ପ୍ରମୁଖ ଖବର
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ବଦଳିବେ କଟକ ସାଂସଦ ପ୍ରାର୍ଥୀ !

କଟକ,୨୭ା୩(ବ୍ୟୁରୋ): ପାଞ୍ଚ ଥରିଆ କଟକ ସାଂସଦ ବିଜେଡି ହେଭିୱେଟ୍‌ ଭର୍ତ୍ତୃହରି ମହତାବଙ୍କ ଟିକେଟ ଏଥର କଟିପାରେ । ଏଭଳି ଇସାରା ଦେଇଛନ୍ତି ବିଜେଡି ମୁଖିଆ ନବୀନ ପଟ୍ଟନାୟକ । ୯ ଲୋକସଭା ଆସନ ପାଇଁ ଦଳ ଆଜି ପ୍ରାର୍ଥୀ ଘୋଷଣା କରିଛି । ହେଲେ କଟକ ନାଁ ନାହିଁ, ବିଜେଡିର ଲୋକସଭା ସଂସଦୀୟ ଦଳ ନେତା ଭର୍ତ୍ତୃହରିଙ୍କ ନାମ ବି ନାହିଁ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନର ୬ଟି ଯାକ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହେଲା । କିନ୍ତୁ ତୃତୀୟ ପର୍ଯ୍ୟାୟର କଟକ ଝୁଲିଲା । ଗୁରୁବାର ଠାରୁ ଆରମ୍ଭ ହେଉଛି ତୃତୀୟ ପର୍ଯ୍ୟାୟ ନାମାଙ୍କନ । ଏଥିରୁ ସ୍ପଷ୍ଟ ହେଉଛି ଯେ ଭର୍ତ୍ତୃହରିଙ୍କୁ ପୁଣି ଥରେ ପ୍ରାର୍ଥୀ କରିବାକୁ ନବୀନ ସମ୍ଭବତଃ ଚାହୁଁ ନାହାନ୍ତି । ଅଥବା ନିଶ୍ଚିତ ହୋଇ ପାରୁ ନାହାନ୍ତି କାହାକୁ ଟିକେଟ ଦେବେ ।

ଶୁଣାଯାଉଛି, ଭର୍ତ୍ତୃହରିଙ୍କ ସ୍ଥାନରେ କଟକ ସଦର ବିଧାୟକଙ୍କୁ କିମ୍ବା ଜଣେ ନୂଆ ଚେହେରାଙ୍କୁ ଲୋକସଭା ଟିକେଟ ଦିଆଯିବ । ଆଉ ଭର୍ତ୍ତୁହରିଙ୍କୁ ବିଧାୟକ ଟିକେଟ ଦେଇ ସନ୍ତୁଷ୍ଟ କରାଯିବ । ଜଣେ ରାଜ୍ୟସଭା ସାଂସଦଙ୍କୁ ବି କଟକରୁ ଲଢ଼ିବାକୁ କୁହାଯାଇପାରେ । ୧୯୯୮ରୁ ବିଜେଡି ଟିକେଟ୍‌ରେ ଲଗାତାର କଟକର ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି ଭର୍ତ୍ତୃହରି । ଭୋଟ ହାର ଓ ବିଜୟ ବ୍ୟବଧାନ ମଧ୍ୟ କମୁନାହିଁ । ମାତ୍ର ଏଥର ଷଷ୍ଠ ଥର ପାଇଁ ଶ୍ରୀ ମହତାବଙ୍କୁ ଟିକେଟ୍‌ ମିଳିବ କି ନା ସେ ନେଇ କୌଣସି ସ୍ପଷ୍ଟ ଚିତ୍ର ମିଳୁନାହିଁ । କଟକବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ଭର୍ତ୍ତୃହରିଙ୍କ ସ୍ଥାନରେ ଟିକେଟ୍‌ ମିଳିବା ନେଇ ଚାଲିଥିବା ଆଲୋଚନା ଏବେ ବି ପ୍ରାସଙ୍ଗିକ ହୋଇ ରହିଛି । ସଂଯୋଗବଶତଃ, କଟକ-ବାରବଟୀ ବିଧାନସଭା ପାଇଁ ବିଜେଡି ଏଯାବତ୍‌ ପ୍ରାର୍ଥୀ ଘୋଷଣା କରିନାହିଁ । ଏହାଛଡ଼ା ଯଦି ଭର୍ତ୍ତୃହରିଙ୍କୁ ଦଳୀୟ ଟିକେଟ୍‌ ନ ମିଳେ ତେବେ ତାଙ୍କର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ତା’ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି ।

ସଂଗଠନ ଦମ୍‌ରେ ବାଜି ମାରିନେଇଛନ୍ତି ଦୁଇ ପ୍ରଭାତ । ଚିଟ୍‌ଫଣ୍ଡ୍‌ ସଂପୃକ୍ତି ଅଭିଯୋଗରେ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ ଓ ବାଙ୍କୀ ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କୁ ଟିକେଟ୍‌ ମିଳିନାହିଁ ସତ, ହେଲେ ଉଭୟ ଆଶ୍ୱସ୍ତ ହୋଇଛନ୍ତି । କାରଣ ଏହି ଦୁଇ ଆସନ ସେମାନଙ୍କ କବ୍‌ଜାରୁ ଖସୁନାହିଁ ।

ରାଜନୈତିକ ଉତ୍ତରାଧିକାରୀ ଭାବେ ଉଭୟଙ୍କ ପୁଅଙ୍କୁ ଏଥର ଟିକେଟ୍‌ ମିଳିଛି । ଏକଦମ ନୂଆ ମୁହଁ ଭାବେ ପ୍ରଭାତ ବିଶ୍ୱାଳଙ୍କ ପୁଅ ସୌଭିକ୍‌ ବିଶ୍ୱାଳ ଓ ପ୍ରଭାତ ତ୍ରିପାଠୀଙ୍କ ପୁଅ ଦେବୀରଂଜନ ତ୍ରିପାଠୀଙ୍କୁ ଏଥର ପ୍ରାର୍ଥୀ କରିଛି ବିଜେଡି । ଅନ୍ୟପକ୍ଷରେ ୭ ଥରର ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ୫ ଥରର ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ ଦଳ ରିପିଟ୍‌ କରିଥିବା ବେଳେ ମାହାଙ୍ଗାରେ ତୃତୀୟ ଥର ପାଇଁ ପ୍ରାର୍ଥୀ ହୋଇଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ସେହିପରି ଦୀର୍ଘ ବର୍ଷ ହେଲା ସାଲେପୁର ବିଜେଡି ସଂଗଠନ ସମ୍ଭାଳୁଥିବା ପ୍ରଶାନ୍ତ ବେହେରାଙ୍କୁ ଦ୍ୱିତୀୟ ଥର ପାଇଁ ବିଧାୟକ ଟିକେଟ ଦିଆଯାଇଛି ।

ଗତଥର ନିର୍ବାଚନରେ ପ୍ରଶାନ୍ତ କଂଗ୍ରେସ ହାତରୁ ପରାସ୍ତ ହୋଇଥିଲେ ମଧ୍ୟ ଦଳ ତାଙ୍କ ଉପରେ ପୁଣି ଏଥର ଆସ୍ଥା ରଖିଛି । ବହୁଚର୍ଚ୍ଚିତ କଟକ-ବାରବାଟୀ ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା ହୋଇନଥିବାବେଳେ କଟକ-ସଦର ଓ ନିଆଳିକୁ ନେଇ ସସ୍‌ପେନ୍ସ ଲାଗି ରହିଛି । ଏସବୁ ଆସନରେ ଦଳ ପ୍ରାର୍ଥୀ ପରିବର୍ତ୍ତନ କରିବାର ସମ୍ଭାବନାକୁ ନେଇ ଅଙ୍କକଷା ଚାଲିଛି । ଏଣେ ବାପାଙ୍କ ବଦଳରେ ପୁଅଙ୍କୁ ଟିକେଟ୍‌ ମିଳିବା ନେଇ ଉଭୟ ଚୌଦ୍ୱାର-କଟକ ଓ ବାଙ୍କୀରେ ରାଜନୈତିକ ସ୍ଥିତି ସରଗରମ ହୋଇଯାଇଛି । କଟକ-ଚୌଦ୍ୱାରରେ ଦଳୀୟ ପ୍ରାର୍ଥୀଙ୍କୁ ବିରୋଧ କରି ପୂର୍ବତନ ଡେପୁଟି ମେୟର୍‌ ଅଜୟ ବାରିକ ସ୍ୱାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଉଥିବାର ସୂଚନା ବି ମିଳିଛି ।

କଟକ ଲୋକସଭା କ୍ଷେତ୍ରର ଖଣ୍ଡପଡ଼ା ଓ କଟକ ସହରର ଦୁଇଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଖୋଜା ଚାଲିଛି । ନିଆଳିରେ ଗତଥର ଶେଷଯାଏ ବଧିାୟକ ଡା. ପ୍ରମୋଦ ମଲିକିଙ୍କ ପ୍ରାର୍ଥିତ୍ୱ ଘୋଷଣା ଲଟକି ରହିଥିଲା । ଏଥର ଡା. ମଲିକଙ୍କ ସ୍ଥାନରେ ନୂଆ ମୁହଁଙ୍କୁ ସୁଯୋଗ ମିଳିବା ନେଇ ଚର୍ଚ୍ଚା ହେଉଥିବାବେଳେ ଆଜି ଏହି ଆସନରେ ଟିକେଟ୍‌କୁ ଝୁଲାଇ ରଖାଯିବା ଉକ୍ତ ଚର୍ଚ୍ଚାକୁ ଶକ୍ତ କରିଛି । ବାରବାଟୀ-କଟକରେ ଦଳ ବିକଳ୍ପ ଚିନ୍ତା କରୁଥିବା ଓ ସଦର-କଟକରେ ଦଳ ଚନ୍ଦ୍ରସାରଥୀ ବେହେରାଙ୍କ ରିପିଟ୍ ପ୍ରାର୍ଥିତ୍ୱ ନେଇ ବିଚାର କରୁଥିବା ଅସମର୍ଥିତ ସୂତ୍ରରୁ ସୂଚନା ମିଳିଛି ।

Copyright © 2022 - Summa Real Media Private Limited. All Rights Reserved.