ମୋଦି ଓ ଇମରାନଙ୍କ ଭିତରେ ଡବ୍ଲୁଡବ୍ଲୁଇ ଫାଇଟ୍ ଭିଡିଓ ହେଉଛି ଜବରଦସ୍ତ ଭାଇରାଲ

ନୂଆଦିଲ୍ଲୀ,୨।୩: ପୁଲଓ୍ବାମା ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସ୍ଥିତି ପୁରା ଅସମ୍ଭାଳ ହୋଇପଡ଼ିଥିଲା। ବାୟୁ ସେନା, ପାକିସ୍ତାନର କାଶ୍ମୀରରେ ହମଲା, ପିଓକେରେ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ବନ୍ଦୀ ଏସବୁ ବିଷୟରେ ଯେଉଁଭଳି ଲଗାତାର ଭାବେ ଖବର ଦେଉଥିଲେ ପୂରା ଦେଶ ସେମିତି ଚିନ୍ତାମଗ୍ନ ଥିଲା କି ଯେମିତି ଯୁଦ୍ଧ ନ ହେଇଯାଉ।

ମାତ୍ର ଏସବୁ ଭିତରେ ଏବେ ସୋସିଆଲ ମିଡ଼ିଆରେ କିଛି କ୍ରିଏଟିଭ୍ ୟୁଜର୍ସମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କ ଭିତରେ ଡବ୍ଲୁଡବ୍ଲୁଇ ଫାଇଟ୍ ଭିଡିଓକୁ ଅପଲୋଡ୍ କରିଛନ୍ତି।

ଯାହା ଏବେ ଜବରଦସ୍ତ ଭାବେ ଭାଇରାଲ୍ ହେବାରେ ଲାଗିଛି। କେବଳ ଭାଇରାଲ ନୁହେଁ ଗଦା ଗଦା ଲାଇକ୍ ଆଉ କମେଣ୍ଟରେ ଇନବକ୍ସ ଫୁଲ୍ ହୋଇଯାଉଛି।