ନୂଆପଡ଼ା,୩୧।୮: ଓଡ଼ିଶା ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲା କୁଲହାଡ଼ିଘାଟ ଜଙ୍ଗଲରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା । କମ୍ବିଂ ଅପରେସନ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି ଯବାନ ।

ବିଶେଷ ସୂତ୍ରରୁ ସୂଚନା ପାଇ ସିଆରପିଏଫ ୬୫-ବାଟାଲିୟନର ଯବାନମାନେ ନୂଆପଡ଼ା ସୀମାନ୍ତ କୁଲହାଡ଼ିଘାଟ ଓ ବିନ୍ଦ୍ରାନବାଗଡ଼ ଅଞ୍ଚଳରେ କୁମ୍ବିଂ ଆପରେସନ ଚଳାଇଥିଲେ । ଏହି ସମୟରେ ସୁରକ୍ଷା ବାହିନୀ ହାତରେ ଲାଗିଛି ବିପୁଳ ପରିମାଣରେ ମାଓ ସାମଗ୍ରୀ । ଏଥିରେ ସିଲେଇ ମେସିନ୍, ପିଟୁ ବ୍ୟାଗ୍ ଜୋତା, ଦରି ଔଷଧ ଏବଂ ଖାଦ୍ୟ ସାମଗ୍ରୀ ରହିଛି । ଏସବୁକୁ ମାଓବାଦୀମାନେ ମାଟି ତଳେ ପୋତି ଲୁଚାଇ ରଖିଥିଲେ । ସିଆରପିଏଫ ଯବାନ ଘଟଣାସ୍ଥଳରେ ମାଓ ସାମଗ୍ରୀକୁ ପୋଡ଼ି ନଷ୍ଟ କରିଛନ୍ତି । ଏହା ସହିତ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି ।