PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ସଲମାନଙ୍କ ସହ ‘ଦବଙ୍ଗ-୩’ରେ ରୋମାନ୍ସ କରିବେ ମହେଶ ମାଞ୍ଜେରେକରଙ୍କ ଝିଅ

ମୁମ୍ବାଇ,୨୦।୭: ବଲିଉଡର ଫିଲ୍ମମେକର ମହେଶ ମାଞ୍ଜେରେକରଙ୍କ ସାନ ଝିଅ ଏବେ ‘ଦବଙ୍ଗ-୩’ ଫିଲ୍ମ ଜରିଆରେ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରିବାକୁ  ଯାଉଛନ୍ତି। ଆରବାଜ ଖାନ୍ ଆଗକୁ ସଲମାନ ଖାନ୍ ଓ ସୋନାକ୍ଷୀ ସିହ୍ନାଙ୍କୁ ନେଇ ‘ଦବଙ୍ଗ-୩’ ତିଆରି କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ମହେଶଙ୍କ ସାନ ଝିଅ ସଇ ବଲିଉଡରେ ଡେବ୍ୟୁ କରିବେ। ତେବେ ସବୁଠାରୁ ବଡ କଥା ହେଉଛି ଫିଲ୍ମରେ ସେ ସଲମାନଙ୍କ ସହ ରୋମାନ୍ସ କରୁଥିବାର ଦେଖିବାକୁ ପାଇବେ। କାରଣ ଫିଲ୍ମରେ ସଇ ଆସୁଛନ୍ତି ସଲମାନଙ୍କ ପ୍ରେମିକା ଭୂମିକାରେ।  ତାଙ୍କର ରୋଲ ପ୍ରିକ୍ବେଲରେ ରହିବ। ଫିଲ୍ମରେ ସଲମାନଙ୍କ ପତ୍ନୀ ଭୂମିକାରେ ରହିବେ ସୋନାକ୍ଷୀ କିନ୍ତୁ ତାଙ୍କ ସହ ସେ ତାଙ୍କର ୟଙ୍ଗ ଅବତାରରେ ସଇଙ୍କ ସହିତ ରୋମାନ୍ସ କରିବେ।

ମହେଶଙ୍କ କହିବା ଅନୁସାରେ ତାଙ୍କର ସାନ ଝିଅ ସଇ, ପ୍ରଭୂଦେବାଙ୍କ ନିର୍ଦେଶିତ ଫିଲ୍ମ ଦବଙ୍ଗ-୩ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହା ମୋ ପାଇଁ ଗର୍ବିତ ଅନୁଭବ କଲା ଭଳି ମୁହୁର୍ତ୍ତ, କାରଣ ଯେତେବେଳେ ଆପଣଙ୍କ ପିଲା ଯାହା କରିବାକୁ ଇଚ୍ଛା ରଖି ତାହା କରିପାରୁଛି ତା ଠାରୁ ଆଉ କ’ଣ ବା ଖୁସିର କଥା ହୋଇପାରେ। ମୋ ସାନ ଝିଅ ସବୁବେଳେ ଆକ୍ଟିଂ କରିବାକୁ ଚାହୁଁଥିଲା। ଏବେ ତାକୁ ଡେବ୍ୟୁ କରିବା ପାଇଁ ଖୁବ୍ ଭଲ ଫିଲ୍ମ ମିଳିଗଲା, ସେଥିପାଇଁ ମୁଁ ଖୁବ୍ ଖୁସି।

ମହେଶ କହିଛନ୍ତି, ଫିଲ୍ମରେ ସେ ନିଜର ପୂର୍ବ ରୋଲରେ ଆସିବେ ଓ ନିଜ ଝିଅ ସହିତ ସ୍କ୍ରିନ ସେୟାର କରିବେ। ଫିଲ୍ମରେ ତାଙ୍କ ଝିଅର କେବଳ ଛୋଟିଆ ରୋଲ ରହିବ, କାରଣ ଫିଲ୍ମର ପ୍ରଥମ ପାର୍ଟରେ ତା’ର ମୃତ୍ୟୁ ହୋଇସାରିଛି। ଫିଲ୍ମରେ କେବଳ ତାଙ୍କ ଝିଅ ନୁହେଁ ତାଙ୍କ ପତ୍ନୀଙ୍କର ମଧ୍ୟ ଏକ ଛୋଟିଆ  ରୋଲଟିଏ ରହିଛି। ଯେଉଁଠି ଏକାଠି ପରିବାର ସହିତ ସ୍କ୍ରିନ ସେୟାର କରିବା ଖୁବ୍ ଦୁର୍ଲଭ କଥା ବୋଲି କହିଛନ୍ତି ମହେଶ।