PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ଦେବେନ୍ଦ୍ର ଫଡନବିସ୍ ହେବେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ , ଟ୍ୱିଟ୍‌ କରି ସୂଚନା ଦେଲେ ଜେପି ନଡ୍ଡା
  • ||
  • ପୁଣି ଭୁବନେଶ୍ୱରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, କୋଭିଡ୍ ସଂକ୍ରମଣ ବଢ଼ିବାରୁ କଟକଣା ଜାରି । ମଲ୍ , ଦୋକାନ, ସରକାରୀ ଓ ଘରୋଇ ଅଫିସରେ କଟକଣା ପାଳନ ନିର୍ଦ୍ଦେଶ। ସର୍ବସାଧାରଣ ସ୍ଥାନରେ ୨ ମିଟର ସାମାଜିକ ଦୂରତା ନିର୍ଦ୍ଦେଶ
  • ||
  • ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ , ପ୍ରେସ୍‌ମିଟ୍‌ରେ ଦେବେନ୍ଦ୍ର ଫଡନବିସ୍‌ଙ୍କ ଘୋଷଣା
  • ||
  • ପୁରୀ : ଅଟକିଛି ପେଟା ନାଳର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ନାଳ ଭିତରେ ପଶି ପ୍ରତିବାଦ କଲେ ମହମ୍ମଦ ମୋକିମ୍
  • ||
  • ପୁରୀ : ରଥଯାତ୍ରା ପାଇଁ ସ୍ଵାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ବ୍ୟବସ୍ଥା, କୋଭିଡ୍ ପାଇଁ ପ୍ରସ୍ତୁତ ଅଛି ସ୍ଵତନ୍ତ୍ର ବେଡ୍
  • ||
  • ମୋରଡ଼ା : ମୋରଡ଼ାରେ ଥମୁନି ହାତୀ ଉପଦ୍ରବ, ଦନ୍ତା ଆକ୍ରମଣରେ ୨ ମୃତ
  • ||
  • ପୁରୀ : ରଥଖଳାକୁ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ଵାର ସମ୍ମୁଖକୁ ଆସିବେ ୩ ରଥ
  • ||
  • ପୁରୀ : ରଥଯାତ୍ରା ପାଇଁ ଟ୍ରାଫିକ୍ ଓ ପାର୍କିଂ ବ୍ୟବସ୍ଥା, ମାଳତିପାଟପୁର ବସଷ୍ଟାଣ୍ଡରେ ରହିବେ ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀବାହି ବସ୍
  • ||
  • ଭୁବନେଶ୍ଵର : ବିଏମସିର ଡ୍ରାଇ ଡେ ପାଳନ, ମଶା ବଂଶ ବୃଦ୍ଧିକୁ ନାଶ କରିବାକୁ ରାଜଧାନୀବାସୀଙ୍କୁ ଆହ୍ଵାନ କଲେ ବିଏମସି କମିଶନର
  • ||
  • ଭୁବନେଶ୍ଵର : କଂଗ୍ରେସକୁ ଝଟ୍‌କା, ଦଳର ସମ୍ପାଦକ ପଦରୁ ଇସ୍ତଫା ଦେଲେ ମହମ୍ମଦ ମୋକିମ୍
  • ||

ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗ ଏହି ଆପ୍ ଯୋଗେ ଦେଇପାରିବେ, ୧୦୦ ମିନିଟରେ ହେବ ସମାଧାନ

ନୂଆଦିଲ୍ଲୀ,୧୧।୩:  ଲୋକସଭା ନିର୍ବାଚନ ସମୟରେ ନାଗରିକଙ୍କୁ ସଶକ୍ତ କରିବା ପାଇଁ ନିର୍ବାଚନ କମିଶନ୍ ସାରା ଦେଶରେ cVIGIL ଆପ୍ଲିକେସନ୍ ଆରମ୍ଭ କରିଛନ୍ତି। ଏହି ଆପ୍ ଜରିଆରେ ଭୋଟର ନିର୍ବାଚନ ଆଚରଣ ବିଧି ଉଲଂଘନ ହେବାର  ସୂଚନା ଫଟୋ ଓ ଭିଡିଓ ମାଧ୍ୟମରେ ନିର୍ବାଚନ ଅଧିକାରୀଙ୍କ ନିକଟକୁ ପଠାଇ ପାରିବେ। କୁହାଯାଉଛି ଯେ, ଅଭିଯୋଗ ଠିକ୍ ବୋଲି ଜଣାପଡିବା ପରେ ୧୦୦ ମିନିଟ୍ ଭିତରେ ଏହାର ସମାଧାନ କରିଦିଆଯିବ। ଏହା ପୂର୍ବରୁ ମଧ୍ୟ ଏଭଳି ଆପ୍ଲିକେସନ୍କୁ ପାଇଲଟ ପ୍ରୋଜେକ୍ଟ ଅନୁସାରେ ଛତିଶଗଡ, ମଧ୍ୟପ୍ରଦେଶ, ମିଜୋରାମ ଓ ରାଜସ୍ଥାନରେ ହୋଇଥିବା ବିଧାନସଭା ନିର୍ବାଚନ ପାଇଁ ବ୍ୟବହାର କରାଯାଇ ସାରିଛି।

source: https://www.bhaskar.com

ମୁଖ୍ୟ ନିର୍ବାଚନ କମିଶନ୍ ସୁନିଲ ଆରୋରା କହିଛନ୍ତି ଆଣ୍ଡ୍ରଏଡ  ମୋବାଇଲା ​ଫୋନରେ ଏହି ଆପ୍ ବ୍ୟବହାର କରିବାରେ ଖୁବ୍ ସହଜ। ୟୁଜର ଆପ୍ଲିକେସନରେ ଫଟୋ ଓ ଦୁଇ ମିନିଟ୍ ପର୍ଯ୍ୟନ୍ତ ଭିଡିଓ ଅପଲୋଡ କରିପାରିବେ।  ଯଦି ୟୁଜର ନିଜର ପରିଚୟ ଗୋପନୀୟ ରଖିବାକୁ ଚାହାନ୍ତି ତେବେ ଏହି ସୁବିଧା  ମଧ୍ୟ ଆପ୍ଳିକେସନରେ  ଉପଲବ୍ଧ ହେବ। ଜିଓଗ୍ରାଫିକ୍ ଇନଫରମେସନ୍ ସିଷ୍ଟମ(ଜିଆଇଏସ୍) ଦ୍ବାରା ଏହି ଅଭିଯୋଗ ଜିଲ୍ଲାରେ ଥିବା କନଟ୍ରୋଲ ରୁମ ଜରିଆାରେ ଫ୍ଲାଇଙ୍ଗ ସ୍କ୍ବାର୍ଡ ଟିମକୁ ପଠାଇ ଦିଆଯିବ। ଏହାର ସମାଧନ ୧୦୦ ମିନିଟ୍ ଭିତରେ ଅଧିକାରୀଙ୍କୁ କରିବାକୁ ହେବ।

cVIGIL ଆପ୍ କିଭଳି କାମ କରେ…

-ୟୁଜର ଆଚରଣ ବିଧିର ଉଲଂଘନ କରିବାର ସୂଚନା ଦେବା ପାଇଁ ଫଟୋ କିମ୍ବା ୨  ମିନିଟର ଭିଡିଓ ଅପଲୋଡ କରିପାରିବେ।

-ଫଟୋ କିମ୍ବା ଭିଡିଓ ଅପଲୋଡ କରିବା ପୂର୍ବରୁ ଘଟଣାର ସଂକ୍ଷିପ୍ତ ସୂଚନା ମଧ୍ୟ ୟୁଜରଙ୍କୁ ଦେବାକୁ ହେବ।

-ଅପଲୋଡ ହେବା ପରେ ୟୁଜରଙ୍କୁ ଏକ ୟୁନିକ ଆଇଡି ମିଳିବ, ଏହା ଜରିଆରେ ମୋବାଇଲରେ ଫଲୋ ଅପ୍ ଟ୍ରାକ୍ କରିପାରିବେ। ଏହି ପକ୍ରିୟା ବେଳେ ଅଭିଯୋଗକାରୀ ୟୁଜରଙ୍କ ପରିଚୟକୁ ଗୋପନ ରଖାଯିବ।

– ପୂର୍ବରୁ ରେକର୍ଡ ଭିଡିଓ କିମ୍ବା ଫଟୋକୁ ଅପଲୋଡ କରିବାକୁ ଆପ୍ ଅନୁମତି ଦେବ ନାହିଁ, ଯାହା ଫଳରେ ଆପର ଦୁରୂପଯୋଗ ହୋଇପାରିବ ନାହିଁ।

– ଏହାଛଡା cVIGIL ଆପ୍  ଜରିଆରେ ରେକର୍ଡ କରାଯାଇଥିବା ଭିଡିଓ କିମ୍ବା ଫଟୋ ଫୋନ ଗ୍ୟାଲେରିରେ ସେଭ ହେବ ନାହିଁ।

-ଆଚରଣ ବିଧି  ଲାଗୁ କରାଯାଇଥିବା ବେଳେ ନେତାଙ୍କ ପକ୍ଷରୁ କୌଣସି ପ୍ରକାର ବେଆଇନ୍ ଦସ୍ତାବିଜ ବାଣ୍ଟିବା, ଭ୍ରଷ୍ଟାଚାର ଓ ବିବାଦୀୟ ବୟାନର ଅଭିଯୋଗକୁ ଏହି ଆପ୍ ଜରିଆରେ କରିପାରିବେ।

ସମ୍ବନ୍ଧିତ ଖବର