ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ବାତ୍ୟା ମୁକାବିଲା ପାଇଁ ଓଡ୍ରାଫ୍‌ ଟିମ୍‌କୁ ସଜାଗ: ମୁକାବିଲା ପାଇଁ ୬୦ ଓଡ୍ରାଫ୍‌ ଟିମ୍‌,ଭୁବନେଶ୍ୱର, କଟକରେ ରିଜର୍ଭ ରହିବ ୧୦ ଟିମ୍‌

Published By : Prameya | October 22, 2024 1:33 PM

କଟକ,୨୨/୧୦: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଓଡ୍ରାଫ୍‌ ଟିମ୍‌କୁ ସଜାଗ ରଖାଯାଇଛି । ଏଥିଲାଗି ୬୦ଟି ଟିମ୍‌ ଗଠନ  କରାଯାଇଛି । ଏଥିରେ ପ୍ରାୟ ୧ ହଜାର  କର୍ମଚାରୀ ନିୟୋଜିତ ରହିବେ ବୋଲି  ସୂଚନା ମିଳିଛି । ୬୦ଟି ଟିମ୍‌ରୁ ୫୦ଟି ଟିମ୍‌କୁ  ବିଭିନ୍ନ ଜିଲ୍ଲାକୁ ପଠାଯିବା ପାଇଁ ବନ୍ଦୋବସ୍ତ କରାଯାଇଥିବା ବେଳେ ବାକି ୧୦ ଟିମ୍‌କୁ ଅଧିକ ଜରୁରି ଆବଶ୍ୟକ ସ୍ଥଳରେ ନିୟୋଜିତ ପାଇଁ  ରିଜର୍ଭରେ ରଖାଯାଇଥିବା ପୁଲିସ୍‌ ମୁଖ୍ୟାଳୟ  ପକ୍ଷରୁ ସୂଚନା ଦିଆଯାଇଛି । ୬୦ ଟିମ୍‌ ଓଡ୍ରାଫ୍‌  ଟିମ୍‌ ସହ ଉଚ୍ଚ କ୍ଷମତା ସମ୍ପନ୍ନ କଟର ମେସିନ୍‌,  ଆସ୍କା ଲାଇଟ୍‌, କ୍ରେନ୍‌ ଆଦି ପ୍ରସ୍ତୁତ ରଖାଯାଇଛି ।  

ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର,  ପୁରୀ ଜିଲ୍ଲାରେ ଅଧିକ ଟିମ୍‌ ନିୟୋଜିତ ହେବା  ଲାଗି ସ୍ଥିର ହୋଇଛି । ସେହିପରି ଭୁବନେଶ୍ୱର  ଓ କଟକ ପାଇଁ ପୃଥକ ବନ୍ଦୋବସ୍ତ କରାଯାଇଛି ।  ସମ୍ଭାବ୍ୟ ବାତ୍ୟା ଆଶଙ୍କା ଥିବା ଜିଲ୍ଲାରେ ଓଡ୍ରାଫ୍‌  ଟିମ୍‌ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବେ ବୋଲି ଲ’  ଆଣ୍ଡ୍‌ ଅର୍ଡର ଏଡିଜି କହିଛନ୍ତି । ଅନ୍ୟପକ୍ଷରେ ବାତ୍ୟା ସମୟରେ ପୁଲିସ୍‌ର ଦାୟିତ୍ୱ କ'ଣ ରହିବ ସେଥିଲାଗି ପୁଲିସ୍‌ ମୁଖ୍ୟାଳୟ ପକ୍ଷରୁ ଜିଲ୍ଲା  ଏସ୍‌ପିମାନଙ୍କୁ ଅବଗତ କରାଯାଇଛି । ବାତ୍ୟା  ପୂର୍ବରୁ, ବାତ୍ୟା ସମୟରେ ଏବଂ ବାତ୍ୟା ପରେ ପୁଲିସ୍‌ର ଦାୟିତ୍ୱ କ'ଣ ରହିବ ସେଥିଲାଗି  ମୁଖ୍ୟାଳୟ ପକ୍ଷରୁ ଏସ୍‌ପିମାନଙ୍କ ଅବଗତି  ନିମନ୍ତେ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ପଠାଯାଇଛି ।  

ସେହିପରି ବାତ୍ୟା ସମୟରେ ବିଦ୍ୟୁତ୍‌  ସରବାରହ ବିଚ୍ଛିନ୍ନ ହେବାର ସମ୍ଭାବନା ଥିବାରୁ  ଯୋଗାଯୋଗ ରକ୍ଷା ଲାଗି ଭିଏଚ୍‌ଏଫ୍‌ ବ୍ୟବସ୍ଥାକୁ ସଜାଗ କରାଯାଇଛି । ଜିଲ୍ଲା ସ୍ତରରେ ଏସ୍‌ପିଙ୍କ  ଅଫିସ୍‌ରେ ଥିବା ପୁଲିସ୍‌ କଣ୍ଟ୍ରୋଲ୍‌ ରୁମ୍‌କୁ ରାଜ୍ୟ  କଣ୍ଟ୍ରୋଲ୍‌ ରୁମ୍‌ ସହ ଯୋଡ଼ା ଯାଇଛି । ବିଦ୍ୟୁତ୍‌  ସରବରାହ ବିଚ୍ଛିନ୍ନ ହେଲେ ମଧ୍ୟ ଭିଏଚ୍‌ଏଫ୍‌  ମାଧ୍ୟମରେ ଓଡ୍ରାଫ୍‌ ଏବଂ ପୁଲିସ୍‌ ବାହିନୀ  ଉଦ୍ଧାର କାର୍ଯ୍ୟରେ ପ୍ରଶାସନକୁ ସହଯୋଗ କରିବେ ବୋଲି ଏଡିଜି ଶ୍ରୀ ସିଂ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.