ସୋରଡା ୨୪/୧୨: ସୋରଡ଼ା ଚର୍ଚ୍ଚ ପରିସରରେ ପ୍ରଭୁ ଯୀଶୁଙ୍କ ଆଗମନ ଉପଲକ୍ଷେ ସୁନ୍ଦର ଆଲୋକ ମାଳରେ ଚର୍ଚ୍ଚ ପରିସରକୁ ସଜା ଯାଇଛି । ସନ୍ଧ୍ୟାରୁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ପରିଲକ୍ଷିତ ହୋଇଛି l ଖ୍ରୀଷ୍ଠ ସମ୍ପ୍ରଦାୟର ସମସ୍ତେ ପରିବାର ସହ ଉପସ୍ଥିତ ହୋଇ ସାମୂହିକ ପ୍ରାର୍ଥନା କରିଥିଲେ I ପ୍ରଭୁ ଧରା ପୃଷ୍ଠକୁ ଅବତରଣ କଲାପରେ ଖୁସିର ମାହୋଲ ଦେଖାଯାଇଥିଲା I ପରେ ସମବେତ ବିଶ୍ୱ ଶାନ୍ତି ପ୍ରାର୍ଥନା କରାଯାଇଥିଲା I ସେହିପରି ଅଞ୍ଚଳର ମେରିକୋଟ, ଗୌଡ଼ ଗୋଠ, ସାଲିମା ଗୋଛା, ଦାନ୍ତଲିଙ୍ଗି, ସମପାଲି ଠାରେ ଚର୍ଚ୍ଚ ମାନଙ୍କରେ ସେହିଭଳି କାର୍ଯ୍ୟକ୍ରମ ହୋଇଥିଲା I ପାଇକ ସାହିରେ ଯୁବକ ମାନଙ୍କ ତରଫରୁ ନାଚ ଗୀତ ଆୟୋଜନ ହୋଇଥିଲା I ୧୦୦ ବର୍ଷରୁ ଉର୍ଦ୍ଧ୍ୱ ହେବ ଏହି ଚର୍ଚ୍ଚ I ଗୁରୁବାର ସନ୍ଧ୍ୟାରେ ଏଠାରେ ଚର୍ଚ୍ଚ ପରିସରକୁ ସବୁ ସମ୍ପ୍ରଦାୟର ଶିଶୁରୁ ବୃଦ୍ଧ ଯାଏଁ ଜନସାଧାରଣ ପରିବାର ସହ ଦର୍ଶନ, ଭ୍ରମଣ ପାଇଁ ଆସିବାର ପରମ୍ପରା ରହିଥିବା ବେଳେ ଚର୍ଚ୍ଚ ତରଫରୁ ମଧ୍ୟ ସର୍ବସାଧାରଣଙ୍କ ପାଇଁ ଏହି ଦିନ ସମ୍ପୂର୍ଣ୍ଣ ପରିସର ଖୋଲା ଯାଇଥାଏ I