PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ଜୀବନକୁ ବାଜି ଲଗାଇଲେ ଯବାନ: ଜଳସ୍ରୋତକୁ ଡେଇଁ ବଞ୍ଚାଇଲେ ନାବାଳିକା ଜୀବନ, ଦେଖନ୍ତୁ ଏହି ଭାଇରାଲ୍ ଭିଡିଓ

ଶ୍ରୀନଗର,୧୫ା୭(ଏଜେନ୍ସି): ସିଆରପିଏଫ ଯବାନ ପୁଣି ନିଜ ଅଦମ୍ୟ ସାହସ ଏବଂ ମାନବିକତାର ପରିଚୟ ଦେଇଛନ୍ତି । ପ୍ରଖର ଜଳସ୍ରୋତରେ ଭାସିଯାଉଥିବା ଜଣେ ୧୪ ବର୍ଷୀୟା ନାବାଳିକାକୁ ବଞ୍ଚାଇବା ପାଇଁ ଦୁଇଜଣ ଯବାନ ଜୀବନକୁ ବାଜି ଲଗାଇ ଦେଇଛନ୍ତି । ଏହି ମହତ୍‌ କାର୍ଯ୍ୟରେ ସେମାନେ ସଫଳ ବି ହୋଇଛନ୍ତି । ଯବାନଙ୍କ ଏଭଳି କାର୍ଯ୍ୟ ପାଇଁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି ।

ଜମ୍ମୁ-କାଶ୍ମୀରର ବାରାମୂଳାସ୍ଥିତ ଏକ ନଦୀର ଜଳସ୍ରୋତରେ ନାବାଳିକା ବୁଡ଼ିଯାଉଥିବାର ଦୁଇଜଣ ସିଆରପିଏଫ ଯବାନ ଦେଖିଥିଲେ । ସାମାନ୍ୟତମ କାଳବିଳମ୍ବ ନ କରି ସେମାନେ ତା’ ଆଡ଼କୁ ଧାଇଁଥିଲେ । ପାଣିର ସୁଅ ପ୍ରଖର ଥିବା ସତ୍ତେ୍ୱ ସିଆରପିଏଫ କନଷ୍ଟେବଳ ଏମ୍‌ ଜି ନାଇଡୁ ଏବଂ ଏନ୍‌ ଉପେନ୍ଦ୍ର ଲମ୍ଫ ଦେଇ ପାଣିରେ ପଶିଥିଲେ । ନାବାଳିକାକୁ ପାଣିରୁ ଛାଣି ଆଣିଥିଲେ । ବାହାରେ ଥିବା ଅନ୍ୟ ଯବାନମାନେ ସେମାନଙ୍କୁ ସହଯୋଗ କରିଥିଲେ । ଏହାର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ନାଇଡୁ ଏବଂ ଉପେନ୍ଦ୍ରଙ୍କ ସମେତ ପୂରା ସିଆରପିଏଫକୁ ପ୍ରଶଂସା କରିଛନ୍ତି ।

ସିଆରପିଏଫ ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଏହି ୨୩ ସେକେଣ୍ଡର ଭିଡିଓ ଶେୟାର କରିଥିଲା । ୧୭୬ ବାଟାଲିୟନ୍‌ର କନଷ୍ଟେବଳ ଏମ୍‌ ଜି ନାଇଡୁ ଏବଂ କନଷ୍ଟେବଳ ଏନ୍‌ ଉପେନ୍ଦ୍ର ନଦୀରେ ବୁଡ଼ିଯାଉଥିବା ୧୪ ବର୍ଷର ନାବାଳିକାକୁ ବଞ୍ଚାଇଥିବା ଏଥିରେ ଲେଖାଯାଇଛି । ଏମାନଙ୍କୁ ପ୍ରଶଂସା କରି ସିଆରପିଏଫ ଲେଖିଛି, ‘‘ଏହି ବୀର ଯବାନମାନେ କିଛି ନ ଭାବିଚିନ୍ତି ପ୍ରଖର ପାଣି ସୁଅକୁ ଡେଇଁଥିଲେ । ଏଭଳି ଅଦମ୍ୟ ସାହସ ଏବଂ ଗୋଷ୍ଠୀଗତ ଭାବନା ଦ୍ୱାରା କାଶ୍ମୀରରେ ଏକ ଅମୂଲ୍ୟ ଜୀବନ ରହିଗଲା ।’’

ସମ୍ବନ୍ଧିତ ଖବର