ଆଜି ସମ୍ବଲପୁର-କଟକ ଫାଇନାଲ୍ ଲଢ଼େଇ

ନୂଆପଡ଼ା,12।1(ଆପ୍ର): ୟୁଥ ମାସ କ୍ଲବ(ବାଇଏମସି) ଆନୁକୂଲ୍ୟରେ ଓସିଏ ଉପସଭାପତି ତଥା ବାଇଏମସି କନଭେନର ସରୋଜ ସାହୁଙ୍କ ତତ୍ତ୍ବାବଧାନରେ ଚାଲିଥିବା 27ତମ ସର୍ବଭାରତୀୟ ବାଇଏମସି କପ୍ କ୍ରିକେଟ ଟୁର୍ଣ୍ଣ।ମେଣ୍ଟରେ ଆଜି ଥିଲା ଦ୍ବିତୀୟ ସେମି ଫାଇନାଲ ମ୍ୟାଚ୍। ଏଥିରେ ସମ୍ବଲପୁର ଆଭା ଟାଇଗର ଓ ଝାରସୁଗୁଡା ପ୍ରୋଗ୍ରେସିଭ ଆସୋସିଏସନ ମୁହାଁମୁହିଁ ହୋଇଥିଲେ। ଝାରସୁଗୁଡ଼ା ଦଳକୁ ପରାଜିତ କରି ସମ୍ବଲପୁର ଦଳ ଫାଇନାଲରେ ପ୍ରବେଶ କରିଛି। ରବିବାର ସମ୍ବଲପୁର ଓ କଟକ ୟୁନିୟନ ସ୍ପୋର୍ଟିଂ କ୍ଲବ୍ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।
ମ୍ୟାଚ୍ ପ୍ରାରମ୍ଭରେ ବାଏମ୍ସି କନଭେନର ସରୋଜ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ କୋମନା ବ୍ଲକ ଅଧ୍ୟକ୍ଷ ମନୋଜ ମିଶ୍ର ମୁଖ୍ୟ ଅତିଥି, ଓସିଏ ଉପସଭାପତି ଦୁଲାଲ ଚନ୍ଦ୍ର ପ୍ରଧାନ, ସ୍ବତନ୍ତ୍ର ଶ୍ରେଣୀ ଠିକାଦାର ବୈଷମ୍ପାୟନ ସାହୁ, ସମାଜସେବୀ କାଲିଆ ପ୍ରଧାନ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ।
ଆଜିର ମ୍ୟାଚ୍ରେ ପ୍ରୋଗ୍ରେସିଭ ଆସୋସିଏସନ ପ୍ରଥମେ ଟସ୍ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧ।ରିତ 30 ଓଭର ମଧ୍ୟରୁ 29.1 ଓଭରରେ ସମସ୍ତ ବିକେଟ ହରାଇ 140 ରନ ସଂଗ୍ରହ କରିଥିଲା। 141 ରନର ବିଜୟ ଲକ୍ଷ ନେଇ ପଡ଼ିଆକୁ ଓହ୍ଲାଇଥିଲେ। 26.2 ଓଭରରେ 6 ବିକେଟ ହରାଇ ବିଜୟସୂଚକ ରନ ସଂଗ୍ରହ କରି ସମ୍ବଲପୁର ଦ୍ବିତୀୟ ଦଳ ଭାବେ ଫାଇନାଲକୁ ପ୍ରବେଶ କରିଥିଲା। ଆଭା ଟାଇଗର ଦଳର ପ୍ରଶାନ୍ତ ନନ୍ଦ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ।
ଜିଲ୍ଲା କ୍ରିକେଟ ସଂଘ ସଭାପତି ପ୍ରକାଶ ସାହୁଙ୍କ ଅଧ୍ୟକ୍ଷତାରେ ପୁରଷ୍କାର ବିତରଣୀ ଉତ୍ସବରେ ନ୍ୟାସନାଲ କଲେଜ ଅଧ୍ୟକ୍ଷ ଡ. ଅଶୋକ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଓସିଏ ପେନାଲ ଅମ୍ପାୟାର ସଞ୍ଜୟ ନାୟକ ଓ ଅମିୟ ସାହୁ ଖେଳ ପରିଚାଳନା କରିଥିଲେ। କାର୍ତ୍ତିକ ନିଆଲ, ଜୟକିଶନ ସୁନାନୀ, ସୀମାଞ୍ଚଳ ମହାପାତ୍ର, ଅମିତ ଧାରାବିବରଣୀ ପ୍ରଦାନ କରିଥିଲେ। ଶୈଳେଶ ଶତପଥୀ ସ୍କୋରର ଦାୟିତ୍ବ ତୁଲାଇଥିଲେ। କ୍ଲବ୍ର ସଭାପତି ଅମ୍ରେଶ ଦାସ, ସମ୍ପାଦକ ତପନ ବଗର୍ତ୍ତୀ, ସୁଧିର ମିଶ୍ର, ଜିତୁ ହୋତା, ରମେଶ ମାଝୀ, ଜାନୁ ମିଶ୍ର, ନଟରାଜ ବହିଦାର, ପ୍ରକାଶ ଠାକୁର, ବାବି ମହଲା, ରାଜକିରଣ ସିଂଦେଓ ପ୍ରମୁଖ ସହଯୋଗ କରିଥିଲେ। ଫାଇନାଲ ମ୍ୟାଚକୁ ଆକର୍ଷଣୀୟ କରିବା ପାଇଁ ଉଦ୍ଯାପନୀ ଉତ୍ସବରେ ସିନେ ତାରକା ଅଭିନେତ୍ରୀ ପ୍ରିୟଙ୍କା ରଥ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।