ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

କଣ୍ଟ୍ରୋଲ ଡିଲରଙ୍କୁ ମିଳିନି ୨୧ମାସର ବକେୟା, ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କଲା ମହାସଙ୍ଘ

Published By : Rasmita Pradhan | December 2, 2024 2:06 PM

କଟକ, ୦୨/୧୨ : ବକେୟା ପାଇଁ ଧାରଣା । କଟକ ଜିଲ୍ଲାରେ ୨୧ ମାସର ବକେୟା ପାଉଣା ପାଇନାହାଁନ୍ତି କଣ୍ଟ୍ରୋଲ ଡିଲର। ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କଲେ ଡିଲର ମହାସଂଘର କର୍ମକର୍ତ୍ତା। ବକେୟା ପ୍ରାପ୍ୟ ତୁରନ୍ତ ଦେବା ଲାଗି ସରକାରଙ୍କୁ ଦାବିପତ୍ର ଦେଲା ଡିଲର ମହାସଙ୍ଘ।

ସୂଚନାନୁଯାୟୀ, କଟକ ଜିଲ୍ଲାର କଣ୍ଟ୍ରୋଲ ଡିଲରମାନେ ୨୧ ମାସର ବକେୟା ପାଉଣା ପାଇନାହାଁନ୍ତି। ସରକାର ଲାଗୁ କରିଥିବା ନୂଆ ନିୟମ କାରଣରୁ ସେମାନେ କ୍ଷତି ସହୁଛନ୍ତି। ତେଣୁ ନୂଆ ନିୟମ ପରିବର୍ତ୍ତନ କରିବା ସହ ସେମାନଙ୍କ ବକେୟା ଦରମା ଦାବିରେ ସୋମବାର ଡିଲର ମହାସଙ୍ଘର କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହା ସହ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ ଦାବି ପୂରଣ ନହେଲେ ସେମାନେ ଖାଉଟିମାନଙ୍କୁ କଣ୍ଟ୍ରୋଲ ସାମଗ୍ରୀ ଯୋଗାଇବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଏଭଳି ପରିସ୍ଥିତି ପାଇଁ ସରକାର ଦାୟୀ ରହିବେ ବୋଲି କଣ୍ଟ୍ରୋଲ ଡିଲର ମହାସଙ୍ଘର ସଭାପତି ସୟଦ ଏକ୍ରାମ ହୁସେନ କହିଛନ୍ତି। 

ପ୍ରକାଶ ଥାଉକି, ସାଧାରଣ ଖାଉଟି ବଣ୍ଟନ ବ୍ୟବସ୍ଥା କ୍ରମଶଃ ଜଟିଳ ହେବାରେ ଲାଗିଛି। ପ୍ରଥମେ ପ୍ରତ୍ୟେକ ଡିଲର ପଏଣ୍ଟରେ ପିଓଏସ୍‌(ପଏଣ୍ଟ ଅଫ୍‌  ସେଲ୍‌) ମେସିନ୍‌ ଲଗାଗଲା । ଏବେ ଅତ୍ୟାଧୁନିକ ଓଜନ ମେସିନ୍‌କୁ ପିଓଏସ୍‌ ମେସିନ୍‌ ସହ ସଂଯୋଗ କରାଯାଇଛି । ଏହାକୁ ନେଇ ଉଭୟ ଡିଲର ଏବଂ  ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ବେଳେ ଏବେ ରାଜ୍ୟ ଖାଦ୍ୟ ଏବଂ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ପ୍ରତ୍ୟେକ ଡିଲର ପଏଣ୍ଟରେ ସିସି କ୍ୟାମେରା ଲଗାଯିବା ପାଇଁ ଯୋଜନା ଆରମ୍ଭ ହୋଇଛି । ଏହି କ୍ୟାମେରା ଜରିଆରେ ଡିଲର୍‌ ପଏଣ୍ଟକୁ ଆସୁଥିବା ଜାଲ୍‌ ହିତାଧିକାରୀଙ୍କୁ ଧରିବା ପାଇଁ ଯୋଜନା ହେଉଥିବା କୁହାଯାଉଛି ।  

ସେପଟେ ଖାଉଟି ବଣ୍ଟନ ବ୍ୟବସ୍ଥାରେ ଦୀର୍ଘବର୍ଷ ଧରି ପିଓଏସ୍‌ ମେସିନ୍‌ଜନିତ ସମସ୍ୟା ଲାଗିରହିଛି। ପିଓଏସ୍‌ ମେସିନ୍‌ ଇଣ୍ଟରନେଟ୍‌ ସହାୟତାରେ ଚାଲିଥାଏ । ରାଜ୍ୟର ଅନେକ ଗ୍ରାମାଞ୍ଚଳରେ ଇଣ୍ଟରନେଟ୍‌ ସୁବିଧା ସହଜରେ ଉପଲବ୍‌ଧ ହେଉନାହିଁ। ସେହିସବୁ ସ୍ଥାନରେ ଯଦି ଘଣ୍ଟେ ଇଣ୍ଟରନେଟ୍‌ ରହୁଛି ୪ଘଣ୍ଟା କଟିଯାଏ । ଫଳରେ ଉଭୟ ଖାଉଟି ଏବଂ ଡିଲର ହଇରାଣ ହେଉଛନ୍ତି।  ସବୁଠାରୁ ବଡ଼କଥା, ଓଡ଼ିଶାରେ ଯେଉଁସବୁ ପିଓଏସ୍‌ ମେସିନ୍‌ ଦିଆଯାଇଛି ତାହା ୨-ଜି । କିନ୍ତୁ ଏବେ ଚାରିଆଡ଼େ ୫-ଜି ଚାଲୁଛି । ଫଳରେ ପିଓଏସ୍‌ ମେସିନ୍‌ ଠିକ୍‌ ଭାବେ କାମ କରୁନି। ଏଭଳି ସ୍ଥିତିରେ ଉଭୟ ଡିଲର ଏବଂ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ବେଳେ ଏବେ ପ୍ରତ୍ୟେକ ଡିଲର ପଏଣ୍ଟରେ  ସିସିଟିଭି କ୍ୟାମେରା ଲଗାଇବା ଯୋଜନା ଆହୁରି ଅସନ୍ତୋଷକୁ ତେଜିବା ଆରମ୍ଭ କରିଛି। 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.