ନୂଆଦିଲ୍ଲୀ,୨୭/୦୭: ଆଇପିଏଲ୍ ଦଳ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଯୁବ ପେସ୍ ବୋଲର ୟଶ୍ ଦୟାଲ ଆଗାମୀ ବିସିସିଆଇ ଘରୋଇ ସିଜନ ୨୦୨୬-୨୭ରେ ଉତ୍ତରପ୍ରଦେଶ ଛାଡ଼ି ଛତିଶଗଡ଼ରୁ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି । ସେ ଉତ୍ତରପ୍ରଦେଶ କ୍ରିକେଟ୍ ବୋର୍ଡକୁ ଏନ୍ଓସି (ନୋ ଅବଜେକସନ୍ ସାର୍ଟିଫିକେଟ) ମାଗିଥିବା ଜଣାପଡ଼ିଛି । ଏନ୍ଓସି ପାଇନଥିଲେ ମଧ୍ୟ ସେ ଛତିଶଗଡ଼ ଦଳର ପ୍ରସ୍ତୁତି ଶିବିରରେ ଯୋଗ ଦେଇଛନ୍ତି । ଦୟାଲ୍ ୨୦୨୫ ଆଇପିଏଲ୍ ଫାଇନାଲ୍ ପରଠୁ କ୍ରିକେଟରୁ ଦୂରେଇ ରହିଛନ୍ତି । ଏହି ବର୍ଷ ରୟାଲ୍ ଚ୍ୟାଲେଞ୍ଜର୍ସ ଚାମ୍ପିଅନ୍ ହୋଇଥିଲା ।

ଏହାପରେ ଦୟାଲଙ୍କ ବିରୋଧରେ ଜଣେ ଯୁବତୀ ଦୁଷ୍କର୍ମ ଓ ଯୌନ ଉତ୍ପୀଡ଼ନ ମାମଲା ରୁଜୁ କରିଥିଲେ । ଏହି ଘଟଣା ପାଇଁ ସେ ଚଳିତ ବର୍ଷ ଆଇପିଏଲ୍ ଖେଳିପାରି ନଥିଲେ । ଇତିମଧ୍ୟରେ ସେ କ୍ରିକେଟ୍ ମଇଦାନକୁ ଫେରିବା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଦୟାଲଙ୍କ ସମେତ ଭାରତୀୟ ସ୍ପିନର ଜୟନ୍ତ ଯାଦବ ଓ ସୌରାଷ୍ଟ୍ର ଅଲରାଉଣ୍ଡର ଧର୍ମେନ୍ଦ୍ରସିଂହ ଜାଡ଼େଜା ମଧ୍ୟ ଛତିଶଗଡ଼ ଦଳରୁ ଖେଳିବାକୁ ଯାଉଛନ୍ତି । ଆଗାମୀ ସିଜନ ପାଇଁ କର୍ଣ୍ଣାଟକର ଆଲୁର ଠାରେ ଛତିଶଗଡ଼ ଦଳର ପ୍ରସ୍ତୁତି ଶିବିର ଚାଲିଛି । ନବନିଯୁକ୍ତ ମୁଖ୍ୟ କୋଚ୍ ତଥା ପୂର୍ବତନ ଭାରତୀୟ ବ୍ୟାଟର ଅମୟ ଖୁରାସିୟାଙ୍କ ଅଧିନରେ ଖେଳାଳିମାନେ ଅଭ୍ୟାସ କରୁଛନ୍ତି ।

ଏହା ବି ପଢନ୍ତୁ...Vaibhav Sooryavanshi: ''ତାଙ୍କୁ ଫେରିବାକୁ ଦେବନି ଏ ପିଲା''; ବୈଭବ ବିସ୍ଫୋରଣରେ ପୂର୍ବ କ୍ରିକେଟରଙ୍କ ପୋଷ୍ଟ ବଢାଇଲା ଚିନ୍ତା  

ଦୟାଲଙ୍କ ନାମରେ ହୋଇଥିବା ଅଭିଯୋଗକୁ କିନ୍ତୁ ସେ ଖଣ୍ଡନ କରିଛନ୍ତି । ଏହି ମାମଲାଗୁଡ଼ିକ ଯଶ ଦୟାଲଙ୍କ କ୍ରିକେଟ କାର୍ଯ୍ୟକଳାପକୁ ପ୍ରାୟ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲା । ଉତ୍ତର ପ୍ରଦେଶ କ୍ରିକେଟ ଆସୋସିଏସନ ତାଙ୍କୁ ୟୁପି ଟି-ଟ୍ୱେଣ୍ଟି ଲିଗ୍‌ରୁ ରୁ ବାଦ ଦେଇଥିଲା । ସେ ଘରୋଇ କ୍ରିକେଟରୁ ମଧ୍ୟ ଓହରିଯାଇଥିଲେ । ଆଇନଗତ ବିବାଦ ସତ୍ତ୍ୱେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିବାଦରେ ରହିଛି । ଚଳିତ ଆଇପିଏଲ ପାଇଁ ୟଶ ଦୟାଲଙ୍କୁ ବଜାୟ ରଖିଥିଲା ଆରସିବି । ତଥାପି, ପରିସ୍ଥିତି ତାଙ୍କୁ ସମଗ୍ର ସିଜିନ୍ ପାଇଁ ଖେଳିବାରୁ ବାଧା ଦେଇଥିଲା । କିଛି ସପ୍ତାହ ପୂର୍ବରୁ, ଯଶ ଦୟାଲଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ପଥ ସଫା ଥିଲା ପରି ମନେ ହେଉଥିଲା । ଉତ୍ତର ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ସଚିବ ପ୍ରେମ ମନୋହର ଗୁପ୍ତା କହିଥିଲେ ଯେ, ଆଇନଗତ ମାମଲାର ସମାଧାନ ହେବା ପରେ ତାଙ୍କୁ ଏନଓସି ଦେବା ନେଇ କୌଣସି ଅସୁବିଧା ହେବ ନାହିଁ ବୋଲି କହିଥିଲେ । ଏବେ ୟଶ ଦୟାଲଙ୍କ ପାଖରେ ଏବେ ନିଜକୁ ପ୍ରମାଣିତ କରିବାର ଏକ ବଡ଼ ସୁଯୋଗ ଅଛି । ଛତିଶଗଡ଼ ଜର୍ସି ପିନ୍ଧି ସେ ତାଙ୍କ କ୍ୟାରିୟରକୁ ଆହୁରି ଆଗକୁ ବଢାଇ ପାରିବେ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି ।