତ ବିରୋଧରେ ଚାର୍ଜ ସିଟ୍ ଦାଖଲ କରାଯାଇଥିଲା । ୱାଇଲ୍ଡ ଲାଇଫ୍ ଅଧିନିୟମ ଅନୁଯାୟୀ ଜବତ ହୋଇଥିବା ଚିତାବାଘର ଛାଲକୁ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ, ଡେରାଡୁନକୁ ପଠାଯାଇଥିଲା। ଏହି ମାମଲାରେ ଗତକାଲି ହରଭଙ୍ଗା ଜେଏମଏଫସି ରାୟ ପ୍ରଦାନ କରିଛନ୍ତି। ମାମଲାର ଶୁଣାଣି କରି କୋର୍ଟ ଗୌତମ ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୱାଇଲ୍ଡ ଲାଇଫ୍‌ ସୁରକ୍ଷା ଅଧିନିୟମ ଅନୁଯାୟୀ  ଅଦାଲତ ତାଙ୍କୁ ୩ବର୍ଷ ଜେଲ୍‌ ଦଣ୍ଡାଦେଶ ସହ ୧୦,୦୦୦ ଟଙ୍କା ଜୋରିମାନା ଦେବାକୁ ଶୁଣାଣି କରିଛନ୍ତି।