ଭୁବନେଶ୍ୱର,୨୧/ ୭(ବ୍ୟୁରୋ): ରାଜ୍ୟରେ ୯ ବର୍ଷ ମଧ୍ୟରେ ୧୨,୬୮୩ଟି ହତ୍ୟାକାଣ୍ଡ ଓ ୧୬,୫୯୧ଟି ବଳାତ୍କାର ଘଟିଛି । ଷ୍ଟେଟ୍ କ୍ରାଇମ୍ ରେକର୍ଡ ବ୍ୟୁରୋ (ଏସ୍ସିଆର୍ବି) ରିପୋର୍ଟରେ ଏହି ତଥ୍ୟ ପ୍ରକାଶିତ ହୋଇଛି । ୨୦୧୦ରୁ ୨୦୧୮ ଅର୍ଥାତ ୯ ବର୍ଷର ରିପୋର୍ଟରେ ଏଭଳି ସମ୍ବେଦନଶୀଳ ଅପରାଧ ଜନିତ ୬୫ ପ୍ରତିଶତ ମାମଲା କ୍ଷେତ୍ରରେ ପୁଲିସ୍ ଅଭିଯୁକ୍ତଙ୍କୁ ଧରିବା ଓ ପ୍ରମାଣ ଯୋଗାଡ଼ କରିବାରେ ବ୍ୟର୍ଥ ହୋଇଛି । ଫଳରେ ଅପରାଧୀମାନେ ନିର୍ଦ୍ଦୋଷରେ ଖଲାସ ହୋଇ ଯାଉଛନ୍ତି । ରିପୋର୍ଟ ମୁତାବକ ୨୦୧୫ରେ ସର୍ବାଧକ ୧୫୪୮ଟି ହତ୍ୟାକାଣ୍ଡ ଘଟିଥିଲା । ସମୁଦାୟ ହତ୍ୟା ମାମଲା ମଧ୍ୟରୁ ମାତ୍ର ୧୧ ପ୍ରତିଶତରେ ଅଭିଯୁକ୍ତ ଦୋଷୀସାବ୍ୟସ୍ତ ହୋଇଛନ୍ତି ।
{"id":28425,"width":730,"height":405}
ଅନୁରୂପ ଭାବେ ଉପରୋକ୍ତ ୯ ବର୍ଷ ମଧ୍ୟରେ ରାଜ୍ୟରେ ୧୬ ହଜାର ୫୯୧ ଟି ବଳାତ୍କାର ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଏ ପର୍ଯ୍ୟନ୍ତ ୧୦ ପ୍ରତିଶତରୁ କମ୍ ଅଭିଯୁକ୍ତ ଦୋଷୀସାବ୍ୟସ୍ତ ହୋଇଛନ୍ତି । ୨୦୧୭ରେ ସର୍ବାଧିକ ୨୪୦୭ଟି ମାମଲା ରୁଜୁ ହୋଇଥିଲା ।
୨୦୧୯ ମେ' ମାସ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୫୬୩ ହତ୍ୟାକାଣ୍ଡ ଘଟିଥିବା ବେଳେ ୯୩୭ଟି ବଳାତ୍କାର ମାମଲା ରୁଜୁ ହୋଇଛି । ତା’ଛଡା ୧୮୫ ଡକାୟତି, ୮୯୮ ଟି ଲୁଟ୍, ୧୩୯୫ ସିନ୍ଧି ଚୋରି, ୩,୬୦୯ ଚୋରି, ୧,୦୩୪ ଠକେଇ ମାମଲା ରୁଜୁ ହୋଇଥିଲା । ଏଥିରୁ ମାତ୍ର ୪.୫ ପ୍ରତିଶତ ଘଟଣାରେ ଚାର୍ଜସିଟ୍ ହୋଇଛି । ଡିଜିପି ଡ. ଆରପି ଶର୍ମା ବଳାତ୍କାର ମାମଲାରେ ୬୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବା ପାଇଁ ଲିଖିତ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହାକୁ କେହି ମାନୁନାହାନ୍ତି । ଅପରାଧ ସଂଖ୍ୟାକୁ ପଡ଼ୋଶୀ ରାଜ୍ୟ ସହ ତୁଳନା କଲେ ବିହାର ଓ ଝାଡ଼ଖଣ୍ଡ ଭଳି ରାଜ୍ୟକୁ ଓଡ଼ିଶା ପଛରେ ପକାଇ ଦେଇଛି ।
ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଓଡ଼ିଶା ଅପରାଧରେ ୮ ନମ୍ବର ସ୍ଥାନରେ ରହିଥିବା ନ୍ୟାସନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋ (ଏନ୍ସିଆର୍ବି) ରିପୋର୍ଟରେ ଉଲ୍ଲେଖ ରଖିଛି । ବିହାରରେ ପ୍ରତି ଏକଲକ୍ଷ ଜନସଂଖ୍ୟାରେ ୧୨୭ଟି ଅପରାଧ ଘଟୁଥିବା ବେଳେ ଝାଡ଼ଖଣ୍ଡରେ ୧୪୭ଟି ଏବଂ ଉତ୍ତରପ୍ରଦେଶରେ ଏହି ସଂଖ୍ୟା ମାତ୍ର ୯୩ ରହିଛି । କିନ୍ତୁ ଓଡ଼ିଶାରେ ଅପରାଧ ମାତ୍ରା ୧୬୪ ରହିଛି । ଛତିଶଗଡ଼ ଓ ପଶ୍ଚିମବଙ୍ଗରେ ଏହି ସଂଖ୍ୟା ଯଥାକ୍ରମେ ୨୧୧ ଏବଂ ୧୭୮ ରହିଛି । ସେହିଭଳି ଦଣ୍ଡବିଧାନ କ୍ଷେତ୍ରରେ ଓଡ଼ିଶା ଢେର ପଛରେ ପଡ଼ିଛି । ୧୦୦ଟି ମାମଲାରେ ରାଜ୍ୟରେ ୭୦ରୁ ଅଧିକ ଅଭିଯୁକ୍ତ ଦୋଷମୁକ୍ତ ହେଉଛନ୍ତି । ପୁଲିସ୍ ପ୍ରାଥମିକ ତଦନ୍ତ କରିବାରେ ଅହେତୁକ ବିଳମ୍ବ ଓ ଚାର୍ଜସିଟ ଦାଖଲରେ ଢିଲାପଣ ଯୋଗୁ ଅପରାଧୀମାନେ ଖସି ଯାଉଛନ୍ତି ବୋଲି ଜଣାପଡ଼ିଛି ।
{"id":28426,"width":660,"height":495}

ମସିହା ହତ୍ୟା ଡକାୟତି ଲୁଟ୍ ସିନ୍ଧିଚୋରି ଚୋରି ବଳାତ୍କାର
୨୦୧୦ ୧୩୦୮ ୪୬୩ ୧୪୯୧ ୨୮୫୫ ୭୫୭୨ ୧୦୨୫
୨୦୧୧ ୧୪୭୭ ୫୦୧ ୧୫୮୩ ୩୦୩୧ ୮୭୨୪ ୧୧୧୨
୨୦୧୨ ୧୫୪୮ ୫୦୧ ୧୬୧୩ ୩୪୩୦ ୯୬୩୦ ୧୪୫୮
୨୦୧୩ ୧୪୫୪ ୫୬୨ ୧୬୭୮ ୩୭୪୭ ୧୦୦୪୪ ୧୮୩୨
୨୦୧୪ ୧୪୫୦ ୫୫୪ ୧୮୨୮ ୪୦୮୨ ୯୪୧୦ ୨୦୧୧
୨୦୧୫ ୧୪୭୩ ୪୮୬ ୧୭୮୭ ୪୦୪୬ ୧୦୦୫୫ ୨୨୮୬
୨୦୧୬ ୧୩୨୮ ୫୬୬ ୨୦୧୨ ୪୦୦୪ ୯୦୪୪ ୨୧୪୪
୨୦୧୭ ୧୨୬୭ ୫୩୪ ୨୦୪୮ ୩୯୫୩ ୯୦୮୩ ୨୨୨୧
୨୦୧୮ ୧୩୭୮ ୫୫୮ ୨୧୨୫ ୩୭୧୩ ୯୦୬୯ ୨୫୦୨