ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ସମ୍ଭାବ୍ୟ ବାତ୍ୟା ପାଇଁ ଚାଷୀଙ୍କୁ କୃଷି ବିଭାଗର ପରାମର୍ଶ, ୮୫ଭାଗ ପାଚିଥିବା ଧାନକୁ ତୁରନ୍ତ କାଟ

Published By : Prameya | October 21, 2024 11:56 AM

ଭୁବନେଶ୍ୱର,୨୧/୧୦: ସମ୍ଭାବ୍ୟ ବାତ୍ୟା  ପ୍ରଭାବରେ ଓଡ଼ିଶାରେ ମାତ୍ରାଧିକ ବର୍ଷାର ସମ୍ଭାବନା  ଥିବାରୁ ଫସଲ ସୁପରିଚାଳନା ପାଇଁ ପରାମର୍ଶାବଳୀ  ଜାରି କରିଛି ରାଜ୍ୟ କୃଷି ବିଭାଗ । ବର୍ଷା ଆରମ୍ଭ  ପୂର୍ବରୁ ୮୫ଭାଗ ପାଚି ଯାଇଥିବା ସହଳ କିସମ  ଧାନକୁ ତୁରନ୍ତ କାଟି ନେଇ ସୁରକ୍ଷିତ ସ୍ଥାନରେ  ରଖିବାକୁ ବିଭାଗ ପରାମର୍ଶ ଦେଇଛି । 

ମଧ୍ୟମ ଓ ବିଳମ୍ୱ କିସମ ଧାନ ଜମିରୁ ବଳକା  ପାଣି ନିଷ୍କାସନ କରିବା ପାଇଁ ନାଳି କରିବାକୁ ପରାମର୍ଶ  ଦିଆଯାଇଛି । ଧାନ ଗଛ ପଡି ଯାଇଥିଲେ ବର୍ଷା ପରେ  ହଳା କରି ଠିଆ କରନ୍ତୁ । ବର୍ଷା ଛାଡି ଖରା ପାଗ  ହେବା ପରେ କେଣ୍ଡା କଟା ପୋକ ଲାଗିବାର ସମ୍ଭାବନା  ରହିଛି। ଏହାର ନିୟନ୍ତ୍ରଣ କରିବା ପାଇଁ ସନ୍ଧ୍ୟା  ସମୟରେ ପ୍ରତି ଲିଟର ପାଣିରେ ୧.୫ ମିଲିଲିଟର  ହିସାବରେ ଲାମ୍ୱଡା ସାଇହୋଲାର୍ଥୀନ ଫସଲ ଓ  ହୁଡା ଚାରିପଟେ ସିଞ୍ଚନ କରନ୍ତୁ ।  

ସେହିପରି ବର୍ଷାଦିନିଆ ମକା ଓ ମିଲେଟ  ଜାତୀୟ ଫସଲକୁ ତୁରନ୍ତ ଅମଳ କରି ଦେବାକୁ  ବିଭାଗ ପରାମର୍ଶ ଦେଇଛି । ମୁଗ, ବିରି, ଚିନାବାଦାମ  ଫସଲ ହୋଇଥିବା ଚାଷ ଜମିରୁ ପାଣି କାଟିବାର  ବ୍ୟବସ୍ଥା କରିବାକୁ କୁହାଯାଇଛି । ପନିପରିବା ଚାଷ  କରିଥିଲେ ତଳି ଘେରାରୁ ଅତ୍ୟଧିକ ଜଳ ନିଷ୍କାସନ  କରିବାପାଇଁ ପରାମର୍ଶ ଦିଆଯାଇଛି । ଏହା ସହିତ  ସମସ୍ତ ରବି ଫସଲ ଲଗାଇବା କିମ୍ୱା ବୁଣିବାକୁ ଏବେ ସାମୟିକ ସ୍ଥଗିତ ରଖିବେ । 

ମୂଳା, ବିନସ, କୋଶଳା,  ଧନିଆ, ପାଳଙ୍ଗ ଚାଷ ହୋଇଥିଲେ ତୁରନ୍ତ ଅମଳ  କରି ବିକ୍ରି କରିବା ଉଚିତ । ବାଇଗଣ, ବିଲାତି  ବାଇଗଣ, ଫୁଲକାବି, ବନ୍ଧାକାବି, ବ୍ରୋକାଲି ଓ  କାପସିକମ ଫସଲର ତଳି ଘେରାରେ ଧଳା ଜରି ଓ  ବାଉଁଶ ଢେରା ଦେଇ ବର୍ଷା ଦାଉରୁ ରକ୍ଷା କରିବାକୁ  ପଡିବ । ପୋଟଳ, କାକୁଡି, କଖାରୁ, ଜହ୍ନି ପ୍ରମୁଖ  ଲତାଜାତୀୟ ପନିପରିବା ଓ ବାଇଗଣ, ଭେଣ୍ଡି,  ସହଳ ଫୁଲକୋବି ଫସଲ ପ୍ରଭାବିତ ହେବାର  ସମ୍ଭାବନା ଥିଲେ ଅମଳ ଉପଯାଗୀ ପନିପରିବାକୁ  ତୋଳି ଦେବା ଉଚିତ । କଦଳୀ, ଅମୃତ ଭଣ୍ଡା  ଗଛରେ ଢ଼ିରା ଦେବାକୁ ପରାମର୍ଶ ଦିଆଯାଇଛି ।  ଆବଶ୍ୟକ ହେଲେ ଆମକୃଷି ଦେୟ ମୁକ୍ତ ନମ୍ୱର  ୧୫୫୩୩୩ ସହ ଯୋଗାଯୋଗ କରିପାରିବେ  ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.