ନୂଆଦିଲ୍ଲୀ,୧୧/୦୫; ଇଣ୍ଡିଆନ ପ୍ରିମିୟଲ ଲିଗ୍ର ମ୍ୟାଚ ନମ୍ବର ୫୩ । ଚେନ୍ନାଇ ସୁପର କିଙ୍ଗସ୍ ବନାମ ଲକ୍ଷ୍ନୌ ସୁପର ଜାଏଣ୍ଟସ । ଚେନ୍ନାଇ ଘରୋଇ ଗ୍ରାଉଣ୍ଡ୍ ଚେପକ ଷ୍ଟାଡିୟମ । ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇକୁ ୨୦୪ରନର ବିଜୟ ଲକ୍ଷ୍ୟ ଦେଇଥିଲା । ଟାର୍ଗେଟ ନେଇ ବ୍ୟାଟିଂ ଆରମ୍ଭ କରେ ଚେନ୍ନାଇ । ଓପନିଂ ଯୋଡ଼ି ସଞ୍ଜୁ ସାମସମ ଏବଂ ଋତୁରାଜ ଗାଏକ୍ୱାର୍ଡ । ଭଲ ଆରମ୍ଭ କରିଥିଲେ ଦୁଇ ଓପନର । ସଞ୍ଜୁ ୨୮ ରନ୍ କରି ଆଉଟ୍ ହୁଅନ୍ତି । ତୃତୀୟ ନମ୍ବରରେ ଆସନ୍ତି ଉର୍ବିଲ ପଟେଲ । ଏଇଠି ଆରମ୍ଭ ହୁଏ ଝଡ଼ । କେହି ବିଶ୍ୱାସ କରିପାରନ୍ତି । ଖାଲି ଛକା ବର୍ଷା କରନ୍ତି ଉର୍ବିଲ । ଚିପକ ଷ୍ଟାଡିମୟ କମ୍ପିଉଠେ । ସମସ୍ତେ ଆଁ କରି ରହିଯାଆନ୍ତି । କମେଣ୍ଟ୍ରୀ ବକ୍ସରେ ହରଭଜନ ସିଂହ ମୁଣ୍ଡରେ ହାତ ଦିଅନ୍ତି । ଅଶ୍ୱିନ ଆଶ୍ଚର୍ଯ୍ୟ ହୁଅନ୍ତି । ବଲ୍କୁ ଖାଲି ଉଡ଼ାଇଲେ ଉର୍ବିଲ ପଟେଲ । ପ୍ରଥମ ୮ଟି ବଲରେ ୧, ୬,୬,୬,୬,୬,୪,୬ ରନ୍ କରନ୍ତି । ଲକ୍ଷ୍ନୌ ବୋଲରଙ୍କୁ ପିଟିଲେ ଉର୍ବିଲ । ଏହି ଧୁଆଁଧାର ଇନିଂସ ସହିତ ୧୩ ବଲରେ ୫୦ କରି ଦ୍ରୁତତମ ଅର୍ଦ୍ଧଶତକହାସଲକାରୀ ହୋଇଛନ୍ତି ଉର୍ବିଲ । ଏହି ସଫଳତା ସେ ତାଙ୍କ ବାପାଙ୍କୁ ଉତ୍ସର୍ଗ କରି ପଡିଆରେ ସ୍ପେସାଲ ସେଲିବ୍ରେସନ କରିଥିଲେ ।
ଉର୍ବିଲଙ୍କ ରେକର୍ଡ- ଘରୋଇ ଚେନ୍ନାଇ ସାମ୍ନାରେ ୨୦୪ ରନର ଟାର୍ଗେଟ ରହିଥିଲେ ବି ଦଳ ସହଜ ବିଜୟ ହାସଲ କରିଥିଲା । ସଞ୍ଜୁ ସାମସନ ୨୮ ରନ କରି ଫେରିଥିଲେ । ଉର୍ବିଲ ପଟେଲ ଖେଳିଥିଲେ ଦ୍ରୁତ ଇନିଂସ । ଷ୍ଟାଡିୟମରେ ଛକା ବର୍ଷା କରିଥିଲେ । ସେ ମାତ୍ର ୧୩ ବଲରୁ (୧ ଚୌକା ଓ ୭ ଛକା) ଅର୍ଦ୍ଧଶତକ ପୂରଣ କରିଥିଲେ । ଏଥିସହ ଆଇପିଏଲରେ ଦ୍ରୁତ ଅର୍ଦ୍ଧଶତକ ହାସଲରେ ଯଶସ୍ୱୀ ଜୈସ୍ୱାଲଙ୍କ ରେକର୍ଡର ସମକକ୍ଷ ହୋଇଥିଲେ । ଅଧିକ ସମୟ ତିଷ୍ଠି ନଥିଲେ ବି ମାତ୍ର ୨୩ ବଲରୁ ୬୫ ରନ୍ ( ୨ ଚୌକା ଓ ୮ ଛକା) କରି ଫେରିଥିଲେ ଉର୍ବିଲ ।
A record knock 🤯
— IndianPremierLeague (@IPL) May 10, 2026
A memorable celebration with a 𝗵𝗲𝗮𝗿𝘁𝗳𝗲𝗹𝘁 𝗺𝗲𝘀𝘀𝗮𝗴𝗲 🥹🫶
Urvil Patel, thank you for the entertainment today 💛
Updates ▶️ https://t.co/MoXhlWHk4O#TATAIPL | #KhelBindaas | #CSKvLSG | @ChennaiIPL pic.twitter.com/GjR5D2sYid
'ଦିସ୍ ଇଜ୍ ଫର୍ ୟୁ ପାପା'- ଦ୍ରୁତ ଅର୍ଦ୍ଧଶତକ ହାସଲ ପରେ ପଡ଼ିଆରେ ସ୍ପେସାଲ ସେଲିବ୍ରେସନ୍ କରିଥିଲେ ଉର୍ବିଲ ପଟେଲ । ୫୦ ରନ୍ କରିବା ପରେ ହାତ ଯୋଡ଼ି ପ୍ରଣାମ କରିଥିଲେ ଏବଂ ପକେଟ୍ରୁ ଏକ ଚିଟ୍ ବାହାର କରିଥିଲେ । ସେଥିରେ ଲେଖାଥିଲା 'ଦିସ୍ ଇଜ୍ ଫର୍ ୟୁ ପାପା' ଅର୍ଥାତ ଏହା ତୁମ ପାଇଁ ବାପା । ଗୁଜୁରାଟର ପାଲନପୁରର ଉର୍ବିଲଙ୍କ ବାପା କ୍ରିକେଟର ହେବାରୁ ଚାହୁଁଥିଲେ କିନ୍ତୁ ହୋଇପାରିନଥିଲେ । ବାପାଙ୍କ ସ୍ବପ୍ନ ଏବେ ପୁଅ ଉର୍ବିଲ ପୂରଣ କରିଛନ୍ତି । ମାତ୍ର ୧୩ ବଲ୍ରେ ଅର୍ଦ୍ଧଶତକ ହାସଲ କରିଥିଲେ। ଏହା IPL ଇତିହାସର ସବୁଠାରୁ ଦ୍ରୁତତମ ଅର୍ଦ୍ଧଶତକ, ଯଶସ୍ୱୀ ଜୟସ୍ୱାଲଙ୍କ ସମକକ୍ଷ । ଜୟସ୍ୱାଲ ୨୦୨୩ ମସିହାରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ମାତ୍ର ୧୩ ବଲ୍ରେ ଏହି ରେକର୍ଡ କରିଥିଲେ ।
ଏହା ବି ପଢନ୍ତୁ...ଲକ୍ଷ୍ନୌକୁ ୫ ଓ୍ବିକେଟରେ ହରାଇଲା CSK