ଭୁବନେଶ୍ବର,୫।୧ :  ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବି.ଭି.ଆର ସୁବ୍ରମନ୍ୟମଙ୍କ ସହିତ ଓଡିଶା ମୁଖ୍ୟ  ଶାସନ ସଚିବ ଅନୁ ଗର୍ଗ ଏବଂ ରାଜ୍ୟର  ବିଭିନ୍ନ ବିଭାଗର ସଚିବଙ୍କ ଉପସ୍ଥିତରେ ଏକ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି।  ବୈଠକରେ ନୀତି ଆୟୋଗର ଅନ୍ୟତମ ଅଧିକାରୀ ଏସ. କିଶୋର  ଉପସ୍ଥିତ ଥିଲେ।

ବିକଶିତ ଓଡିଶା ୨୦୩୬ ଏବଂ ବିକଶିତ ଭାରତ ଲକ୍ଷ୍ୟ ରଖି  ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା। ବୈଠକରେ ରାଜ୍ୟ ତଥା ଦେଶର ଦୀର୍ଘମିଆଦି  ଉନ୍ନୟନ ଦୃଷ୍ଟିକୋଣ, ଓଡିଶା ଭିଜନରେ ରହିଥିବା ଲକ୍ଷ୍ୟ ପୂରଣ ପାଇଁ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ରାଜ୍ୟ ତଥା ଦେଶର ଦୀର୍ଘମିଆଦି ଉନ୍ନୟନ ଦୃଷ୍ଟିକୋଣ ଓଡିଶା ଭିଜନରେ ରହିଥିବା ଲକ୍ଷ୍ୟ ପୂରଣ ପାଇଁ କାର୍ଯ୍ୟାନୁଷ୍ଠାନ ସମ୍ପର୍କତ ଆଲୋଚନା ହୋଇଥିଲା।

​​​​​​​

  ଭୁବନେଶ୍ବର-କଟକ-ପୁରୀ-ପାରାଦୀପ-କଟକ ଆର୍ଥିକ ଅଞ୍ଚଳର ବିକାଶ ସମ୍ପର୍କରେ ଆଲୋଚନା କରାଯାଇ ଏହି ଅଞ୍ଚଳକୁ ଏକ ସଂଯକୁକ୍ତ ଆର୍ଥିକ ଓ ଜନଜାତି ସମୁଦାୟ ସାମାଜିକ ଓ ଆର୍ଥିକ ସଶକ୍ତିକରଣ ପାଇଁ ଶାଳମଞ୍ଜି ଭଳି ବନଜାତ ଦ୍ରବ୍ୟର ମୂଳ୍ୟଯୁକ୍ତ ପ୍ରକ୍ରିୟାକରଣ ଉପରେ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ଉପରେ ଆ​‌​‌ଲୋଚନା ହୋଇଛି। ଶକ୍ତି କ୍ଷେତ୍ର​‌ରେ ​‌ ନୂତନ ଓ ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ମାଧ୍ୟମରେ ସ୍ବଚ୍ଛ ଓ ସୁସ୍ଥାୟୀ ଉର୍ଜା ବ୍ୟବହାର ପାଇଁ କାର୍ଯ୍ୟ ବ୍ୟବସ୍ଥାକୁ ଗ୍ରହଣ କରିବା  ଆଲୋଚନା ହୋଇଥିଲା। ପୂର୍ବରୁ ଏ ସମ୍ପର୍କରେ ନୀତି ଆୟୋଗ ଏବଂ ଆଇଏସଇଜି ଫାଉଣ୍ଡେସନ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ  ହୋଇ ତଦନୁସାରେ କାର୍ଯ୍ୟ ଜାରି ରହିଛି।  ସେ ସମ୍ପର୍କରେ ଫାଉଣ୍ଡେସନ ପକ୍ଷରୁ ପର୍ଯ୍ୟବେକ୍ଷଣ  ଓ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା।

ନୀତି ଆୟୋଗ ସିଇଓ କହିଛନ୍ତି ଯେ, ଆଦିବାସୀଙ୍କ ବିକାଶ ପାଇଁ ସ୍ଵତନ୍ତ୍ର ପ୍ଲାନ ପ୍ରସ୍ତୁତ ହୋଇଛି। ଏଥିପାଇଁ "ସତ୍ୱା" କୁ ଦାୟିତ୍ବ ଦିଆଯାଇଛି। ସ୍କିଲିଂ ଓ ନିଯୁକ୍ତି ଉପରେ ବି ଗୁରୁତ୍ଵ ଦିଆଯାଇଛି। ପୂର୍ବରୁ ନୀତି ଆୟୋଗଙ୍କ ଏକ ଟିମ୍ ବିଶ୍ଵ ଦକ୍ଷତା କେନ୍ଦ୍ର ଓ ଅନ୍ୟ କିଛି କଲେଜ ପରିଦର୍ଶନ କରିଥିଲେ। ନିଯୁକ୍ତି କିପରି ବଢିବ ସେନେଇ ଆଲୋଚନା ହୋଇଛି। ଅକ୍ଷୟ ଶକ୍ତି ଗ୍ରୀନ୍ ଏନର୍ଜି ବୃଦ୍ଧି ପାଇଁ ନେଇ ବି ଯୋଜନା ପ୍ରସ୍ତୁତ ହେବ। ଏଥିପାଇଁ ବି ଏକ କମିଟି ପ୍ରସ୍ତୁତ ହେବ।

ଏହି ଖବରଟିକୁ ପଢନ୍ତୁ- ବ୍ଲକ୍ କାର୍ଯ୍ୟାଳୟରେ ବିଡିଓଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣ: ଜିଲ୍ଳା OAS ସଂଘର ନିନ୍ଦା, ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ