ଶ୍ରୀଲଙ୍କା ବିପକ୍ଷରେ ନାଥନ୍ ଲାୟନ ରଚିଲେ ଇତିହାସ,୯ ୱିକେଟ୍ ନେଇ କପିଲ ଦେବଙ୍କ ଭାଙ୍ଗିଲେ ରେକର୍ଡ

ନୂଆଦିଲ୍ଲୀ,୧।୭: ଅଷ୍ଟ୍ରେଲିଆର ପ୍ରସିଦ୍ଧ ଅଫ୍ ସ୍ପିନର ନାଥନ ଲାୟନଙ୍କ ଦମ୍ରେ ଶ୍ରୀଲଙ୍କାକୁ ଦୁଇଟି ଟେଷ୍ଟ ମ୍ୟାଚ୍ ପୂର୍ବରୁ ୧୦ ଓ୍ବିକେଟ୍ରେ ପରାଜୟର ସାମନା କରିବାକୁ ପଡିଛି। ଗାଲେ ଟେଷ୍ଟର ତୃତୀୟ ଦିନ ଅଷ୍ଟ୍ରେଲିଆ ଆଗରେ ଶ୍ରୀଲଙ୍କା ଜିତିବା ପାଇଁ କେବଳ ୪ ରନ୍ର ଲକ୍ଷ୍ୟ ରଖିଥିଲା। ଏହି ଲକ୍ଷ୍ୟକୁ ଅଷ୍ଟ୍ରେଲିଆ କେବଳ ୪ଟି ବଲ୍ରେ ହାସଲ କରିଥିଲା। ଗାଲେ ଟେଷ୍ଟରେ ଶ୍ରୀଲଙ୍କା ଟିମ୍ ଦୁଇଟି ଇନିଂସରେ ଅଷ୍ଟ୍ରେଲିଆର ବୋଲରଙ୍କ ଆଗରେ ନତମସ୍ତକ ଥିଲେ। ଶ୍ରୀଲଙ୍କା ଟିମ୍ ପୂର୍ବ ଇନିଂସରେ ୨୧୨ ଓ ଦ୍ବିତୀୟ ଇନିଂସରେ କେବଳ ମାତ୍ର ୧୧୦ ରନ୍ କରିଥିଲେ। ଶ୍ରୀଲଙ୍କାର ବ୍ୟାଟସମ୍ୟାନ୍ ନାଥନ୍ ଲୟନଙ୍କ ଆଗରେ ଏକଦମ୍ ଅସହାୟ ହୋଇ ପଡିଥିଲେ। ଲାୟନ ପଞ୍ଚମ ଇନିଂସରେ ୫ ଓ ଦ୍ବିତୀୟ ଇନିଂସରେ ୪ଟି ଓ୍ବିକେଟ ନେଇ ମ୍ୟାଚ୍କୁ ପୁରା ବଦଳାଇ ଦେଇଥିଲେ। ଏହା ସହିତ ଲାୟନ ଭାରତର ମହାନ ଅଲରାଉଣ୍ଡର କପିଲ ଦେବଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି।
Devasting spells by Nathan Lyon and Travis Head help Australia take a 1-0 lead in the Test series 🙌#SLvAUS | #WTC23 pic.twitter.com/tbJdaN0uhN
— ICC (@ICC) July 1, 2022
ନାଥନ ଲାୟନଙ୍କ ନାଁରେ ଏବେ ୧୦୯ ଟେଷ୍ଟ ମ୍ୟାଚ୍ରେ ୪୩୬ ଓ୍ବିକେଟ ହୋଇଯାଇଛି। ଭାରତର ପୂର୍ବତନ କ୍ୟାପଟେନ୍ କପିଲ ଦେବ ୧୩୧ ମ୍ୟାଚ୍ରେ ୪୩୪ ଓ୍ବିକେଟ ନେଇଥିଲେ। ଏହାଛଡା ଟେଷ୍ଟ କ୍ରିକେଟର ଟପ୍ ୧୦ ବୋଲରଙ୍କ ସୂଚୀରେ ମଧ୍ୟ ଲାୟନ ସାମିଲ ହୋଇଯାଇଛନ୍ତି।
ଲାୟନଙ୍କ ବ୍ୟତୀତ ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକ ଓ୍ବିକେଟ ନେଇଥିବା ସୂଚୀରେ ଅଷ୍ଟ୍ରେଲିଆ ପକ୍ଷରୁ ସ୍ବର୍ଗତ ଶେନ୍ ଓ୍ବର୍ଣ୍ଣ(୭୦୮ ଓ୍ବିକେଟ) ଓ ଗ୍ଲେନ୍ ମ୍ୟାକଗ୍ରା(୫୬୩) ରହିଛନ୍ତି। ଏହି ଲିଷ୍ଟରେ ଓ୍ବର୍ଣ୍ଣ ଦ୍ବିତୀୟ ଓ ମ୍ୟାକଗ୍ରା ୫ମ ସ୍ଥାନରେ ରହିଛନ୍ତି।