ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଅନ୍‌କଟ୍‌ ‘ଶୋଲେ’ ଦେଖିବାକୁ ଇଟାଲୀରେ ଭିଡ, ବିଶାଳ ମୁକ୍ତାକାଶ ସ୍କ୍ରିନ୍‌ରେ ମଜାନେଲେ ଦର୍ଶକ

Published By : Krishna Priya | June 30, 2025 9:46 AM

ନୂଆଦିଲ୍ଲୀ ୩୦/୦୬: ୧୯୭୫ ମସିହା ଅଗଷ୍ଟ ୧୫ ତାରିଖରେ ରିଲିଜ୍‌ ହୋଇଥିଲା ହିନ୍ଦୀ ସିନେମା ଜଗତର କିମ୍ବଦନ୍ତୀ ଚଳଚ୍ଚିତ୍ର ‘ଶୋଲେ’ । ରମେଶ ସିପ୍ପିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅମିତାଭ ବଚ୍ଚନ, ଜୟା ଭାଦୁରୀ, ଧର୍ମେନ୍ଦ୍ର, ହେମାମାଳିନୀ, ସଞ୍ଜୀବ କୁମାର ଏବଂ ଅମଜାଦ୍‌ ଖାନ୍‌ଙ୍କ ଦମ୍‌ଦାର ଅଭିନୟ ଦେଖିବାକୁ ମିଳିଥିଲା । ଚଳିତବର୍ଷ ‘ଶୋଲେ’ ରିଲିଜ୍‌ର ୫୦ ବର୍ଷ ପୂରଣ ହେବାକୁ ଯାଉଛି । ଏହି ସ୍ୱତନ୍ତ୍ର ଅବସରରେ ଫିଲ୍ମଟି ପୂର୍ଣ୍ଣ ଅନକଟ୍‌ ଭର୍ସନ ସହିତ ସିଲଭର ସ୍କ୍ରିନ୍‌ରେ ପୁଣି ଏଣ୍ଟ୍ରି ନେଇଛି । ଜୁନ୍‌ ୨୭ରେ ଇଟାଲୀର ବୋଲୋନାସ୍ଥିତ ଏଲ୍‌’ ଇମାଜିନ୍‌ ସିନେମା ରିଟ୍ରୋଭାଟୋ ମହୋତ୍ସବରେ ଏହାର ୱାର୍ଲଡ ପ୍ରିମିୟର ହୋଇଛି ।

ଏହି ସିନେ ମହୋତ୍ସବରେ ପିୟାଜ୍ଜା ମ୍ୟାଗିଓରେସ୍ଥିତ ୟୁରୋପର ଅନ୍ୟତମ ସର୍ବବୃହତ୍‌ ମୁକ୍ତାକାଶ ସ୍କ୍ରିନ୍‌ରେ ଫିଲ୍ମର ଅନ୍‌କଟ୍‌ ସଂସ୍କରଣ ପ୍ରଦର୍ଶିତ ହୋଇଥିଲା । ଫିଲ୍ମର ନୂଆ ସଂସ୍କରଣକୁ ଦେଖିବାକୁ ମଧ୍ୟ ସମାନ ଉତ୍ସାହ ପ୍ରଦର୍ଶନ କରିଥିଲେ ଦର୍ଶକ । ଖଚାଖଚ୍‌ ଭିଡ଼ ମଧ୍ୟରେ ସ୍କ୍ରିନିଂ ଅତ୍ୟନ୍ତ ଚିତ୍ତାକର୍ଷକ ରହିଥିବା ଫିଲ୍ମ ହେରିଟେଜ୍‌ ଫାଉଣ୍ଡେସନ୍‌ ପ୍ରକାଶ କରିଛି । ଏହି ସଂସ୍କରଣରେ ଫିଲ୍ମର ସମସ୍ତ ଡିଲିଟ୍‌ ହୋଇଥିବା ଓ ମୂଳ କ୍ଲାଇମାକ୍ସ ଦୃଶ୍ୟ ସ୍ଥାନ ପାଇଛି । ସେନ୍ସର ବୋର୍ଡର ଆପତ୍ତି ଯୋଗୁ ସେତେବେଳେ ତାକୁ ପରିବର୍ତ୍ତନ କରାଯାଇଥିଲା । 

ଏହି ଆଇକନିକ୍‌ ଫିଲ୍ମର କାହାଣୀକୁ ଲେଖିଥିଲେ ସଲିମ-ଜାଭେଦ୍‌ । ରାମଗଡ଼ ନାମକ ଏକ କାଳ୍ପନିକ ଗାଁରେ କାହାଣୀଟି ପର‌୍ୟ୍ୟବସିତ । ପୂର୍ବତନ ପୁଲିସ ଅଧିକାରୀ ଠାକୁର ବଲଦେବ ସିଂହ ରାମଗଡ଼ରେ ଆତଙ୍କ ସୃଷ୍ଟି କରିଥିବା କୁଖ୍ୟାତ ଡାକୁ ଗବ୍ୱର ସିଂହକୁ ଧରିବାକୁ ଦୁଇ ଜଣ ମାମୁଲି ଅପରାଧୀ ଜୟ-ବୀରୁଙ୍କୁ ଜେଲ୍‌ରୁ ମୁକୁଳାଇଥିଲେ । ପରବର୍ତ୍ତୀ ସମୟରେ ସେମାନେ କିଭଳି ବଲଦେବ ସିଂହଙ୍କ ସହ ହୋଇଥିବା ଅନ୍ୟାୟର ପ୍ରତିଶୋଧ ନେବାକୁ ତାଙ୍କୁ ସାହାଯ୍ୟ କରିଛନ୍ତି ତାହା ଫିଲ୍ମରେ ଦର୍ଶାଯାଇଛି । 

ଫିଲ୍ମର ମୂଳ ସଂସ୍କରଣରେ ଡାକୁ ଗବ୍ୱର ସିଂହକୁ ଠାକୁର ନିଜର କଣ୍ଟାଯୁକ୍ତ ଜୋତାରେ ଦଳି ହତ୍ୟା କରିଥିଲେ । କିନ୍ତୁ ସେନ୍ସର ବୋର୍ଡ ଏଥିନେଇ ଆପତ୍ତି ପ୍ରକାଶ କରିଥିଲା । ଫିଲ୍ମରେ ଅଧିକ ହିଂସା ଥିବା ମଧ୍ୟ ଦର୍ଶାଯାଇଥିଲା । ଶେଷରେ ରମେଶ ସିପ୍ପି ଫିଲ୍ମର ଅନ୍ତିମ ଦୃଶ୍ୟକୁ ପୁନଃ ସୁଟ୍‌ କରିବାକୁ ବାଧ୍ୟ ହୋଇଥିଲେ । ସଂଶୋଧିତ ଶେଷ ଦୃଶ୍ୟରେ ଗବ୍ୱର ସିଂହକୁ ଠାକୁର ହତ୍ୟା କରିନଥିଲେ । ଏହାପରେ ସେନ୍ସର ବୋର୍ଡ ଫିଲ୍ମଟିକୁ ପ୍ରମାଣପତ୍ର ପ୍ରଦାନ କରିଥିଲା । ତେବେ ୨୦୨୨ରେ ରମେଶ ସିପ୍ପିଙ୍କ ପୁଅ ଫିଲ୍ମର ପୁନଃ ସଂରକ୍ଷଣ ଲାଗି ମୁମ୍ବାଇସ୍ଥିତ ଫିଲ୍ମ ହେରିଟେଜ୍‌ ଫାଉଣ୍ଡେସନ୍‌କୁ ଅନୁରୋଧ କରିଥିଲେ । ଏହାପରେ ଫିଲ୍ମର ଅନକଟ୍‌ ସିନ୍‌ଗୁଡି଼କର ପୁନଃ ସଂରକ୍ଷଣ ଲାଗି ଉଦ୍ୟମ କରାଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.