ପ୍ରମୂଖ ଖବର
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା, ୪ ଦିନରେ ୧୪ ଜଣଙ୍କୁ ତଦନ୍ତ କରିଛି କ୍ରାଇମବ୍ରାଞ୍ଚ

Published By : Swapna Ray | April 27, 2025 10:16 AM

ବ୍ରହ୍ମପୁର, ୨୭।୪: ନବଦାସ ହତ୍ୟାକାଣ୍ଡ ଘଟଣା । ଦ୍ଵିତୀୟ ଥର ପାଇଁ ବ୍ରହ୍ମପୁରରେ ପହଞ୍ଚି ଜଣକ ପରେ ଜଣଙ୍କୁ ଯାଞ୍ଚ କରିଥିଲେ କ୍ରାଇମବ୍ରାଞ୍ଚ ଟିମ୍ । ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ୪ ଦିନରେ ୧୪ ଜଣଙ୍କୁ ତଦନ୍ତ କରି ବ୍ରହ୍ମପୁରରେ ଛାଡ଼ିଛନ୍ତି । ଗତକାଲି ବ୍ରହ୍ମପୁର ଆଙ୍କୁଲିସ୍ଥିତ ଗୋପାଳଦାସଙ୍କ ପରିବାର ରହୁଥିବା ବାସଭବନରେ ଗୋପାଳଙ୍କ ସ୍ତ୍ରୀଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଥିଲେ । ପାଖାପାଖି ଘଣ୍ଟାଏ ସମୟ ଧରି ଜେରା କରିଥିଲେ । ପରେ ଗୋପାଳଙ୍କ ମାନସିକ ରୋଗୀ ଡାକ୍ତର ଚନ୍ଦ୍ରଶେଖର ତ୍ରିପାଠୀଙ୍କୁ ପାଖାପାଖି ୩୦ ମିନିଟ୍ ଜେରା କରିଥିଲେ କ୍ରାଇମବ୍ରାଞ୍ଚ । ଏମକେସିଜି ମେଡିକାଲ ମାନସିକ ରୋଗ ବିଭାଗରେ ପହଞ୍ଚି ଜେରା କରିଥିଲେ । ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଇଥିବା ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସ. ପି ବିଜୟ କୁମାର ମଲ୍ଲିକ । ଗତ ୪ ଦିନ ଭିତରେ ଗୋପାଳ ଦାସଙ୍କ ଭାଇ, ପୁତୁରା, ପୁଅ, ଓ ଏସଆରଟିସି କର୍ମଚାରୀ, ଏଏସଆଇ, ମାନସିକ ରୋଗ ବିଭାଗ ଡାକ୍ତର ପ୍ରମୁଖ ୧୪ ଜଣଙ୍କୁ ଜେରା କରିଥିବା କୁହାଯାଇଛି । 

କହିରଖୁ କି, ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ପୁଣି ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଝାରସୁଗୁଡ଼ାରେ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରିବା ପରେ ଏବେ ବ୍ରହ୍ମପୁରରେ ପହଞ୍ଚିଛି । ୩ ଦିନ ହେଲା ବ୍ରହ୍ମପୁରରେ ଡେରା ପକାଇ ଅଭିଯୁକ୍ତ ଗୋପାଳ ଦାସଙ୍କ ପରିବାର ଓ ତାଙ୍କ ସହ କଥା ହୋଇଥିବା ଲୋକଙ୍କୁ ଥାନାକୁ ଡକାଇ ପଚରାଉଚରା କରୁଛି । ଏଏସ୍‌ପି ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍‌ ବ୍ରହ୍ମପୁରରେ ଗତ ୨୩ ତାରିଖରୁ ଆସି ଗୋପାଳ ଦାସଙ୍କ ପରିବାର ଲୋକ ଏବଂ ତାଙ୍କ ସହ କଥା ହୋଇଥିବା ବିଭିନ୍ନ ଲୋକଙ୍କୁ ଥାନାକୁ ଡକାଇ ଜେରା କରୁଛି । 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.