ନୂଆଦିଲ୍ଲୀ,୦୯/୦୬: ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ଗୁରୁବାର ଅତି ଭୀଷଣ ରୂପ ନେଇଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ସୂଚନା ଅନୁସାରେ ଗୁରୁବାର ଅପରାହ୍ନ ୫ଟା ୩୦ ସୁଦ୍ଧା ବାତ୍ୟା ଗୋଆ ଠାରୁ ୮୬୦ କି.ମି. ପଶ୍ଚିମ ଓ ଦକ୍ଷିଣ ପଶ୍ଚିମ ତଥା ମୁମ୍ବାଇ ଠାରୁ ୯୧୦ କି.ମି. ଦକ୍ଷିଣ- ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ହୋଇଛି । ଘଣ୍ଟା ପ୍ରତି ଏହା ୫ କି.ମି. ବେଗରେ ଉତ୍ତର ଆଡକୁ ଅଗ୍ରସର ହେଉଛି । ଆଗାମୀ ୪୮ ଘଣ୍ଟା ଭିତରେ ଏହା ଆହୁରି ତୀବ୍ର ହେବ ଏବଂ ପରବର୍ତ୍ତୀ ୩ ଦିନରେ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି ।
wp:html/wp:htmlVSCS BIPARJOY over eastcentral Arabian Sea, lay centered at 0530hrs IST of 08thJune, near lat 13.9N & long 66.0E, about 860km west-southwest of Goa, 910km southwest of Mumbai, would intensify further & move north-northwestwards. pic.twitter.com/6HiSydw2qI
— India Meteorological Department (@Indiametdept) June 8, 2023
ବର୍ତ୍ତମାନ ଆରବ ସାଗରରେ ପବନର ବେଗ ଘଣ୍ଟା ପ୍ରତି ୧୩୫ରୁ ୧୪୫ କି.ମି ରହିଛି । ପାରିପାଶ୍ୱିର୍କ ପରିସ୍ଥିତିରୁ ଜଣାପଡୁଛି କି ଜୁନ ୧୨ ତାରିଖ ସୁଦ୍ଧା ଆରବ ସାଗରରେ ବଳ ଗୋଟାଇ ଏହା ଆହୁରି ଭୀଷଣ ବାତ୍ୟାରେ ପରିଣତ ହେବ । ଏହାର ପ୍ରଭାବ ଗୋଆ, ଗୁଜରାଟ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ଉପକୂଳରେ ପଡିପାରେ ବୋଲି ଅନୁମାନ କରାଯାଉଛି । ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଥିବା ଗୁଜରାଟ ସରକାର କହିଛନ୍ତି । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ନଯିବା ଲାଗି ପରାମର୍ଶ ଦିଆଯାଇଛି।
wp:embed {"url":"https://www.prameya.com/weather-update-heavy-heat-wave-in-odisha-2/","type":"wp-embed","providerNameSlug":"prameya"}