ପ୍ରମୂଖ ଖବର
  • ଲାଞ୍ଚ ନେଉଥିବା ବେଳେ ମହିଳା କନିଷ୍ଠ କିରାଣୀଙ୍କୁ ଧରିଲା ଭିଜିଲାନ୍ସ,୧୦ ହଜାର ଟଙ୍କା ଜବତ
  • ||
  • କୋରାପୁଟ : ADEOଙ୍କୁ ଗିରଫ କଲା ଭିଜିଲାନ୍ସ, ଜବତ ହେଲା ନଗଦ ୨ ଲକ୍ଷ ୪୫ ହଜାର ଟଙ୍କା ସହ ୨୮୫ ଗ୍ରାମ୍ ସୁନା
  • ||
  • କଟକ : ବେଲେଶ୍ୱର ଡବଲ ମର୍ଡର ଘଟଣା: ୫ ବର୍ଷ ପରେ ଅଭିଯୁକ୍ତ ଗିରଫ
  • ||
  • ଆଠଗଡ଼ : ଟ୍ରେନ୍‌ରୁ ପାଲ ଚୋରି କରୁଥିଲେ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ
  • ||
  • ରାଜସ୍ଥାନ: ଟ୍ରେଲରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ଦୁର୍ଘଟଣାରେ ଚାଲିଗଲା ୩ ଜୀବନ, ଏକାଧିକ ଆହତ
  • ||
  • ବେଆଇନ ଭାବେ ଅନ୍ୟ ଦେଶରେ ରହିବା ଆଇନଗତ ଅଧିକାର ନୁହେଁ । ବେଆଇନ ଭାବେ ରହୁଥିବା ଲୋକଙ୍କୁ ଭାରତ ନେବାକୁ ପ୍ରସ୍ତୁତ: ମୋଦି
  • ||
  • ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ, ପ୍ରଶ୍ନକାଳକୁ ଅଚଳ କରିଦେଲେ ବିରୋଧି, ଦିନ ୧୨ଟା ଯାଏ ଗୃହ ମୁଲତବୀ ଘୋଷଣା
  • ||
  • କଳାହାଣ୍ଡି : କାର୍‌ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଡ୍ରାଇଭର ଅଟକ
  • ||
  • ଆଜି ବିଜେପିର କୋର କମିଟି ବୈଠକ: ଅଧ୍ୟକ୍ଷତା କରିବେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସଭାପତି ଚୟନ ନେଇ ଆଲୋଚନା
  • ||
  • ଗରମରୁ ସାମାନ୍ୟ ଆଶ୍ୱସ୍ତି: ଆଜିଠୁ କମିବ ରାତି ତାପମାତ୍ରା,୧୬ରୁ ପୁଣି ବଢ଼ିବ ତାତି
  • ||

ଆମେରିକା ହସ୍ପିଟାଲରେ ଭାରତୀୟ ଗର୍ଭବତୀଙ୍କ ଭିଡ଼, ଫେବ୍ରୁଆରୀ ୨୦ ପୂର୍ବରୁ ପିଲା ଜନ୍ମ ନ ହେଲେ ମିଳିବନି ନାଗରିକତା

Published By : Prameya | January 24, 2025 8:58 AM

ନୂଆଦିଲ୍ଲୀ ୨୪/୦୧: ଆମେରିକାରେ ଫେବ୍ରୁଆରୀ ୨୦ ପୂର୍ବରୁ ପିଲା ଜନ୍ମ କରିବାକୁ ଦୌଡ଼ ଆରମ୍ଭ ହୋଇଯାଇଛି । ସମୟ ପୂର୍ବରୁ ସି-ସେକ୍ସନ ବା ସର୍ଜରୀ କରାଇ ଗର୍ଭବତୀ ମହିଳାମାନେ ସେମାନଙ୍କ ପ୍ରସବ କରାଇବାକୁ ଆଗୁଆ ଡାକ୍ତରଖାନାଗୁଡ଼ିକରେ ଦିନ ବୁକିଂ କରୁଥିବା ରିପୋର୍ଟ ପ୍ରକାଶ ପାଇଛି । ସେମାନଙ୍କ ମଧ୍ୟରେ ଅନେକ ଭାରତୀୟ ରହିଛନ୍ତି । ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଡୋନାଲ୍ଡ ଟ୍ରମ୍ପ୍‌ ଆମେରିକାରେ ଜନ୍ମ ହେବା ପରେ ସେହି ପିଲାଙ୍କୁ ମିଳୁଥିବା ନାଗରିକତା ପ୍ରଦାନକୁ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଅର୍ଥାତ୍‌ ବେଆଇନ ଭାବେ ଆମେରିକାରେ ପ୍ରବେଶ କରିଥିବା ଶରଣାର୍ଥୀ କିମ୍ବା ଭିସାରେ ରହୁଥିବା ଲୋକଙ୍କ ପିଲାମାନଙ୍କୁ ସେଠାକାର ନାଗରିକତା ଆଉ ମିଳିପାରିବ ନାହିଁ, ଯେଉଁମାନଙ୍କ ଜନ୍ମ ଆମେରିକାରେ ହେବ । ଟ୍ରମ୍ପ୍‌ ଏହି ଆଦେଶ ପାଳନ କରାଯିବା ଲାଗି ୩୦ ଦିନ ସମୟ ଦେଇଛନ୍ତି । ଫେବ୍ରୁଆରୀ ୧୯ରେ ଏହି ସମୟ ସୀମା ଶେଷ ହେଉଛି । ତେଣୁ ଏହା ପୂର୍ବରୁ ଆମେରିକାରେ ରହୁଥିବା ପ୍ରବାସୀ ତଥା ଶରଣାର୍ଥୀ ମହିଳାମାନେ ପ୍ରସବ କରିଦେବା ଲାଗି ଚାହୁଁଛନ୍ତି । 

ରିପୋର୍ଟ ଅନୁସାରେ, ଆମେରିକାରେ ଅନେକ ଭାରତୀୟ ପ୍ରବାସୀ ମହିଳା ରହିଛନ୍ତି ଯେଉଁମାନେ ୮ କିମ୍ବା ୯ ମାସର ଗର୍ଭବତୀ ଅଛନ୍ତି । ସେମାନେ ମଧ୍ୟ ଫେବ୍ରୁଆରୀ ୨୦ ପୂର୍ବରୁ ପିଲା ଜନ୍ମ କରିଦେବାକୁ ଚାହୁଁଛନ୍ତି । କେତେକ ମହିଳା ୬/୭ ମାସର ଗର୍ଭବତୀ ଥାଇ ବି ସର୍ଜରୀ କରାଇବା ଲାଗି ଡାକ୍ତରଙ୍କୁ ଅନୁରୋଧ କରୁଥିବା ନ୍ୟୁ ଜର୍ସିର ଜଣେ ଡାକ୍ତର ଏସ୍‌.ଡି ରାମା କହିଛନ୍ତି । ସେମାନେ ସ୍ୱାମୀ, ପରିବାର ସହ ଆସି ଆଗୁଆ ତାରିଖ ବୁକିଂ କରିବାକୁ ଉଦ୍ୟମ କରୁଛନ୍ତି । ଟେକ୍ସାସ୍‌ର ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ଏସ୍‌. ଜି ମୁକ୍କାଲା ସମୟ ପୂର୍ବରୁ ପ୍ରସବକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି, ଏହା ଦ୍ୱାରା ଉଭୟ ପିଲା ଏବଂ ମା’ର ସ୍ୱାସ୍ଥ୍ୟ ପ୍ରତି ବିପଦ ରହିଛି । ଏଥିସହ ପିଲାର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ପୂର୍ଣ୍ଣ ଭାବେ ବିକଶିତ ନ ହେବା ବା ଅପରିପକ୍ୱ ଶିଶୁ ଜନ୍ମ ହେବାର ଆଶଙ୍କା ରହିଛି । 

୧୮୬୮ରେ ଆମେରିକା ସଂସଦରେ ୧୪ତମ ସଂଶୋଧନକୁ ମଞ୍ଜୁରି ମିଳିଥିଲା । ଏଥିରେ ଦର୍ଶାଯାଇଥିଲା ଯେ ଦେଶରେ ଜନ୍ମ ହୋଇଥିବା ସମସ୍ତ ଶିଶୁ ଆମେରିକାର ନାଗରିକ । ଏହି ସଂଶୋଧନର ଉଦ୍ଦେଶ୍ୟ ଥିଲା ଗୋଲାମୀର ଶିକାର ଅଶ୍ୱେତ ଲୋକଙ୍କୁ ଆମେରିକାର ନାଗରିକତ୍ୱ ପ୍ରଦାନ କରିବା । ଏଥିରେ ଶରଣାର୍ଥୀଙ୍କ ପିଲାଙ୍କୁ ମଧ୍ୟ ନାଗରିକତା ପ୍ରଦାନ ଲାଗି ବ୍ୟବସ୍ଥା ରହିଥିଲା । ଏହାର ଲାଭ ନେଇ ଅନେକ ଗରିବ ତଥା ଯୁଦ୍ଧଗ୍ରସ୍ତ ଦେଶର ଲୋକେ ଆମେରିକାକୁ ଆସୁଥିଲେ ଏବଂ ସେଠାରେ ସନ୍ତାନ ଜନ୍ମ ଦେଉଥିଲେ । ଏହା ଦ୍ୱାରା ସେମାନଙ୍କ ପିଲାଙ୍କୁ ଆମେରିକାର ନାଗରିକତା ମିଳିଯାଉଥିଲା ଏବଂ ପିତାମାତା ହୋଇଥିବାରୁ ସେମାନଙ୍କୁ ମଧ୍ୟ ଆମେରିକାରେ ରହିବା ସହଜ ହୋଇଯାଉଥିଲା । ଆମେରିକାରେ ଶରଣାର୍ଥୀ ସମସ୍ୟା ଜଟିଳ ହେଉଥିବା ଦର୍ଶାଇ ଟ୍ରମ୍ପ୍‌ ପ୍ରଶାସନ ଏହି ବ୍ୟବସ୍ଥାକୁ ବନ୍ଦ କରିବାକୁ ଘୋଷଣା କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.