ନୂଆଦିଲ୍ଲୀ,୩୧/୦୧: ୧୯ ବର୍ଷରୁ କମ୍ ମହିଳା ଟି ୨୦ ବିଶ୍ୱକପ୍ର ଦ୍ୱିତୀୟ ସେମିଫାଇନାଲ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିଲା। ଜାନୁଆରୀ ୩୧ ଶୁକ୍ରବାର ଦିନ ଅନୁଷ୍ଠିତ ଏହି ମ୍ୟାଚରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ଇଂଲଣ୍ଡକୁ ୯ ୱିକେଟରେ ପରାସ୍ତ କରିଛି। ଏଥି ସହିତ କ୍ରମାଗତ ଦ୍ୱିତୀୟ ଥର ପାଇଁ ଟିମ୍ ଇଣ୍ଡିଆ ଏହି ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ଏହାର ଅର୍ଥ ହେଉଛି ବର୍ତ୍ତମାନ ଟାଇଟଲ ମ୍ୟାଚରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହେବେ। ଏହି ମ୍ୟାଚ୍ ଫେବୃଆରୀ ୨ ରବିବାର ଦିନ ଖେଳାଯିବ। କହିରଖୁଛୁ ଯେ, ଭାରତୀୟ ଦଳ ଏହି ଟୁର୍ନାମେଣ୍ଟର ଡିଫେଣ୍ଡିଂ ଚାମ୍ପିଅନ୍।
ଭାରତୀୟ ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂ:
ସାରା ଟୁର୍ନାମେଣ୍ଟରେ ଭାରତୀୟ ଦଳର ପ୍ରାଧାନ୍ୟ ରହିଥିଲା। ଗ୍ରୁପ୍ ପର୍ଯ୍ୟାୟ ପରେ ସୁପର ସିକ୍ସରେ ମଧ୍ୟ ଭାରତ ସମସ୍ତ ମ୍ୟାଚ୍ ଜିତିଥିଲା। ଏହି ଦମଦବା ସେମିଫାଇନାଲରେ ମଧ୍ୟ ଜାରି ରଖିଥିଲେ ଭାରତୀୟ ବ୍ୟଟର। ଏହାର ଅର୍ଥ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଦଳ ଏହି ଟୁର୍ନାମେଣ୍ଟରେ ଭାରତକୁ ପରାସ୍ତ କରିବାରେ ସକ୍ଷମ ହୋଇନାହାଁନ୍ତି। ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ସେ ମଧ୍ୟ ଭଲ ଆରମ୍ଭ କରି ମାତ୍ର ୪ ଓଭରରେ ୩୭ ରନ୍ ସଂଗ୍ରହ କରିଥିଲେ। କିନ୍ତୁ ଏହା ପରେ ଭାରତୀୟ ବୋଲରଙ୍କ କଡ଼ା ଆଭିମୁଖ୍ୟ ପ୍ରତିଦ୍ବନ୍ଦି ଦଳ ଉପରେ ଭାରି ପଡ଼ିଥିଲା। ପାରୁନିକା ସିସୋଦିଆ ୫ ଓଭରରେ ୨ ୱିକେଟ୍ ନେଇଥିଲେ।
ଅବଶ୍ୟ ଇଂଲଣ୍ଡ ଦଳର ବ୍ୟାଟରମାନେ ୪୪ ରନର ଭାଗିଦାରୀ କରି ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଆୟୁଷି ଶୁକ୍ଲା ୮୧ ରନ୍ ସ୍କୋରରେ ଭାରତକୁ ତୃତୀୟ ସଫଳତା ଦେଇଥିଲେ। ଏହିଠାରୁ ହିଁ ଇଂଲଣ୍ଡ ଦଳର ପତନ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ୧୨ ରନ୍ କରିବା ଭିତରେ ଦଳ ଆଉ ୫ ୱିକେଟ୍ ହରାଇ ସାରିଥିଲା। ଏହାରି ଭିତରେ ବୈଷ୍ଣବୀ ଶର୍ମା ୪ ଓଭରରେ ୨୩ ରନ୍ ଦେଇ ୩ ୱିକେଟ୍ ନେଇଥିବା ବେଳେ, ପାରୁନିକା ୪ ଓଭରରେ ୨୧ ରନ୍ ଦଳଇ ୩ ୱିକେଟ୍ ନେଇଥିଲେ। ସେହିପରି ଆୟୁଷୀ ୪ ଓଭରରେ ୨୧ ରନ୍ ଦେଇ ୨ ୱିକେଟ୍ ନେଇଥିଲେ। ଭାରତୀୟ ବୋଲରଙ୍କ ଏପରି ସାଂଘାତିକ ବୋଲିଂ ପରେ କୌଣସି ପ୍ରକାରେ ଇଂଲଣ୍ଡ ୧୧୩ ରନ୍ କରିବାରେ ସକ୍ଷମ ହୋଇଥିଲା। ପାରନିକା ମଧ୍ୟ ତାଙ୍କର ଉତ୍କୃଷ୍ଟ ବୋଲିଂ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ହୋଇଥିଲେ।