ଭୁବନେଶ୍ୱର ୦୨/୧୨: ଆତଙ୍କୀ ପନ୍ନୁ ଧମକ ମାମଲାର ଖୋଳତାଡ଼ । ଗୁଗୁଲକୁ ଚିଠି ଲେଖିଲା କ୍ରାଇମବ୍ରାଞ୍ଚ ଏସଟିଏଫ । କେଉଁ ଆଇପି ଠିକଣାରୁ ପନ୍ନୁର ଅଡିଓ ଆସିଥିଲା ସେନେଇ ତଥ୍ୟ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି।
ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଦଳ ଶିଖ୍ ଫର ଜଷ୍ଟିସ୍ (SFJ) ର ମୁଖ୍ୟ ପନ୍ନୁ ଡିଜିପି ସମ୍ମିଳନୀକୁ ଭଣ୍ଡୁର କରିବା ପାଇଁ ଜଣେ ବରିଷ୍ଠ ସମ୍ବାଦିକଙ୍କୁ ଧମକ ଦେଇଥିଲା। ଏକ ଭିଡିଓ ବାର୍ତ୍ତାରେ ସେ ତାଙ୍କ ସମର୍ଥକମାନଙ୍କୁ ଭୁବନେଶ୍ୱରର ମନ୍ଦିର ଏବଂ ହୋଟେଲରେ ଲୁଚି ରହି ଡିଜି-ଆଇଜିପି ସମ୍ମିଳନୀକୁ ଭଣ୍ଡୁର କରିବାକୁ କହିଥିଲା। ଏଥିସହିତ ଭୁବନେଶ୍ୱରରେ ଖଲିସ୍ତାନୀ ପତକା ଉଡାଇବା ପାଇଁ ୨୫ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଥିଲା ପନ୍ନୁ। ଯାହା ପରେ ରାଜଧାନୀରେ ପୋଲିସ ସୁରକ୍ଷାକୁ ବଢାଇ ଦିଆଯାଇଥିଲା ।