କଟକ ୧୧/୧୧: ଆମେ କଟକି, ସବୁଠାରୁ ହଟ୍‌କି । ଆମ ବାଲିଯାତ୍ରା ସବୁଠାରୁ ନିଆରା ।  ଏ କଟକ ନଗର, ଏ ଧବଳ ଟଗର । ଭାଇଚାରା ପାଇଁ ପ୍ରସିଦ୍ଧି ତାର ।  ଏପଟେ କାଠଯୋଡ଼ି, ସେପଟେ ମହାନଦୀ.. ଏଭଳି ଏକ ନିଆରା  ଗୀତ ପ୍ରସ୍ତୁତ କରାଯାଇଛି । ଖାସ୍‌ ବାଲିଯାତ୍ରା ଲାଗି ଏ ଗୀତର ସୃଷ୍ଟି  କରାଯାଇଥିବା ବେଳେ ମଞ୍ଚରେ ଏହା ବାଜିବ । ଜିଲ୍ଲା ସଂସ୍କୃତି ଅଧିକାରୀ  ନଳିନୀକାନ୍ତ ସାହୁ ଏହି ଗୀତଟିକୁ ରଚନା କରିଛନ୍ତି । 

କଣ୍ଠଦାନ କରିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ଦୁଇ ପ୍ରତିଭାବାନ୍‌ କଣ୍ଠଶିଳ୍ପୀ ସତ୍ୟଜିତ  ପ୍ରଧାନ ଓ ଅନ୍ତରା ଚକ୍ରବର୍ତ୍ତୀ । ଗୀତରେ କଟକ ବାଲିଯାତ୍ରା, ଭାଇଚାରା,  ମହାନଦୀ, କାଠଯୋଡ଼ି ଠାରୁ ଆରମ୍ଭ କରି କଟକ ଦହିବରା, ରୁପା  ତାରକସି, ପ୍ରସିଦ୍ଧ ଦଶହରାକୁ ଏଥିରେ ସାମିଲ୍‌ କରାଯାଇଛି ।  

ସେହିପରି କଟକ ଚଣ୍ଡୀମନ୍ଦିର, କଦମରସୁଲ, ସିଂହନାଥ ପୀଠ,  ଲଳିତଗିରିର ପ୍ରସିଦ୍ଧ କୀର୍ତ୍ତିରାଜିକୁ ଅନ୍ତର୍ଭୁକ୍ତ କରାଯାଇଥିବା ଶୁଣିବାକୁ  ମିଳିଛି । ନେତାଜୀ ସୁଭାଷଚନ୍ଦ୍ର ବୋଷ, ମଧୁସୂଦନ ଦାସ, ବିଜୁ  ପଟ୍ଟନାୟକ, ରମାଦେବୀ, ରାଧାନାଥ ରଥଙ୍କ ସମେତ ବହୁ ପ୍ରତିଷ୍ଠିତ  ଓ ବୀର ସଂଗ୍ରାମୀଙ୍କ ନାଁକୁ ଗୀତର ସଂଯୋଜନାରେ ରଖାଯାଇଛି