ନୂଆଦିଲ୍ଲୀ,୦୪/୦୪; ଆଇପିଏଲ୍‌ରେ ପଞ୍ଜାବ କିଙ୍ଗ୍‌ସ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ଶୁକ୍ରବାର ଚିପକ ଷ୍ଟାଡ଼ିୟମ୍‌ରେ ଅନୁଷ୍ଠିତ ସପ୍ତମ ଲିଗ୍‌ ମୁକାବିଲାରେ ଦଳ ୫ ୱିକେଟ୍‌ରେ ଘରୋଇ ଚେନ୍ନାଇକୁ ପରାସ୍ତ କରିଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୫ ୱିକେଟ୍‌ ହରାଇ ୨୦୯ ରନ ସଂଗ୍ରହ କରିଥିଲା । ଜବାବରେ ପଞ୍ଜାବ ୧୮.୪ ଓଭରରେ ୫ ୱିକେଟ୍‌ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ପ୍ରାରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରି ବିଜୟ ପାଇଁ ପଥ ପ୍ରସ୍ତୁତ କରିଥିବା ପ୍ରିୟାଂଶ ଆର୍ଯ୍ୟ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ । ଚିପକରେ ଚେନ୍ନାଇ ଘରେ ବିସ୍ଫୋରକ ବ୍ୟାଟିଂ କରି ଐତିହାସିକ ରେକର୍ଡ କରିଛନ୍ତି ପଞ୍ଜାବ ବ୍ୟାଟର ପ୍ରିୟାଂଶ । ଅଷ୍ଟ୍ରେଲିଆକୁ ପଛରେ ପକାଇଛି ପଞ୍ଜାବ । ଶେୟାସ ଆୟରଙ୍କ ଟିମ୍ ପଞ୍ଜାବ ଦ୍ରୁତ ଅର୍ଦ୍ଧଶତକ କରିଥିବା ଟିମ୍ ଭାବେ ରେକର୍ଡ କରିଛି । ଚେନ୍ନାଇ ସୁପର କିଙ୍ଗସ ଘରେ ଦେଖିବାକୁ ମିଳିଛି ପ୍ରିୟାଂଶ ଝଡ ।

ଚେନ୍ନାଇ ବିପକ୍ଷରେ ଜବରଦସ୍ତ ବିଜୟ ସହ ଟି-ଟ୍ୱେଣ୍ଟିରେ ସର୍ବାଧିକ ୨୦୦ରୁ ଅଧିକ ରନ ପିଛା କରିବାର ରେକର୍ଡ ସ୍ଥାପନ କରିଛି ପଞ୍ଜାବ କିଙ୍ଗସ । ଚେନ୍ନାଇ ବିପକ୍ଷରେ ଚେପକରେ ଇତିହାସ ରଚିଛି ପଞ୍ଜାବ । ୨୦୦ରୁ ଅଧିକ ରନର ଟାର୍ଗେଟକୁ ପିଛା କରି ୫ ୱିକେଟରେ ବିଜୟୀ ହୋଇ ବଡ଼ ରେକର୍ଡ କରିଛି । ପ୍ରିୟାଂଶ ଆର୍ଯ୍ୟ ୧୧ ବଲରେ ୩୯ ରନର ବିସ୍ଫୋରକ ଇନିଂସ ଖେଳି ମ୍ୟାଚର ମୋଡ ବଦଳାଇ ଦେଇଥିଲେ । ଏହା ଆଇପିଏଲ ଇତିହାସରେ ଦ୍ୱିତୀୟ ଥର ଜଣେ ଖେଳାଳି କିମ୍ବା କ୍ଷେତ୍ରରକ୍ଷକ ୧୧ କିମ୍ବା ତାଠାରୁ କମ୍ ବଲର ସାମ୍ନା କରି ପ୍ଲେୟାର ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ୨୦୨୩ରେ ଗ୍ଲେନ୍ ଫିଲିପ୍ସ ଏହି ରେକର୍ଡ ସ୍ଥାପନ କରିଥିଲେ । ଏହା ସହିତ ପଞ୍ଜାବ କିଙ୍ଗସ ଟି-ଟ୍ୱେଣ୍ଟିରେ ୨୦୦ ପ୍ଲସ ରନର ସର୍ବାଧିକ ସଫଳ ପିଛା (୯ଥର) କରିଥିବା ଦଳ ହୋଇଛି । ଯାହା ଅଷ୍ଟ୍ରେଲିଆକୁ (୭ ଥର) ପଛରେ ପକାଇଛି । 

ସିଏସକେ ବିପକ୍ଷରେ ପଞ୍ଜାବ କିଙ୍ଗସ୍ ରେକର୍ଡ- ଏହି ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସ ମାତ୍ର ୩.୨ ଓଭରରେ ୫୦ ରନ୍ ସଂଗ୍ରହ କରିଥିଲା । ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ୨୦ ବଲ୍‌ରେ ୫୦ ରନ୍ କରିବା ସହିତ, ପଞ୍ଜାବ କିଙ୍ଗ୍ସ  ଆଇପିଏଲରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିବା ଦଳ ହୋଇଛି । ଏହା ବ୍ୟତୀତ, ସିଏସକେର ହୋମ୍ ଗ୍ରାଉଣ୍ଡ, ଚିପକ ଷ୍ଟାଡିୟମରେ ଏହା ଦ୍ରୁତତମ ଦଳ ଅର୍ଦ୍ଧଶତକ ପାଇଁ ମିଳିତ ରେକର୍ଡ କରିଛି  । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦୧୧ ମସିହାରେ ଦ୍ୱିତୀୟ କ୍ୱାଲିଫାୟରରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସମାନ ସଂଖ୍ୟକ ବଲ୍‌ରେ ୫୦ ରନ୍ କରିଥିଲା ।

​​​​​​​ଏହା ବି ପଢନ୍ତୁ...ଖେଲୋ ଇଣ୍ଡିଆ ଜନଜାତି କ୍ରୀଡ଼ା; ୫୭ ପଦକ ସହ ଓଡ଼ିଶା ରନର୍ସଅପ, ଜାଣନ୍ତୁ କିଏ ଚାମ୍ପିଅନ ?   

ପଞ୍ଜାବ ଅଧିନାୟକ ଶ୍ରେୟସ ଆୟର ଅଧିନାୟକତ୍ୱ ପାଳି ଖେଳିଥିଲେ । ସେ ୪ ଚୌକା, ୩ ଛକା ସହ ୫୦ ରନ କରିଥିଲେ । ସିଏସକେ ବିପକ୍ଷରେ ପୂର୍ବଥର ପଞ୍ଜାବ ୨୦୨୫ରେ ୨୬୨ ରନର ପିଛା କରିଥିଲା । ୨୦୨୩ରୁ ୨୦୨୬ ପର୍ଯ୍ୟନ୍ତ ସିଏସକେ ବିପକ୍ଷରେ ସେମାନଙ୍କର ଚତୁର୍ଥ ବିଜୟ । ସେପଟେ ଏହି ପରାଜୟ ଚେନ୍ନାଇ ପାଇଁ ଅନେକ ଦୃଷ୍ଟିରୁ ଚିନ୍ତାଜନକ । ଦଳ ୨୦୦ ପ୍ଲସ ସ୍କୋର କରିଥିଲା ତଥାପି ହାରିଗଲା ।