PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଟ୍ୱିନ୍‌ ସିଟିରେ ଅପରାଧ ଉପର ମୁହାଁ, ବଢ଼ିଛି ବଳାତ୍କାର, ହତ୍ୟା, ଲୁଟ୍‌

ଭୁବନେଶ୍ୱର, ୩୦ା୧ (ବ୍ୟୁରୋ): କମିଶନ୍‌ରେଟ୍‌ ପୁଲିସ ଅଞ୍ଚଳରେ ଅସୁରକ୍ଷିତ ହୋଇ ପଡ଼ିଛି ଧନଜୀବନ । ହତ୍ୟା, ଲୁଟ୍‌, ବଳାତ୍କାର ସିନ୍ଧି ଚୋରିର ହାର ଢେର ବଢ଼ିଛି । ଅନେକ ଅପରାଧ ଘଟଣା ଅସମାହତି ରହିଛି । ଅପରାଧର ବାର୍ଷିକ ରିପୋର୍ଟ ମୁତାବକ ୭୦ ପ୍ରତିଶତ ମାମଲାରେ ପୁଲିସ୍‌ ଅଭିଯୁକ୍ତଙ୍କୁ ଧରିବା ଓ ପ୍ରମାଣ ଯୋଗାଡ଼ କରିବାରେ ଫେଲ୍‌ ମାରିଛି । ପୂର୍ବ ବର୍ଷ ଠାରୁ ୨୦୧୮ରେ ହତ୍ୟା ସଂଖ୍ୟା ୩୬ପ୍ରତିଶତ ବଢ଼ିଥିବା ବେଳେ ବଳାତ୍କାର ୬ପ୍ରତିଶତ ଓ ଲୁଟ୍‌ ୮ ପ୍ରତିଶତ ବଢ଼ିଛି । ୨୦୧୮ରେ କମିଶନରେଟ୍‌ ପୁଲିସ୍‌ କଟକ ଓ ଭୁବନେଶରରେ ମୋଟ ୧୧୫୩୦ଟି ମାମଲା ହୋଇଛି । ପୂର୍ବ ବର୍ଷ ଅପେକ୍ଷା ମାମଲା ସଂଖ୍ୟା ୨.୯ ପ୍ରତିଶତ ବୃଦ୍ଧି ଘଟିଛି । ତେବେ ଡକାୟତି ଏବଂ ସିନ୍ଧି ଚୋରି ଅପେକ୍ଷାକୃତ ହ୍ରାସ ପାଇଛି ବୋଲି କମିଶନ୍‌ରେଟ୍‌ ପୁଲସି ବାର୍ଷିକ ଅପରାଧ ସମୀକ୍ଷା ରେିପାର୍ଟ ପ୍ରକାଶ କରଛି । ଆଜି ପୁଲିସ କମିଶନର ସତ୍ୟଜିତ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ସହରର କାୟା ବିସ୍ତାର, ଜନସଂଖ୍ୟା ବୃଦ୍ଧି ସହ ତାଳ ଦେଇ କଟକ-ଭୁବନେଶ୍ୱରରେ ବଢି ଚାଲିଛି ଅପରାଧ । ପ୍ରତିବର୍ଷ ରେକର୍ଡ ଭାଙ୍ଗି ଚାଲିଛି । ସବୁ ଧରଣର ଅପରାଧ ବଢୁଛି । ୨୦୧୭ରେ ଟ୍ୱିନ୍‌ସିଟିରେ ୧୧୨୩୮ ଟି ମାମଲା ହୋଇଥିବା ବେଳେ ୨୦୧୮ରେ ୧୧୫୩୦ଟି ମାମଲା ରୁଜୁ ହୋଇଛି । ରିପୋର୍ଟରୁ ଜଣାପଡିଛି, ଟ୍ୱିନ୍‌ସିଟିରେ ୨୦୧୮ରେ ମୋଟ ୧୯୨ଟି ବଳାତ୍କାର ମାମଲା ରୁଜୁ ହୋଇଛି । ଭୁବନେଶ୍ୱରରେ ୧୨୨ଟି ହୋଇଥିବା ବେଳେ କଟକରେ ୭୦ଟି ବଳାତ୍କାର ଘଟିଛି । ୨୦୧୮ରେ ଦ୍ୱୈତନଗରୀରେ ମୋଟ ୭୨ଟି ହତ୍ୟାକାଣ୍ଡ ଘଟିଛି । ଭୁବନେଶ୍ୱରରେ ୪୩ଟି ଓ କଟକରେ ୨୯ଟି ହତ୍ୟା ହୋଇଛି । ୨୦୧୭ରେ ଏହି ଦୁଇ ସହରରେ ମୋଟ ୫୩ ଟି ହତ୍ୟାକାଣ୍ଡ ଘଟିଥିଲା । ୨୦୧୬ରେ ଏହି ସଂଖ୍ୟା ୮୨ ଥିଲାବେଳେ ୨୦୧୫ରେ ୬୬ଟି ହତ୍ୟା ମାମଲା ରୁଜୁ ହୋଇଥିଲା । ୨୦୧୭ରେ ଟ୍ୱିନ୍‌ସିଟିରେ ସମୁଦାୟ ୧୮୧ ବଳତ୍କାର ମାମଲା ରୁଜୁ ହୋଇଥିଲା । କଟକରେ ୫୬, ଭୁବନେଶ୍ୱରରେ ୧୨୨ଟି ବଳତ୍କାର ମାମଲା ରୁଜୁ ହୋଇଥିଲା । ସେହିଭଳି ୨୦୧୫ରେ ମୋଟ ୧୨୯ଟି ବଳାତ୍କାର ମାମଲା ରୁଜୁ ହୋଇଥିଲା । ଭୁବନେଶ୍ୱରରେ ୮୭ଟି ହୋଇଥିବା ବେଳେ କଟକରେ ୪୨ଟି ବଳାତ୍କାର ଘଟିଥିଲା । କମିଶନରେଟ ଇଲାକାରେ ୨୦୧୮ରେ ୨୮୨ଟି ଲୁଟ୍‌ ମାମଲା ହୋଇଛି । ୨୦୧୭ରେ ଏହି ସଂଖ୍ୟା ୨୬୧ ରହିଥିଲା । ସୁନାଚେନ୍‌ ଲୁଟ୍‌ ଅଧିକ ଘଟିଥିବା କମିଶନର ଶ୍ରୀ ମହାନ୍ତି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ୨୦୧୮ରେ ୩୬୮ଟି ସିନ୍ଧିଚୋରି ହୋଇଥିବା ବେଳେ ୨୦୧୭ରେ ୩୭୪ଟି ଘଟିଥିଲା । ୨୦୧୮ରେ ୨୧୪୨ଟି ଚୋରି ହୋଇଛି । ୨୦୧୭ରେ ଏହା ୨୧୫୫ ଟି ଥିଲା ।
୨୦୧୭ରେ ଟ୍ୱିନ୍‌ସିଟିରେ ୩୮ ଡକାୟତି ହୋଇଥିବା ବେଳେ ୨୦୧୮ରେ ଏହି ୩୭ ରହିଛି । ତେବେ ଚୋରି ସମ୍ପତ୍ତି ଉଦ୍ଧାର କ୍ଷେତ୍ରରେ ପୁଲସି ସମ୍ପୂର୍ଣ୍ଣ ଫେଲ ମାରିଛି । କାଁ ଭାଁ କେତୋଟି ଛାଡ଼ିଦେଲେ ମାତ୍ରାଧିକ ଘଟଣାରେ ଲୋକେ ସମ୍ପତ୍ତି ଫେରି ପାଇନାହାନ୍ତି । ୨୦୧୮ରେ ଦୁର୍ଘଟଣା ବି ବଢ଼ିଛି । ୨୦୧୭ରେ ଟ୍ୱିନ୍‌ସିଟିରେ ଦୁର୍ଘଟଣା ୯୧୭ ହୋଇଥିବା ବେଳେ ୨୦୧୮ରେ ଏହା ୧୪ ପ୍ରତିଶତ ବଢ଼ି ୧୦୪୬ରେ ପହଞ୍ଚିଛି ବୋଲି ରିପୋର୍ଟ କହୁଛି ।

ବଢ଼ିଛି ଚୋରା ମଦ ବେପାର
ଚୋରା ମଦ ବ୍ୟବସାୟ କରୁଥିବା ଅଭିଯୋଗରେ ୨୦୧୮ରେ କମିଶନରେଟ ପୁଲିସ୍‌ କଟକ ଓ ଭୁବନେଶ୍ୱରରେ ୧୦୬୮ ଟି କେସ୍‌ ଦାୟର କରିଥିଲା । ପୂର୍ବ ବର୍ଷ ତୁଳନାରେ ୭%ରୁ ଅଧକି ମାମଲା ବଢ଼ିଛି । ଚୋରା ମଦ ବିକ୍ରି ଅଭିଯୋଗରେ କମିଶନରେଟ୍‌ ପୁଲିସ୍‌ ଟୁଇନ୍‌ ସିଟିରୁ ୧୦୬୭ ଜଣଙ୍କୁ ଗିରଫ କରିଥିଲା । ଏଥିମଧ୍ୟରୁ ଭୁବନେଶ୍ୱରରେ ୩୮୦ ମାମଲାରେ ୩୮୪ ଜଣଙ୍କୁ ଗିରଫ କରି ସେମାନଙ୍କ ଠାରୁ ୪ ହଜାର୫୦୦ ଲିଟରରୁ ଅଧିକ ଦେଶୀ ଓ ବିଦେଶୀ ମଦ ଜବତ କରା ଯାଇଥିଲା । ସେହିପରି କଟକରେ ୬୮୮ ଟି ମାମଲାରେ ୬୮୩ ଜଣ ଗିରଫ ହୋଇଥିଲେ । ସେମାନଙ୍କ ଠାରୁ ୩୦ ହଜାର ୮୬ ଟି ଦେଶୀ ଓ ବିଦେଶୀ ମଦ ବୋତଲ ଜବତ ହୋଇଥିଲା । ଭୁବନେଶ୍ୱର ଅପେକ୍ଷା କଟକରେ ଚୋର ବେପାରୀମାନେ ଅଧିକ ସକ୍ରିୟ ଥିବା ରିପୋର୍ଟରୁ ଜଣାପଡ଼ିଛି । ୨୦୧୭ରେ ୯୯୪ ଟି ମାମଲାରେ ୧୦୩୮ ଜଣଙ୍କୁ ପୁଲସି୍‌ ଗିରଫ କରିଥିଲା । ୨୦୧୭ ଓ ୨୦୧୬ ମସିହାରେ ବି କଟକରେ ଚୋର ମଦ ବେପାର ଢେର୍‌ ଜମିଥିଲା ।

୧୨୩୭ କେଜି ଗଞ୍ଜେଇ ଜବତ
ଟୁଇନ୍‌ ସିଟିରେ ୨୦୧୮ରେ ମଦ ଭଳି ଚୋରା ଗଞ୍ଜେଇ ବେପାର ଜମଥିଲିା । ୨୦୧୭ ତୁଳନାରେ କମ୍‌ ମାମଲା ରୁଜୁ ହୋଇଛି, କିନ୍ତୁ ପୁଲିସ ଅଧିକ ପରିମାଣରେ ଗଞ୍ଜେଇ ଜବତ କରିଛି । ୨୦୧୭ରେ ଟୁଇନ୍‌ସିଟିରେ ପୁଲିସ୍‌ ୫୫ଟି ମାମଲା ରୁଜୁ କରି ୮୬ ଜଣ ଚୋରା ବେପାରୀଙ୍କୁ ଗିରଫ କରିଥିଲା । ସେମାନଙ୍କ ଠାରୁ ୭୮୧ କେଜି ଗଞ୍ଜେଇ ଜବତ ହୋଇଥିଲା । ୨୦୧୮ରେ ପୁଲିସ ୫୦ ଟି ମାମଲାରେ ୮୩ ଜଣଙ୍କୁ ଗିରଫ କରି ସେମାନଙ୍କ ଠାରୁ ୧୨୩୭ କେଜି ଗଞ୍ଜେଇ ଜବତ କରିଛି । ଅର୍ଥାତ୍‌ ୨୦୧୭ ମସିହା ଠାରୁ ୫୮% ଅଧିକ ଗଞ୍ଜେଇ ଜବତ ହୋଇଛି ୨୦୧୮ରେ ।

ଦୁଇ ହଜାରରୁ ଅଧିକ ଗାଡ଼ି ଉଭାନ
ଟ୍ୱିନ ସିଟିରେ ମାତିଛନ୍ତି ଗାଡ଼ି ଚୋର । ବର୍ଷକରେ ୨ ହଜାରରୁ ଅଧିକ ଗାଡ଼ି ଚୋରି କରିଛନ୍ତି । ଦିନକୁ ପ୍ରାୟ ୬ଟି ଗାଡ଼ି ଲୁଟୁଛନ୍ତି । ଏକଥା କମିଶନରେଟ୍‌ ପୁଲିସ୍‌ର ରିପୋର୍ଟ କହୁଛି । ରାଜଧାନୀରୁ ଦିନକୁ ୪ରୁ ଅଧିକ ଗାଡ଼ି ଲୁଟ୍‌ ହେଉଥିବା ବେଳେ କଟକରେ ହାରାହାରି ୨ଗାଡ଼ି ଚୋରି ହେଉଛି । ୨୦୧୮ ଟୁଇନ୍‌ ସିଟିରେ ୧୫୩୨ଟି ଗାଡ଼ି ଚୋରି ମାମଲା ରୁଜୁ ହୋଇଛି । ତେବେ ସେଥି ମଧ୍ୟରୁ ହାତଗଣତି କିଛି ଗାଡ଼ି ପୁଲିସ ଉଦ୍ଧାର କରି ପାରିଛି ।

୨୧୪୭ଜଣଙ୍କୁ ହସ୍ପିଟାଲ ନେଇଛି ପିସିଆର
ମଡର୍ଣ୍ଣ କଣ୍ଟ୍ରୋଲ ରୁମ୍‌ର ଚଳିତବର୍ଷ ରିପୋର୍ଟ ମୁତାବକ ବର୍ଷକ ଭିତରେ ମୋଟ ୧୫,୬୪, ୧୨୫ଜଣ ଡାଏଲ ୧୦୦କୁ କଲ୍‌ କରିଛନ୍ତି । ତଦନୁଯାୟୀ ଦୁର୍ଘଟଣାଗ୍ରସ୍ତ ୨୧୪୭ ଜଣ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି ପିସିଆର ଭ୍ୟାନ୍‌ । ପିସିଆର କର୍ମୀଙ୍କ ତôପରତା ଯୋଗୁଁ ୨୮ଜଣଙ୍କୁ ଆସନ୍ନ ମୃତ୍ୟୁରୁ ବଞ୍ଚା ଯାଇପାରିଛି । ଦୁର୍ଘଟଣାଗ୍ରସ୍ତଙ୍କ ଗୋଲଡେନ୍‌ ଆୱାରରେ ପିସିଆର କର୍ମଚାରୀଙ୍କ ଅବଦାନକୁ ସାବାସୀ ଦିଆଯାଇଛି । ରିପୋର୍ଟରେ ଉଲ୍ଲେଖ ରହିଛି, ଦୁର୍ଘଟଣାରେ
୬୬ଜଣ ଗୁରୁତର ଆହତଙ୍କୁ ପିସିଆର ହସ୍ପିଟାଲକୁ ନେଇ ତ୍ୱରିତ ଚିକିତ୍ସା କରାଇଛି । ୪୧୨ଜଣ ମଦ୍ୟପଙ୍କୁ ରାସ୍ତାଘାଟରୁ ଉଦ୍ଧାର କରି ହସ୍ପିଟାଲକୁ ନେଇଛି । ବିପଦରେ ପଡିଥିବା ୧୮ଜଣ ବରିଷ୍ଠ ନାଗରିକଙ୍କ ପାଖରେ ପିସିଆର କର୍ମଚାରୀ ପହଞ୍ଚି ସାହାଯ୍ୟ କରିଛନ୍ତି । ୧୩୫ଟି ଅପମୃତ୍ୟୁ ଓ ୨ଟି ହତ୍ୟା ଘଟଣାରେ ପିସିଆର ଭ୍ୟାନ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ସମ୍ଭାଳିଛି । ୨୦୯୭ଜଣ ଅଭିଯୁକ୍ତଙ୍କ ସମେତ ୫୩୦ଜଣ ସନ୍ଦିଗ୍ଧ ଚୋର ଓ ଅପରାଧୀଙ୍କୁ ଧରି ଥାନା ହେପାଜତରେ ଦେଇଛି । ସହରରେ ଭିଡ଼ ନିୟନ୍ତ୍ରଣରେ ପିସିଆର କର୍ମଚାରୀ ବେଶ୍‌ ସହଯୋଗ କରିଛନ୍ତି । ବର୍ଷକ ମଧ୍ୟରେ ମୋଟ ୬୭୧ଟି ଟ୍ରାଫକି୍‌ ଜାମ୍‌ ହୋଇଥବିା ସ୍ଥାନରେ ପହଞ୍ଚି ଭିଡ଼ ହଟାଇଛନ୍ତି । ସେହିପରି ରାସ୍ତାରୁ ୨୭୦ଜଣ ଅସହାୟ ପୁରୁଷ, ମହିଳା ଓ ବାଳକଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳରେ ଛାଡି଼ଛନ୍ତି । ବିଭିନ୍ନ ସ୍ଥାନରୁ ୧୦୦ଟି ଚୋରା ଓ ନମ୍ବର ବିହୀନ ଗାଡ଼ି ପିସିଆର ଭ୍ୟାନ୍‌ ଥାନା ହେପାଜତରେ ଦେଇଛି ।

ବର୍ଷକରେ ୫୧ ବନ୍ଧୁକ ଜବତ
୨୦୧୮ରେ ବେଆଇନ୍‌ ଅସ୍ତ୍ରଶସ୍ତ୍ର କାରବାରରେ କଟକ ଓ ଭୁବନେଶ୍ୱରରୁ କମିଶନରେଟ୍‌ ପୁଲିସ୍‌ ୧୦୫ଟି ଘଟଣାରେ ୫୧ ଟି ବିଭିନ୍ନ ପ୍ରକାରର ବନ୍ଧୁକ ଜବତ କରିଛି । ୨୦୧୧ରୁ ୨୦୧୮ ଭିତରେ ଏହି ଚୋରା ବନ୍ଧୁକ କାରବାର ୨ ଗୁଣ ବୃଦ୍ଧି ପାଇଛି । ବନ୍ଧୁକ ସହିତ ୧୫୬ ଗୁଳି ଜବତ ହୋଇଛି । ଭୁବନେଶ୍ୱରରୁ ୩୨ ଟି ବନ୍ଧୁକ ଜବତ ହୋଇଥିବା ବେଳେ କଟକରେ ୨୮ ବନ୍ଧୁକ ଜବତ ହୋଇଛି । ସେପଟେ ଏହାକୁ ରୋକିବା ପାଇଁ ପୁଲିସ୍‌ କିଛି ବର୍ଷ ତଳେ ଆରମ୍ଭ କରିଥିଲା ଯୋଜନା । କଟକରେ ଅପରେସନ୍‌ “ତ୍ରିଶୁଲ୍‌’ ଆଉ ଭୁବନେଶ୍ୱରରେ “ଅପରେସନ୍‌ ବ୍ଲାକ୍‌ସ୍ମୋକ୍‌’ । ୨୦୧୭ ରେ କଟକ ଓ ଭୁବନେଶ୍ୱରରୁ କମିଶନରେଟ୍‌ ପୁଲିସ୍‌ ୯୦ଟି କେସ୍‌ରେ ୬୩ଟି ବିଭିନ୍ନ ପ୍ରକାରର ବନ୍ଧୁକ ଜବତ କରିଥିଲା
। ଭୁବନେଶ୍ୱରରୁ ୨୯ କଟକରୁ ୩୪ ଟି ବନ୍ଧୁକ ଜବତ ହୋଇଥିଲା ।

ବ୍ରାଉନ୍‌ସୁଗର ଜବତରେ ରେକର୍ଡ
୨୦୧୮ରେ କମିଶନରେଟ୍‌ ପୁଲିସ୍‌ ଅଞ୍ଚଳରେ ବ୍ରାଉନ୍‌ସୁଗର କାରବାର ବୃଦ୍ଧି ପାଇଛି । ପୁଲିସ ଏହି ବର୍ଷ ୮ଶହ ୯୮ ଗ୍ରାମ୍‌ ବ୍ରାଉନ୍‌ସୁଗର ଜବତ କରି ରେକର୍ଡ କରିଛି । ଏତେ ପରିମାଣର ବ୍ରଉନ ସୁଗର ପୂର୍ବରୁ କେବେ ଜବତ ହୋଇନଥିଲା । ୨୦୧୭ରେ ଟୁଇନ୍‌ ସିଟିରୁ ମାତ୍ର ୩୫୮ ଗ୍ରାମ ବ୍ରାଉନ୍‌ ସୁଗର ଜବତ ହୋଇଥିଲା ।

ସମ୍ବନ୍ଧିତ ଖବର