ପ୍ରମୂଖ ଖବର
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ସାରା ଦେଶରେ ୧୦୦୦ ପାର କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା , ଭୟ ନକରି ସତର୍କ ରହିବାକୁ ସରକାରଙ୍କ ଅପିଲ

Published By : Harapriya Biswal | May 26, 2025 1:34 PM

ନୂଆଦିଲ୍ଲୀ,୨୬।୫: ପୁରା ଦେଶରେ ପୁଣିଥରେ କରୋନା ସଂକ୍ରମଣ ମାମଲା ଧିରେ ଧିରେ ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତାଜା ସୂଚନା ଅନୁସାରେ, ଗତ ଏକ ସପ୍ତାହରେ ଭାରତରେ କୋଭିଡ୍-୧୯ର ମୋଟ ୭୫୦ ନୂଆ ମାମଲା ସାମନାକୁ ଆସିଛି। ଯେଉଁଥିରେ ସବୁଠାରୁ ଅଧିକ ସଂକ୍ରମଣ କେରଳରେ ୪୦୦ ଓ ଦିଲ୍ଲୀରେ ୧୦୦ରୁ ଅଧିକ କେସ୍ ରିପୋର୍ଟ କରାଯାଇଛି। ଏହା ସହ ସାରା ଦେଶରେ ୧୦୦୦ରୁ ଅଧିକ ଆକ୍ଟିଭ କେସ୍ ରହିଛି।

ଦେଶର ଅଧିକାଂଶ ସ୍ଥାନରେ କରୋନା କେସ୍ ଜୋରଦାର ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଲୋକଙ୍କ ଭୟଭୀତ ନହୋଇ କେବଳ ସାବଧାନ ରହିବାକୁ ଅପିଲ କରିଛନ୍ତି। ଅଧିକାରୀଙ୍କ କହିବା ଅନୁସାରେ, ବର୍ତ୍ତମାନ ସଂକ୍ରମଣ ହାର କମ୍ ରହିଛି ଓ ହସ୍ପିଟାଲରେ ଭର୍ତ୍ତି ହେବାର ଆବଶ୍ୟକତା ଖୁବ୍ କମ୍। ବୟସ୍କ, ଗର୍ଭବତୀ ମହିଳା ଓ ପୂର୍ବରୁ ଅସୁସ୍ଥ ଥିବା ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

କେରଳରେ ଗତ ୨୪ ଘଣ୍ଟାରେ ୩୩୫ ନୂଆ କେସ୍ ସାମାନକୁ ଆସିଛି। ଏହି ସଂଖ୍ୟା ବଢି ୪୩୦ ହୋଇଯାଇଛି। ମହାରାଷ୍ଟ୍ରରେ ୧୫୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହ ସେଠାରେ ଏବେ ୨୦୯ ଆକ୍ଟିଭ କେସ୍ ରହିଛି। ସେଭଳି ଦିଲ୍ଲୀରେ ୯୯ ନୂଆ ରୋଗୀଙ୍କ ସହ ମୋଟ ଆକ୍ଟିଭ କେସ୍ ୧୦୪ ହୋଇଯାଇଛି। ଏହାଛଡା ଗୁଜରାଟରେ ୮୩, କର୍ଣ୍ଣାଟକରେ ୪୭, ଉତ୍ତର ପ୍ରଦେଶରେ ୧୫ ଓ ପଶ୍ଚିମବଙ୍ଗରେ ୧୨ ଆକ୍ଟିଭ କେସ୍ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଶନିବାର କୋଭିଡ୍‌ର ସ୍ଥିତି ସମୀକ୍ଷା କରିଛନ୍ତି। ମନ୍ତ୍ରଣାଳୟ କହିଛି ଅଧିକାଂଶ ମାମଲା ହାଲକା ରହିଛି। ରୋଗୀ ହୋମ୍‌ ଆଇସୋଲେସନ୍‌ରେ ଠିକ୍ ହୋଇ ଯାଉଛନ୍ତି। କେରଳ, ତାମିଲନାଡୁ, ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଅଧିକ ରହିଛି ସଂକ୍ରମଣ ମାମଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.