କଟକ,୨୫।୬ ରଥଯାତ୍ରା ସମୟରେ ସାଇବର ଠକ ସକ୍ରିୟ ହୋଇଛନ୍ତି । ଜାଲ ଓ୍ବେବସାଇଟ କରି ହୋଟେଲ ବୁକିଙ୍ଗ ନା ରେ ଶ୍ରଦ୍ଧାଳୁଙ୍କୁ ଠକୁଛନ୍ତି। ଏନେଇ ପୋଲିସ ପାଖରେ ଅଭିଯୋଗ ଆସିବା ପରେ କ୍ରାଇମ ବ୍ରାଞ୍ଚ ସାଇବର ସେଲ ସକ୍ରିୟ ହୋଇଛି। ଇଣ୍ଟରନେଟରେ ଥିବା ପ୍ରାୟ ୧୧ ଟି ଜାଲ ହୋଟେଲ ବୁକିଂ ୱେବସାଇଟକୁ ହଟାଯାଇଛି।
ବିଭିନ୍ନ ସୂତ୍ରରୁ ପୋଲିସକୁ ଏଭଳି ୩୧୭ ଟି ଠକେଇ ଅଭିଯୋଗ ଆସିଥିଲା। ସେହି ଆଧାରରେ ସାଇବର ସେଲ ତତ୍ପରତା ଦେଖାଇଛି। ଅନ୍ୟପଟେ ଏକ ନିର୍ଦେଶାବଳି ମଧ୍ୟ ଜାରି ହୋଇଛି। କିଛି ପ୍ରତିଷ୍ଠିତ ୱେବସାଇଟରେ ହୋଟେଲ ବୁକ କରିବା, ଟଙ୍କା ପୈଠ ପୂର୍ଵରୁ ଫୋନ କରି ହୋଟେଲ ସହ କଥା ହେବା, ହୋଟେଲ ଭଡା ଅଧା ପୈଠ କରିବା, ୟୁପିଆରେ ନ ଦେଇ ଇଣ୍ଟରନେଟ ବ୍ୟାଙ୍କିଙ୍ଗରେ ଦେବା, ଶସ୍ତାରେ ରୁମ ଦେଉଥିଲେ ତାଠାରୁ ଦୁରେଇ ରହିବା, ୱେବସାଇଟରୁ review ଓ rating ଯାଞ୍ଚ ପାଇଁ ପରାମର୍ଶ ଦିଆଯାଇଛି। ଠକାମିରେ ପଡିଲେ ତୁରନ୍ତ ୧୯୩୦ ରେ ଅଭିଯୋଗ ପାଇଁ ପରାମର୍ଶ ଦିଆଯାଇଛି।