ପ୍ରମୂଖ ଖବର
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଶିକ୍ଷକଙ୍କୁ ଗିରଫ ଭୟ ଦେଖାଇ ୭୮ ଲକ୍ଷ ୬୩ ହଜାର ଟଙ୍କା ଲୁଟ, ଗୁଜୁରାଟରୁ ୩ ସାଇବର ଲୁଟେରା ଗିରଫ

Published By : Suraj Kumar | May 9, 2025 6:24 PM

ମାଲକାନଗିରି,୯/୫:  ଦିଲ୍ଲୀର ଇଡି ଓ କ୍ରାଇମବ୍ରାଞ୍ଚ ଅଫିସର ପରିଚୟ ଦେଇ ମାଲକାନଗିରିର ଜଣେ ଶିକ୍ଷକଙ୍କ ଠାରୁ ୭୮ ଲକ୍ଷ ଟଙ୍କା ଲୁଟ୍ କରିବା ଘଟଣାରେ କ୍ରାଇମବ୍ରାଞ୍ଚ ପୋଲିସ ଗୁଜୁରାଟରୁ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମହମ୍ମଦ ମାଜ ଜୁବେରଭାଇ ଘାନଚି(୧୮),ଠାକର କରଶାନଜୀ ଶୋଭାଜୀ(୪୮) ଏବଂ କୁରେଶି କରଶନଜୀ ଶୋଭାଜୀ(୩୧) ।

 ସ୍ଥାନୀୟ ହାଇଟେକ କଲୋନୀର ମନୋଜ କୁମାର ଲାଉଡିଆ(୪୪) ଙ୍କୁ ୨୦୨୪ ମସିହାର ଅଗଷ୍ଟ ମାସରେ ଏକ ଅଜଣା ନମ୍ବରରେ  ଫୋନ୍ କଲ ଆସିଥିଲା। କଲ୍ କରୁଥିବା ବ୍ୟକ୍ତି ଜଣକ ମିଥ୍ୟା ସୂଚନା ଦେଇ ଶ୍ରୀ ଲାଉଡିଆଙ୍କ ଫୋନ୍ ନମ୍ବରରେ ଅର୍ଥ ହେରଫେର ତଥା ମାନବ ଚାଲାଣ,ପରିଚୟ ଚୋରି,ଡ୍ରଗ୍ କାରବାର ଇତ୍ୟାଦି ସହିତ ଜଡିତ ଥିବା ଡରାଇଥିଲା। ତା’ପରେ ସେ କହିଥିଲେ ଯେ ତୁମ ନମ୍ବରକୁ ବ୍ଲକ କରାଯିବା ସହ ମୁମ୍ବାଇର କ୍ରାଇମ ବ୍ରାଞ୍ଚ ନିକଟକୁ ତଦନ୍ତ ପାଇଁ ପଠାଯିବ ବୋଲି ଧମକାଇଥିଲେ। ଭୟରେ ଶ୍ରୀ ଲାଉଡିଆ ଗତ ୨୦୨୪ ଅଗଷ୍ଟ ୩୦ ତାରିଖରୁ ୨୩.୧୦.୨୦୨୪ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ୮୭,୬୩,୫୧୦ ଟଂକା ଲୁଟେରାମାନଙ୍କୁ ପ୍ରଦାନ କରିଥିଲେ । ପରେ ଲୁଟେରାମାନେ ଟେଲିଗ୍ରାମର ସମସ୍ତ ଡାଟାକୁ ଡିଲିଟ କରି ଦେଇଥିଲେ। ସେତେବେଳେ ଶ୍ରୀ ଲାଉଡିଆ ଜାଣିଲେ ଯେ ସେ ଠକାମୀରେ ପଡିଛନ୍ତି। ତୁରନ୍ତ ସେ କ୍ରାଇମବ୍ରାଞ୍ଚ ସହ ଯୋଗାଯୋଗ କରିବା ସହ ଏତଲା ଦେଇଥିଲେ।  କ୍ରାଇମବ୍ରାଞ୍ଚ ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ଗୁଜରାଟରୁ ଗିରଫ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.